‘ପାଣି ପିଇବ ଛାଣି, ପଇସା ନେବ ଗଣି ’ । ହେଲେ ଏଠି ଟଙ୍କା ଗଣି କି ନୁହେଁ ବରଂ ଓଜନ କରି ନିଅନ୍ତି ଦୋକାନୀ । ଜାଣନ୍ତୁ କାହିଁକି

୧୯୫୦ରୁ ୧୯୮୦ ଦଶକ ପର୍ଯ୍ୟନ୍ତ ଭେନେଜୁଏଲା ଆର୍ଥିକ ରୂପରେ ସଶକ୍ତ ଦେଶ ଥିଲା ।

162

ଆପଣ ତ ଶୁଣିଥିବେ ‘ପାଣି ପିଇବ ଛାଣି, ପଇସା ନେବ ଗଣି ’ । କେବେ ଆପଣ ଭାବିଛନ୍ତି କି ଆପଣ କୌଣସି ଦୋକାନରୁ ସାମଗ୍ରୀ କିଣିବା ବଦଳରେ ନୋଟ୍ କୁ ଗଣି କି ଦେବା ବଦଳରେ ଓଜନ କରି କି ଦେବାକୁ ପଡିଛି । ଆଜିକାଲି କିଛି ଏମିତି ହିଁ ଆମେରିକା ମହାଦ୍ୱୀପର ଏକ ଦେଶ ଭେନେଜୁଏଲାରେ ହେଉଛି । ପ୍ରଶ୍ନ ଉଠୁଛି କି, ଏହି ଦେଶରେ କାହିଁକି ଏମିତି କରାଯାଉଛି ?

ଦକ୍ଷିଣ ଆମେରିକାର ଦେଶ ଭେନେଜୁଏଲାରେ ଲୋକଙ୍କୁ ମହଙ୍ଗା ମାଡ ଅସୁବିଧା କରୁଛି । ଭେନେଜୁଏଲାରେ ମହଙ୍ଗା ଦର ୧୦ ଲକ୍ଷ ପ୍ରତିଶତ ବଢ଼ି ସାରିଛି, ଯେଉଁ କାରଣରୁ ସେଠି ନିତିଦିନିଆ ବ୍ୟବହୃତ ଜିନିଷର ଦାମ ଅନେକ ଗୁଣ ବଢ଼ିଯାଇଛି । କେବେ ଦକ୍ଷିଣ ଆମେରିକାର ସବୁଠାରୁ ଧନୀ ଦେଶ ମଧ୍ୟରୁ ଗୋଟିଏ ଭେନେଜୁଏଲାର ଏମିତି ଅବସ୍ଥା ପଛରେ ଭୁଲ ସାମାଜିକ ପ୍ରୟୋଗ ଦାୟୀ ରହିଛି । ଏହି ଦେଶର ଅର୍ଥବ୍ୟବସ୍ଥା ଏତେ ଖରାପ ପରିସ୍ଥିତିରେ ପହଂଚିସାରିଛି ଯେ, ପ୍ରତ୍ୟେକ ଦିନ ୫ ହଜାର ଲୋକ ଅନ୍ୟ ଦେଶକୁ ପଳାୟନ କରୁଛନ୍ତି । ଭେନେଜୁଏଲାରେ ଓକିଲାତି ପଢି ସାରିଥିବା ଲୋକ ଏବେ ମଜୁରୀ କିମ୍ବା ଯୌନକର୍ମୀ ଭାବେ କାମ କରିବାକୁ ବାଧ୍ୟ ହେଉଛନ୍ତି । ପ୍ରଶାସନିକ ଅଧିକାରୀ ଘର କାମ କରୁଛନ୍ତି ।

ସୂଚନାଯୋଗ୍ୟ, ୧୯୫୦ରୁ ୧୯୮୦ ଦଶକ ପର୍ଯ୍ୟନ୍ତ ଭେନେଜୁଏଲା ଆର୍ଥିକ ରୂପରେ ସଶକ୍ତ ଦେଶ ଥିଲା । ଏଠି ତେଲର ଅନେକ ଭଣ୍ଡାର ଥିଲା । କିନ୍ତୁ ତେଲ ଦରରେ ଉନ୍ନତି ଅବନତି ହେଲା, ମୁଦ୍ରା ସଂକଟଓ ସରକାରଙ୍କ ଭୁଲ ନୀତି ଏହି ଦେଶକୁ ମୁସ୍କିଲକୁ ଠେଲି ଦେଲା ।