‘ସୋଫିଆ’ ନିର୍ମାଣ ପଛର ରହସ୍ୟ ! ଜାଣନ୍ତୁ ସାଉଦି ଆରବକୁ କଣ ମିଳିବ ଫାଇଦା

64

ଅତ୍ୟାଧୁନିକ ଜ୍ଞାନକୌଶଳ ପାଇଁ ସାଉଦି ଆରବ ପୂରା ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି । ଚଳିତ ଅକ୍ଟୋବର ୨୫ ତାରିଖରେ ରୋବଟକୁ ଦେଶର ନାଗରିକତ୍ୱର ମାନ୍ୟତା ଦେଇ ସାଉଦି ରଚିଛି ଇତିହାସ । ରୋବଟକୁ ମାନ୍ୟତା ଦେବା କ୍ଷେତ୍ରରେ ସାଉଦି ଆରବ ବିଶ୍ୱରେ ପ୍ରଥମ ରାଷ୍ଟ୍ର । । ନାଗରିକ ଅଧିକାର ପାଇଥିବା ରୋବୋଟର ନାମ ହେଉଛି ‘ସୋଫିଆ’ ଏବଂ ଏହା ସର୍ବାଧୁନିକ କଂପ୍ୟୁଟର ଜ୍ଞାନକୌଶଳରେ ପରିଚାଳିତ ହେଉଛି। ତେବେ ସେତେବେଳେ ସୋଫିଆର ନାଗରିକତ୍ୱକୁ ନେଇ ଅନେକ ଲୋକ ପ୍ରଶ୍ନ ଉଠାଇଥିଲେ ।

robot-4_ସାଉଦି ଆରବ ହେଉଛି ଏକ ରକ୍ଷଣଶୀଳ ରାଷ୍ଟ୍ର । ଏଠାରେ ମହିଳାଙ୍କ ପାଇଁ ବିଭିନ୍ନ ନିୟମ ରହିଛି । ଏବେ ବି ସାଉଦି ଆରବରେ ମହିଳା ମାନେ ନିଜ ଅଧିକାର ପାଇବା ପାଇଁ ସଂଘର୍ଷ କରୁଛନ୍ତି । ଏଭଳି କ୍ଷେତ୍ରରେ ରୋବଟ ମହିଳାଙ୍କ ଅଧିକାରକୁ ନେଇ ମୁହଁ ଖୋଲିଛି । ସୋଫିଆକୁ ନିର୍ମାଣ କରିଥିବା ବ୍ୟକ୍ତିଙ୍କ କହିବା ଅନୁଯାୟୀ, ଏହି ରୋବଟକୁ ଆହୁରି ବିକଶିତ କରାଯିବ । ଏପରିକି ସୋଫିଆ ମହିଳାଙ୍କ ପାଇଁ ଏକ ମିସାଲ କାଏମ କରିବ ବୋଲି ଏହାର ନିର୍ମାତା କହିଛନ୍ତି ।

ସୋଫିଆକୁ ଏଭଳି ଭାବେ ବିକଶିତ କରାଯାଇଛି ଯେ ଏହା ଦେଖିବାକୁ ପୂରା ମଣିଷ ପରି । ତେବେ ସୋଫିଆକୁ ନିର୍ମାଣ କରିବା ପଛରେ ସାଉଦି ଆରବର ଏକ ଭିନ୍ନ ଲକ୍ଷ୍ୟ ରହିଛି । ସୋଫିଆ ହିଁ ସାଉଦି ଆରବର ଅର୍ଥନୀତିକୁ ଆଗକୁ ମଜବୁତ କରିବ ବୋଲି ଚର୍ଚ୍ଚା ହେଉଛି । ସୋଫିଆ ମାଧ୍ୟମରେ ପୂରା ବିଶ୍ୱରେ ସାଉଦି ଆରବ ଏକ ସ୍ୱତନ୍ତ୍ର ଛବି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି । ସୋଫିଆ ହିଁ ପୂରା ବିଶ୍ୱ ବାସୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ନିବେଶକଙ୍କୁ ସାଉଦି ଆରବକୁ ଟାଣି ଆଣିବ ।

ସାଉଦି ଆରବର ରୋଜଗାରର ମୁଖ୍ୟ ଉତ୍ସ ହେଉଛି ତେଲ । ତେଲ ବିକ୍ରି କରି ସାଉଦି ଆରବ ଆଜି ନିଜକୁ ସମୃଦ୍ଧ କରି ପାରିଛି । କିନ୍ତୁ ଏବେ ଏହି ବ୍ୟବସାୟ ଦିନକୁ ଦିନ ମାନ୍ଦା ଆଡକୁ ଗତି କରୁଛି । ତେଣୁ ଏହାର ବିକଳ୍ପ ବ୍ୟବସ୍ଥା ଆରମ୍ଭ କରିଛି ସାଉଦି ଆରବ । ପର୍ଯ୍ୟଟନ କ୍ଷେତ୍ରକୁ ପୂର୍ବପେକ୍ଷା ଅଧିକ ଫୋକସ କରୁଛି ସାଉଦି ଆରବ । ଯାହା ପରବର୍ତ୍ତୀ ସମୟରେ ସାଉଦି ଆରବର ଅର୍ଥନୀତିକୁ ସମୃଦ୍ଧ କରିବ । ଏଭଳି କ୍ଷେତ୍ରରେ ସୋଫିଆ ଆଗକୁ ନିଶ୍ଚିତ ଭାବେ ସାଉଦି ଆରବ ପାଇଁ ରୋଜଗାରର ପ୍ରମୁଖ ଉତ୍ସ ପାଲଟିବ । ତେବେ ମନୁଷ୍ୟକୁ ଉନ୍ନତ ସେବା ଯୋଗାଇ ଦେବା ଏହି ରୋବୋଟର ଏକମାତ୍ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବୋଲି କୁହାଯାଇଛି ।