ଆପଣଙ୍କୁ ବି ବାଇକ ଚଳାଇବାର ସଉକ୍ ଅଛି କି ? ପଢ଼ନ୍ତୁ ଏହି ଖବର, ଲାଭରେ ରହିବେ

74

ଯଦି ଆପଣ ମଧ୍ୟ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ ବାଇକର ବ୍ୟବହାର କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ । ଅଧିକ ବେଗରେ ଗାଡି ଚଳାଉଥିବା ପିଲାଙ୍କ ପାଇଁ ବାଇକ ଚଳାଇବା, କେବଳ ସଉକ ନୁହଁ ଦରକାରୀ ମଧ୍ୟ । ବାଇକରେ ଯାତ୍ରା କରିବା ସମୟରେ ବାଇକ ଚାଳକଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ ।
• ବାଇକ ଚଳାଉଥିବା ପିଲାମାନେ ସବୁବେଳେ ଅଭିଯୋଗ କରନ୍ତି କି ଲଗାତାର ବାଇକ ଚଳାଇବା ଦ୍ୱାରା ହାତରେ ଛାଲି ପଡିଯାଉଛି । ଏମିତିରେ ଆପଣ ଫୁଲ ସ୍ଲିଭର ପୋଷାକ ପିନ୍ଧିବା ପାଇଁ ଚେଷ୍ଟା କରନ୍ତୁ । ଏଥିରୁ ରକ୍ଷା ପାଇବା ପାଇଁ ବାହାରକୁ ବାହରିବା ପୂର୍ବରୁ ସନସ୍କ୍ରିନ ଲୋସନ ପ୍ରୟୋଗ କରନ୍ତୁ ।

• ବାଇକ ଚଳାଉଥିବା ପିଲାଙ୍କ ତ୍ୱଚା ସବୁବେଳ ଶୁଷ୍କ ତଥା ରୁକ୍ଷ ନଜର ଆସେ । ମୁହଁରେ ବହୁତ ଜୋରରେ ପବନ ବାଜୁଥିବା ହେତୁ ଏପରି ସମସ୍ୟାର ସମ୍ମୁଖୀନ ହୁଅନ୍ତି ଚାଳକ । ଏଥିରୁ ରକ୍ଷା ପାଇବା ପାଇଁ ଆପଣ ଚେହେରାରେ ଭଲ କମ୍ପାନୀର ମଏଶ୍ଚରାଏଜର କ୍ରିମ ପ୍ରୟୋଗ କରନ୍ତୁ ।

• ଏହାସହ ବାଇକ ଚଳାଇବା ଦ୍ୱାରା ଯୁବକଙ୍କ ଠାରେ ବ୍ରଣ ସମସ୍ୟା ମଧ୍ୟ ଦେଖା ଦେଇଥାଏ । ଧୂଳି, ମାଟି ଆଦି ମୁହଁରେ ଲାଗୁଥିବାରୁ ଏପରି ସମସ୍ୟା ସୃଷ୍ଟି ହୋଇଥିାଏ । ଏଥିପାଇଁ ଆପଣ ଘରକୁ ଫେରିବା ପରେ ଭଲରେ ମୁହଁକୁ ଧୋଇ ସଫା କପଡାରେ ପୋଛି ନିଅନ୍ତୁ ।

• ବାଇକ ଚଳାଇଥିବା ପିଲାଙ୍କୁ ଅଣ୍ଟା ବିନ୍ଧାର ସମସ୍ୟା ମଧ୍ୟ ଦେଖାଦିଏ । ଲମ୍ବା ସମୟ ଧରି ବାଇକ ଚଳାଇବା ଦ୍ୱାରା ସେମାନଙ୍କର ହାତ ଓ ଅଣ୍ଟାରେ ଯନ୍ତ୍ରଣା ଆରମ୍ଭ ହୋଇଥାଏ । ଏଥିପାଇଁ ସୋମନେ ମଝିରେ ମଝିରେ କିଛି ସମୟ ବିଶ୍ରାମ ନେବା ଦରକାର ।