ବିଭିନ୍ନ ଦେଶରେ ସୈନିକଙ୍କ ଭିନ୍ନ ପୋଷାକ ! କେହି ସମ୍ପୁର୍ଣ୍ଣ ଅଲଗା ତ ଆଉ କିଏ ପ୍ରାୟତଃ ସମାନ । 

46

ଦେଶ ଦୁନିଆର ପ୍ରତ୍ୟେକଟି ସ୍ଥାନରେ ଐତିହ୍ୟର ଛାପ  ଦେଖାଯାଏ । ଏହି ଇତିହାସକୁ ଉଦଜିବିତ କରିଥାଏ ଉକ୍ତ ସ୍ଥାନର ସୈନିକଙ୍କ ପୋଷାକ । ଆପଣ ଭାରତୀୟ ସୈନିକଙ୍କ ପୋଷାକ ତ ଦେଖିଥିବେ । ତେବେ ବିଶ୍ୱରେ ଏଭଳି କିଛି ସ୍ଥାନ ରହିଛି ଯେଉଁଠିକାର ସୈନ୍ୟଙ୍କ ପୋଷାକ ସମସ୍ତଙ୍କଠାରୁ ଅଲଗା । ତେବେ ଆଜି ଆମେ ଆପଣଙ୍କୁ ବିଶ୍ୱର ଏଭଳି କିଛି ସ୍ଥାନ ଏବଂ ସେଠାକାର ସଶସ୍ତ୍ର ସୈନ୍ୟବଳଙ୍କ ପୋଷାକ ବିଷୟରେ କହିବାକୁ ଯାଉଛୁ ।

ଇଂଲଣ୍ଡ : ଇଂଲଣ୍ଡରେ ସୈନିକଙ୍କ ପୋଷାକର ରଙ୍ଗ ଲାଲ ଏବଂ କଳା । ଲାଲ୍ ରଙ୍ଗର ସାର୍ଟ ସାଙ୍ଗକୁ କଳା ରଙ୍ଗର ପ୍ୟାଣ୍ଟ୍ ,ଜୋତା ଏବଂ ଟୋପି  ।

ତୁର୍କୀ : ତୁର୍କୀରେ ସୈନିକଙ୍କ ପୋଷାକ ଜାପାନ ସୈନ୍ୟଙ୍କ ଭଳି ହୋଇଥାଏ । କିନ୍ତୁ ଏମାନଙ୍କ ଟୋପିର ଆକାର ହେଲମେଟ୍ ଭଳି ହୋଇଥାଏ ।

ବେଟିକନ୍ ସିଟି : ବେଟିକନ୍ ସିଟିର ପଲଟିକାଲ୍ ସ୍ୱିସ୍ ଗାର୍ଡ ସୈନ୍ୟଙ୍କ ପୋଷାକ ଅନ୍ୟ ଦେଶମାନଙ୍କ ଠାରୁ ସମ୍ପୁର୍ଣ୍ଣ ରୂପେ ଭିନ୍ନ । ମୁଣ୍ଡରେ ଲାଲ୍ ଏବଂ ଧଳା ଟୋପି ସାଙ୍ଗକୁ ଦେହରେ ଲୁହା ଭଳି କବଚରେ ଦେଶକୁ ସୁରକ୍ଷା ପ୍ରଦାନ କରନ୍ତି ସେଠାକାର ସୈନ୍ୟ ।

ନାଇଜେରିଆ : ନାଇଜେରିଆ ସୈନ୍ୟଙ୍କ ପୋଷାକର ରଙ୍ଗ ସବୁଜ ଏବଂ ଜୋତାର ରଙ୍ଗ କଳା ।

କ୍ୟୁବା : କ୍ୟୁବା ସୈନ୍ୟଙ୍କ ପୋଷାକର ରଙ୍ଗ ଇଷତ୍ ସବୁଜ । ଟୋପିର ରଙ୍ଗ ଲାଲ୍ ହୋଇଥିବା ବେଳେ ଜୋତାର ରଙ୍ଗ କଳା ହୋଇଥାଏ ।

ସର୍ବିୟା : ସର୍ବିୟାର ସୈନିକଙ୍କ ପୋଷାକର ରଙ୍ଗ ନୀଳ ହୋଇଥିବା ବେଳେ ଏହା ଓଭର କୋଟ୍ ଭଳି ହୋଇଥାଏ । ଯାହା ଅନ୍ୟ ଦେଶରୁ ସର୍ବିୟାକୁ ଭିନ୍ନ କରିଥାଏ ।

କୋଲୋମ୍ବିଆ : କୋଲୋମ୍ବିଆ ଯବାନଙ୍କ ପୋଷାକ ଦେଖିଲେ ଏଭଳି ପ୍ରତୀତ ହୁଏ ଯେଭଳି ସୈନ୍ୟ ଜଙ୍ଗଲ ଭିତରେ ପଶିଛନ୍ତି । ଏହା ଏଭଳି ହେବାର କାରଣ ଶତ୍ରୁଦେଶରୁ ବଞ୍ଚିବା ପାଇଁ ସେଠାକାର ସୈନ୍ୟଙ୍କୁ ଏଭଳି ପୋଷାକ ପରିଧାନ କରିବାକୁ ପଡିଥାଏ ।

ମେକ୍ସିକୋ : ଏଠାରେ ସୈନ୍ୟଙ୍କ ପୋଷାକ ରୋବୋଟ୍ ଭଳି ହୋଇଥିବାର ଦେଖାଯାଏ ।