ତିନି ତଲାକ୍ ଉପରେ ନୂଆ ଆଇନ୍ ହେବା ପରେ ମୁସଲିମ୍ ମହିଳାଙ୍କ ଅଧିକାରର ରକ୍ଷା କେମିତି ହେବ ? ଜାଣିଛନ୍ତି କି ?

76

ସୁପ୍ରିମକୋର୍ଟ ୨୨ ଅଗଷ୍ଟ, ୨୦୧୭ରେ ତିନି ତଲାକକୁ ଅସାମ୍ବିଧାନିକ ଘୋଷଣା କରିଥିଲେ । କୋର୍ଟ କହିଥିଲା କି, ଏହି ଉପାୟରେ ଦିଆଯାଇଥିବା ତଲାକ୍ କୁ ଆଇନଗତ ରୂପେ ତଲାକ୍ ଧରାଯିବ ନାହିଁ । ଏହି ପ୍ରସ୍ତାବିତ ଆଇନ ଅଧିନରେ ଥରକରେ ତିନି ତଲାକ୍ ଦେବା ବେଆଇନ୍ ଓ ଅମାନ୍ୟ ହେବ ଓ ଏମିତି କରୁଥିବା ଲୋକଙ୍କୁ ତିନି ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ହୋଇପାରେ । ଆସନ୍ତୁ ଜାଣିବା କି ନୂଆ ଆଇନ୍ ହେବା ପରେ ତିନି ତଲାକ୍ ଦେଲେ କ’ଣ ହେବ ।

ତିନି ତଲାକ୍ ବିଲ୍ କ’ଣ ? ଏହି ବିଲ ମୁତାବକ ତିନି ତଲାକ୍ ବେଆଇନ ହେବ । ବିଲର କ୍ଲଜ୍ ନମ୍ବର ୩ ମୁତାବକ ଯଦି କେହି ସ୍ୱାମୀ ନିଜ ପତ୍ନୀଙ୍କୁ ମୁହଁରେ କହି, ଲେଖିକି କିମ୍ବା କୌଣସି ଇଲେକ୍ଟ୍ରୋନିକ୍ ମାଧ୍ୟମରେ ୩ଥର ତଲାକ୍ କହେ । ତେବେ ତାହା ବେଆଇନ୍ ହେବ ।

ତିନି ତଲାକ୍ ଦେଲେ କ’ଣ ହେବ ?

ଯଦି କେହି ନିଜ ପତ୍ନୀକୁ ତିନି ତଲାକ ଦିଏ, ତେବେ ତା’ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ । ତା’ ଉପରେ ଆର୍ଥିକ ଜରିମାନା ବି ଲାଗିବ । ବିଲ ମୁତାବକ, ତଲାକ୍-ଏ-ବିଦ୍ଦତ ଜାମିନ୍ ନମିଳୁଥିବା ଅପରାଧ ହେବ । ବିଲର କ୍ଲଜ ନମ୍ବର ୪ ମୁତାବକ, ଯେଉଁ ବ୍ୟକ୍ତି ନିଜ ପତ୍ନୀଙ୍କୁ ତିନି ତଲାକ୍ ଦିଅନ୍ତି, ତାଙ୍କୁ ଜେଲ ଯିବାକୁ ହେବ ଓ ତାଙ୍କୁ ୩ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ମିଳିପାରେ । ବିଲର କ୍ଲଜ ନମ୍ବର ୭ ମୁତାବକ, ଏହି ଆଇନ୍ ଅଧିନରେ ତିନି ତଲାକ୍ ଜାମିନ୍ ମିଳୁନଥିବା ଓ ହସ୍ତକ୍ଷେପ ଯୋଗ୍ୟ ଅପରାଧ ହେବ ଅର୍ଥାତ୍ ପୁଲିସ ଥାନାରୁ ଅଭିଯୁକ୍ତକୁ ଜାମିନ୍ ମିଳିପାରିବନି ।

ବିଲ ଦ୍ୱାରା ମୁସଲିମ୍ ମହିଳାଙ୍କ ଅଧିକାରର ରକ୍ଷା କେମିତି ହେବ ?

ଯେଉଁ ମହିଳାଙ୍କୁ ତିନି ତଲାକ୍ ଦିଆଯାଇଥିବା ତାଙ୍କ ସ୍ୱାମୀ ତରଫରୁ ଖର୍ଚ୍ଚ ମିଳିବ ଓ ପିଲାଙ୍କ କଷ୍ଟଡି ତାଙ୍କ ପାଖରେ ହିଁ ରହିବ । ବିଲର କ୍ଲଜ ନମ୍ବର ୫ ଓ ୬ ମୁତାବକ, ଯେଉଁ ମୁସଲିମ୍ ମହିଳାଙ୍କୁ ତିନି ତଲାକ୍ ଦିଆଯାଇଥିବ, ତାଙ୍କ ଅଧିକାର ହେବ କି ସେ ନିଜ ସ୍ୱାମୀଙ୍କ ଠାରୁ ନିଜ ଓ ପିଲାଙ୍କ ପାଇଁ ଏକ ନିଶ୍ଚିତ ଧନ ରାଶିର ଦାବି କରିପାରିବେ । ଏହା ବ୍ୟତୀତ ତିନି ତଲାକ୍ ହେବା ପରେ ପିଲାଙ୍କ କଷ୍ଟଡି ମଧ୍ୟ ମାଆ ପାଖରେ ରହିବ ।