ଭାରତର ସବୁଠୁ ଡେଙ୍ଗା ଯୋଡି : ଲିମକା ବୁକ ଅଫ ରେକର୍ଡସରେ ରଚିଲେ ନାଁ, ପ୍ରତ୍ୟେକ ସଦସ୍ୟଙ୍କ ଉଚ୍ଚତା ୬ ଫୁଟରୁ ବି ଅଧିକ ।

72

ଆପଣଙ୍କୁ ଏକ ପରିବାର ବିଷୟରେ ଜଣାଇବାକୁ ଯାଉଛୁ ଯିଏ ଅନ୍ୟ ମାନଙ୍କଠୁ ଟିକେ ନୁହେଁ ବହୁତ ଅଲଗା । ସେଥିପାଇଁ ସମଗ୍ର ବିଶ୍ୱରେ ସେମାନେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ତାଙ୍କ ବିଶେଷତ୍ୱ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ପୁନେର ଏକ ଯୋଡି ଯିଏ ଉଚ୍ଚତାକୁ ନେଇ ଦେଶରେ ଉଚ୍ଚତମ ସ୍ୱାମୀ-ସ୍ତ୍ରୀ ଭାବେ ପରିଚିତ । ତାଙ୍କ ପିଲାଙ୍କ ଉଚ୍ଚତା ଜାଣି ମଧ୍ୟ ଚକିତ ହୋଇଯିବେ । ଏହି ପରିବାର ନିଜର ଉଚ୍ଚତା ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । କେବଳ ଏତିକି ନୁହେଁ, ଉଚ୍ଚତା କାରଣରୁଏହି ପରିବାର ଲିମକା ବୁକ ଅଫ ରେକର୍ଡସରେ ସ୍ଥାନ ପାଇଛନ୍ତି ।

ପୁନେର ପିମ୍ପରୀରେ ରହୁଥିବା କୁଲକର୍ଣ୍ଣୀ ପରିବାର ଉଚ୍ଚତାରେ ଦେଶର ସବୁଠାରୁ ଡେଙ୍ଗା ପରିବାର ରୂପେ ପରିଚିତ । ଏହି ପରିବାରରେ ୪ ଜଣ ସଦସ୍ୟ ଅଛନ୍ତି । ଏମାନଙ୍କ ଉଚ୍ଚତାକୁ ଯୋଡିଲେ ତାହା ୨୬ ଫୁଟରୁ ବି ଅଧିକ ହୁଏ । ୫୬ ବର୍ଷୀୟ ଶରଦ ଶୁକ୍ଳା ଏହି ପରିବାରର ମୁଖିଆ, ତାଙ୍କ ଉଚ୍ଚତା ୭ ଫୁଟ ୧.୫ ଇଂଚ । ତାଙ୍କ ପତ୍ନୀ ସଂଜୋତଙ୍କ ୬.୨ ଇଂଚ । ଶରଦଙ୍କ ଦୁଇ ଝିଅଙ୍କ ଉଚ୍ଚତା ମଧ୍ୟ ୬ ଫୁଟରୁ ଅଧିକ ।

ଶରଦଙ୍କ ବଡ ଝିଅ ମୁରୁଗା ୨୬ ବର୍ଷର ଓ ତାଙ୍କ ଉଚ୍ଚତା ୬ ଫୁଟ । ଛୋଟ ଝିଅ ସାନ୍ୟା ଏବେ ୨୦ ବର୍ଷର ଓ ତାଙ୍କ ଉଚ୍ଚତା ୬ ଫୁଟ ୪ ଇଂଚ, ଯାହାକି ତାଙ୍କ ବଡ ଭଉଣୀ ଓ ମା’ଙ୍କ ଉଚ୍ଚତା ଠୁ ବି ଅଧିକ । ଶରଦ ଓ ସଂଜୋତଙ୍କ ବିବାହ ୧୯୮୯ରେ ହୋଇଥିଲା । ଉଭୟଙ୍କ ବିବାହ କାହାଣୀ କୈାତୁହଳ ପୁର୍ଣ୍ଣ । ସୂଚନାଯୋଗ୍ୟ, ୬ ଫୁଟରୁ ଅଧିକ ଊଚ୍ଚ ଥିବା କାରଣରୁ ସଂଜୋତଙ୍କ ବାହା ଠିକ ହୋଇ ପାରୁନଥିଲା । ହଠାତ ଗୋଟିଏ ଦିନ ତାଙ୍କ ଜେଜେମା ଘର ପାଖରେ ଥିବା ଏକ ପରିବା ଦୋକାନକୁ ପରିବା କିଣିବା ପାଇଁ ଯାଇଥିବା ବେଳେ ଶରଦଙ୍କୁ ଦେଖିଥିଲେ । ତାଙ୍କୁ ଦେଖିବା ମାତ୍ରେ ସିଧା ସିଧା ଶରଦଙ୍କ ପାଖକୁ ଯାଇ ବାହାଘର ପ୍ରସ୍ତାବ ଦେଇଥିଲେ ।

ଶରଦଙ୍କୁ ଏହା ବିସ୍ମିତ କରିଥିଲା । କିନ୍ତୁ ସଂଜୋତଙ୍କ ଉଚ୍ଚତା ଜାଣିବା କ୍ଷଣି ସେ ରାଜି ହୋଇଯାଇଥିଲେ । ଶରଦ ଓ ସଂଜୋତଙ୍କ ନାମ ଲିମକା ବୁକ ଅଫ ରେକର୍ଡସରେ ସବୁଠାରୁ ଡେଙ୍ଗା ଯୋଡି ଭାବେ ମଧ୍ୟ ସ୍ଥାନ ପାଇଛି । ଶରଦଙ୍କ ଆଶା ଥିଲା ଯେ ବିଶ୍ୱର ସବୁଠାରୁ ଡେଙ୍ଗା ଯୋଡି ଭାବେ ଗିନିଜ ବୁକ ଅଫ ୱାଲର୍ଡ ରେକର୍ଡରେ ବି ସ୍ଥାନ ପାଇପାରିବେ, କିନ୍ତୁ ଏହି ରେକର୍ଡ କାଲିଫର୍ଣ୍ଣିଆର ୱେନ ଓ ଲେରୀ ହାଲକ୍ୱିଷ୍ଟଙ୍କ ନାମରେ ନାମିତ ହୋଇସାରିଥିଲା ।