ଗର୍ଭବତୀ ମହିଳାଙ୍କୁ କେହି ବି ଚାକିରିରୁ ବାହାର କରିପାରିବେ ନାହିଁ ! କିଛି ଜରୁରୀ ନିୟମ ବିଷୟରେ ନିଶ୍ଚୟ ଜାଣନ୍ତୁ . . . .

136

ଅନେକ ସମୟରେ କିଛି ଜରୁରୀ ନିୟମ ଜାଣିନଥିବାରୁ ଆମେ ଅନେକ ଅସୁବିଧାର ସମ୍ମୁଖୀନ ହୁଅନ୍ତି । ଆଉ କେବଳ ଏଇଥିପାଇଁ ମୋଟା ଅଙ୍କର ଜୋରିମାନା ମଧ୍ୟ ଦେବାକୁ ପଡ଼େ । ତେବେ କିଛି ନିୟମ ଅଛି, ଯାହା ଜାଣିଲେ ଆପଣ ଆସନ୍ନ ବିପଦକୁ ଏଡ଼଼ାଇ ଯାଇ ପାରିବେ ।

– ନିଶା ଦ୍ରବ୍ୟ ସେବନ କରି ଗାଡ଼ି ଚଳାଇଲା ବେଳେ ଆପଣ ଗିରଫ ହୋଇପାରନ୍ତି । ଯଦି ଆପଣଙ୍କର ୧୦୦ ମିଲିମିଟର ରକ୍ତରେ ୩୦ ମିଲିଗ୍ରାମ ଆଲକୋହଲ ମିଳେ ତେବେ ଯାଇ ଆପଣ ଗିରଫ ହେବ । ତା’ଠାରୁ କମ୍ ମିଳିଲେ ଆପଣଙ୍କୁ ଗିରଫ କରାଯାଇ ପାରିବ ନାହିଁ ।

 

– କେହି ବି ଜଣେ ଗର୍ଭବତୀ ମହିଳାଙ୍କୁ ଚାକରିରୁ ବାହାର କରିପାରିବେ ନାହିଁ । କେହି ଯଦି ଏପରି କରନ୍ତି, ତେବେ ତାଙ୍କୁ ୩ ମାସର ଜେଲଦଣ୍ଡ ହୋଇପାରେ ।

– ଯଦି କୌଣସି ପୋଲିସ ଅଧିକାରୀ ଆପଣଙ୍କର ଏଫଆଇଆର୍ ଲେଖିବା ପାଇଁ ମନା କରନ୍ତି, ତେବେ ତାଙ୍କୁ ୬ ମାସରୁ ୧ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ହୋଇପାରେ ।

source : himachalabhiabhi.com

 

– ଜଣେ ଦୁଷ୍କର୍ମ ପୀଡ଼ିତା ଏଫଆଇଆର୍ ନଦେଇ ମଧ୍ୟ ଡାକ୍ତରଙ୍କ ପାଖରେ ନିଜର ଯାଂଚ କରାଇପାରିବେ ।

– ନିମୟ ଅନୁସାରେ ଜଣେ ଅବିବାହିତ ପୁରୁଷ କୌଣସି କୁନି ଝିଅକୁ ପୋଷ୍ୟ କରିପାରିବେ ନାହିଁ ।

– ଆପଣଙ୍କ ଗ୍ୟାସ ସିଲିଣ୍ଡର ଫାଟିଲେ ଆପଣଙ୍କୁ ୪୦ ଲକ୍ଷ ପର୍ଯ୍ୟନ୍ତ କ୍ଷତିପୂରଣ ମିଳିବ ।