ଗୋଟିଏ ସେକେଣ୍ଡରେ ହେବ ୨୫୦ଥର ଫାୟାରିଂ, ଏକାସଙ୍ଗରେ ବନ୍ଧୁକରୁ ବାହାରିବ ୪ଟି ଲେଖାଏଁ ଗୁଳି । ଜାଣନ୍ତୁ ରିବନ ଗନ୍ ବିଷୟରେ କିଛି

50

ଯେଉଁ ଦେଶରେ ମାରଣାସ୍ତ୍ର ରଖିବାକୁ ଲୋକମାନେ ବେଆଇନ ବୋଲି ଭାବିନଥାନ୍ତି, ସେହିଭଳି ଦେଶ ହେଉଛି ଆମେରିକା । ଆଉ ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ନୂଆ ନୂଆ ଆଧୁନିକ ମଡେଲର ବନ୍ଧୁକ ମଧ୍ୟ ବଜାରକୁ ଆସୁଛି । ଆମେରିକାରେ ଖୁଲମଖୁଲା ବନ୍ଧୁକର ବ୍ୟବହାର ହୋଇଥାଏ । ହଲିଉଡ ଫିଲ୍ମରେ ଯେଉଁଭଳି ମହାକାଶରେ ଇଲକଟ୍ରୋନିକ ବନ୍ଧୁକରେ ଫାୟରିଂ ହେଉଥିବାର ଦୃଶ୍ୟ ଦେଖିବାକୁ ମିଳିଥାଏ ଠିକ୍ ସେହିଭଳି ଏକ ରିବନ ଗନ ନିର୍ମାଣ କରୁଛି ଆମେରିକାର ଏକ କମ୍ପାନି ।

ରିବନ ଗନରୁ ଗୋଟିଏ ଥରକେ ୪ଟି ଗୁଳି ଫାୟରିଂ କରାଯାଇ ପାରିବ । ଏତିକି ନୁହେଁ ଏହି ଗନରେ ପ୍ରତି ସେକେଣ୍ଡରେ ୨୫୦ ରାଉଣ୍ଡ ଗୁଳି ଫାୟରିଂ କରାଯାଇପାରିବ । ଆଉ ସବୁଠୁ ବଡ କଥା ହେଲା, ଏହି ବନ୍ଧୁକର ଟ୍ରିଗର ଅନ୍ୟ ବନ୍ଧୁକର ଟ୍ରିଗର ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଯାହାର ନାଁ ଷ୍ଟ୍ରାଇକର ଦିଆଯାଇଛି । ଏବେ ଆମେରିକା ସେନା ଏହି ବନ୍ଧୁକର ପରୀକ୍ଷଣ କରୁଛି । ଆମେରିକାର କୋଲେରାଡୋ ସ୍ଥିତ ଏଫଡ଼ି ମ୍ୟୁନିସନ ଏଡି ଅତ୍ୟାଧୁନିକ ବନ୍ଧୁକର ନିର୍ମାଣ କରୁଛି । କମ୍ପାନିର ଆଶା ରହିଛି ଯେ, ଆମେରିକା ସେନା ଖୁବଶୀଘ୍ର ନିଜର ଆଧୁନିକ ମାରଣାସ୍ତ୍ର ମଧ୍ୟରେ ଏହି ରିବନ ଗନକୁ ସାମିଲ କରିବ ।

୨୦୧୯ରୁ ଏହି ବନ୍ଧୁକର ଉତ୍ପାଦନ ଆରମ୍ଭ ହୋଇଯିବ । ଏହି ଅତ୍ୟାଧୁନିକ ବନ୍ଧୁକରେ ଭିନ୍ନ ପ୍ରକାର ଗୁଳିର ଆବଶ୍ୟକତା ପଡିବ ନାହିଁ । ଏବେ ପର୍ଯ୍ୟନ୍ତ ବଜାରରେ ଯେଉଁ ବନ୍ଧୁକ ମିଳୁଛି ତାହାର ଟ୍ରିଗର ଏକ ମେକାନିକାଲ ଟ୍ରିଗର ପିନ୍ ସହ ଯୋଡି ହୋଇ ରହିଥାଏ । ଏହା ଗନପାଉଡରରେ ନିଆଁ ଲଗାଇବା ସହ ବୁଲେଟକୁ ନିଆଁ ଆଡକୁ ଠେଲିଥାଏ । କିନ୍ତୁ ରିବନ ଗନରେ ଟ୍ରିଗର ଏକ ଇଲେକଟ୍ରୋନିକ ସ୍ୱିଚ ଭଳି କାମ କରିଥାଏ । ଏହି ଗନର ସାଇଜ ଓ ଓଜନ ଅନ୍ୟ ବନ୍ଧୁକ ଠାରୁ ମଧ୍ୟ ହାଲକା ରହିଛି । ୨୦୧୯ରେ ଏହି ବନ୍ଧୁକ ସେନାକୁ ଦିଆଯାଇପାରେ । କେବଳ ସେନା ନୁହେଁ ଭବିଷ୍ୟତରେ ଏହି ବନ୍ଧୁକ ସାଧାରଣ ଲୋକଙ୍କୁ ମଧ୍ୟ ଦିଆଯାଇପାରେ ।