ଶେଷ ହେଲା ଜିଓର ମାଗଣା ସେବା ! ଏବେ ଗ୍ରାହକଙ୍କୁ ମିଳିବ ନୂଆ ଯୋଜନା, ଜାଣନ୍ତୁ କ’ଣ ରହିଛି

40

ରିଲାଏନ୍ସ ଜିଓର ମାଗଣା ସେବା ଶେଷ ହୋଇ ଯାଇଛି । ଏମିତିରେ ଯଦି ଗ୍ରାହକ ଜିଓ ସେବାର ଲାଭ ଇଠାଇବା ପାଇଁ ଚାହୁଁଛନ୍ତ, ତେବେ ତାଙ୍କୁ ରିଚାର୍ଜ କରିବା ପାଇଁ ପଡିବ । ଜିଓ ପ୍ରାଇମ ପ୍ରିପେଡ ଗ୍ରାହକଙ୍କ ପାଇଁ କମ୍ପାନୀର ୱେବସାଇଟ ଜିଓ.କମରେ ଅନେକ ନୂଆ ନୂଆ ଯୋଜନା ରହିଛି । ଏହାପୂର୍ବରୁ କମ୍ପାନୀ ନିଜ ୱେବସାଇଟରେ ୧୯ ଟଙ୍କାରୁ ନେଇ ୯,୯୯୯ ଟଙ୍କା ପର୍ଯ୍ୟନ୍ତ ଯୋଜନାର ତାଲିକା ପ୍ରସ୍ତୁତ କରିଥିଲା, ଯାହାକୁ ଏବେ ହଟାଇ ନିଆଯାଇଛି । କିନ୍ତୁ ଏବେ ୱେସାଇଟରେ କେବଳ ୩ ଟି ହିଁ ଯୋଜନା ରହିଛି, ଯେଉଥିରୁ ଦୁଇଟି ‘ଧନ ଧନା ଧନ ଅଫର’ର ଯୋଜନା ।

ଜିଓର ପ୍ରାଇମ ଯୋଜେନା ଗୁଡିକ କ’ଣ ରହିଛି ଜାଣନ୍ତୁ- 

ସର୍ବପ୍ରଥମ ଯୋଜନା ୧୪୯ ଟଙ୍କାର ରହିଛି । ଯେଉଁଠି ଅସୀମିତ ଲୋକାଲ ଓ ଏସଟିଡି କଲିିଂ, ୨ ଜିବି ଡାଟା,୩୦୦ ଲୋକାଲ ଓ ଏସଟିଡି ମେସେଜ ଦିଆଯାଇଛି । ଏହି ଯୋଜନାରେ ଜିଓ ଆପର ମାଗଣା ସବସ୍କ୍ରିପସନ ମଧ୍ୟ ଉଲଲବ୍ଧ ରହିଛି ।ଏହି ଯୋଜନାର ବୈଧତା ରହିଛି ୨୮ ଦିନ ।

ଦ୍ୱିତୀୟ ଯୋଜନା ୩୦୯ ଟଙ୍କାର । ଏଥିରେ ଦୁଇଟି ବିଭାଗ ରହିଛି । ପ୍ରଥମ ହେଲା ଫାଷ୍ଟ ରିଜାର୍ଜ ଓ ଦ୍ୱିତୀୟ ସବସିକ୍ୱେଣ୍ଟ ରିଚାର୍ଜଫାଷ୍ଟ ରିଚାର୍ଜରେ ବର୍ଗରେ ‘ଧନ ଧନା ଧନ’ ଅଫରର ଲାଭ ମିଳିବ । ଏଥିରେ ଅସୀମିତ ଲୋକାଲ ଓ ଏସଟିଡି ଭଏସ କଲ, ମେସେଜ ଓ ଡାଟା ଦିଆଯିବ । ଗ୍ରାହକ ୧ଦିନରେ ୧ ଜିବି ଡାଟା ୪ ଜି ବେଗରେ ବ୍ୟବହାର କରିପାରିବେ ।

ଏହାର ବୈଧତା ୮୪ ଦିନ ହିଁ ରହିବ । ଏପରେ ସବସିକ୍ୱେଣ୍ଟ ରିଚାର୍ଜ ବର୍ଗରେ ଗ୍ରାହକଙ୍କୁ ଅସୀମିତ ଲୋକାଲ ଓ ଏସଟିଡି ଭଏସ କଲ ,ଅସୀମିତ ଡାଟା ଦିଆଦିବ । ଏଠାରେ ମଧ୍ୟ ଗ୍ରାହକଙ୍କୁ ୧ ଦିନରେ ୧ ଜିବି ଡାଟା ଦିଆଯିବ । ଏହାସହ ଏହିି ଯୋଜନାର ବୈଧତା ୨୮ ଦିନ ରହିବ । ଦେଖବାକୁ ଗଲେ ଫାଷ୍ଟ ରିଚାର୍ଜ ବର୍ଗରେ ଗ୍ରାହକଙ୍କୁ ୮୪ ଜିବି ଡାଟା ଓ ସବସିକ୍ୱେଣ୍ଟ ବର୍ଗରେ ୨୮ ଜିବି ୪ଜି ଡାଟା ମଳିବ ।

ତୃତୀୟ ଯୋଜନା ୫୦୯ ଟଙ୍କାର ରହିଛି । ଏଥିରେ ମଧ୍ୟ ଫାଷ୍ଟ ରିଚାର୍ଜ ଓ ସବସିକ୍ୱେଣ୍ଟ ରିଚାର୍ଜ ପରି ବର୍ଗ ରହିବ । ଫାଷ୍ଟ ରିଚାର୍ଜ କରୁଥିବା ଗ୍ରାହକଙ୍କୁ ଅସିମୀତ କଲିଂ, ମେସେଜ, ଡାଟା ମିଳିବ । ଏହି ଯୋଜନାରେ ପ୍ରତିଦିନ ୪ଜିବି ବେଗରେ ୨ ଜିବି ଡାଟା ବ୍ୟବହାର କରିପାରିବେ ଗ୍ରାହକ । ଏହାର ବୈଧତା ରହିଛି ୮୪ ଦିନ ।

ଏପଟେ ସବସିକ୍ୱେଣ୍ଟ ରିଚାର୍ଜ କରୁଥିବା ଗ୍ରାହକ ଅନଲିମିଟେଡ କଲିଂ, ମେସେଜ ଓ ୨ ଜିବି ଡାଟା ପ୍ରତିଦନି ୪ଜି ବେଗରେ ମିଳବ । ଏହାର ବୈଧତା ରହିଛି ୨୮ ଦିନ । ଏଥିରେ ଫାଷ୍ଟ ରିଚାର୍ଜରେ ଗ୍ରାହକଙ୍କୁ ୧୬୮ ୪ଜି ଡାଟା ଓ ସବସିକ୍ୱେଣ୍ଟ ରିଚାର୍ଜ ଗ୍ରାହକଙ୍କୁ ୫୬ ଜିବି ୪ ଜି ଡାଟା ମିଳିବ ।