ଗୋଟିଏ ଦିନରେ କେତେ ଟଙ୍କା ଆୟ କରନ୍ତି ‘ନାଗିନ’ର ନାୟିକା ମୌନି ରୟ ! ଜାଣିଲେ ଉଡିଯିବ ହୋସ୍

36

ଟେଲିଭିଜନରେ କିଛି ଏମିତି ତାରକା ଅଛନ୍ତି ଯେଉଁମାନଙ୍କ ଆୟ କଥା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ତାଲିକାରେ ଆସୁଛନ୍ତି ଟେଲି ନାୟିକା ତଥା ଆପଣଙ୍କ ପ୍ରିୟ “ନାଗିନ’ ଧାରାବାହିକର ନାହିକା ମୌନୀ ରୟ । ମୌନୀ ରୟ ୨୦୦୯ରୁ ଟେଲି ଦୁନିଆରେ ସକ୍ରିୟ ଅଛନ୍ତି । କିନ୍ତୁ ସେ ‘ଦେବୋ କେ ଦେବ ମହାଦେବ’ ସିରିଏଲରେ ସତୀଙ୍କ ଭୁମିକାରେ ଅଭିନୟ କରି ଲୋକପ୍ରିୟତା ହାସିଲ କରିଥିଲେ ।

ଏବେ ସେ ଲୋକପ୍ରିୟ ଟିଭି ସୋ’ “ନାଗିନ’ ପାଇଁ ବେଶ ଚର୍ଚ୍ଚିତ । ଏହି ସୋ ମୌନିଙ୍କୁ ରାତିରାତି ଟିଭିର ବଡ ତାରକା କରିଦେଇଥିଲା । ସୋ’ର ପ୍ରଥମ ସିଜିନ ହିଟ ହେବା ପରେ ଏବେ ଦ୍ୱିତୀୟ ସିଜନ ମଧ୍ୟ ଲୋକେ ବହୁତ ପସନ୍ଦ କରୁଛନ୍ତି । ଏମିତିରେ ଆପଣ ମଧ୍ୟ ଆପଣଙ୍କ ଏହି ପ୍ରିୟ ଟେଲି ତାରକାରଙ୍କ ଆୟ ବିଷୟରେ ଜାଣିବା ପାଇଁ ଚାହିଁବେ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବ ମୌନି ରୟ ଦିନକୁ ୧.୨୫ ଲକ୍ଷ ଟଙ୍କା ଆୟ କରନ୍ତି । କେବଳ ଯେ ଭାରତରେ ତା’ ନୁହଁ ଚୀନରେ ମଧ୍ୟ ତାଙ୍କ ସୋ’ “ନାଗିନ’ର ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି ।