ଭାରତୀୟ ଟ୍ରେନର ମାଇଲେଜ୍ କେତେ ଜାଣିଛନ୍ତି କି ? ଯଦି ନାହିଁ ତେବେ ପଢନ୍ତୁ ସମ୍ପୁର୍ଣ୍ଣ ଖବର ।

42

ଭାରତୀୟ ରେଲୱେର ନେଟୱର୍କ ସମ୍ପୁର୍ଣ୍ଣ ଦେଶରେ ଖେଳେଇ ହୋଇ ରହିଛି । ବିକାଶଶୀଳ ଭାରତର ମଙ୍ଗ ହେଉଛି ଭାରତୀୟ ରେଲବାଇ । ଏବେ ପର୍ଯ୍ୟନ୍ତ ୫୦ ପ୍ରତିଶତ ରେଳବାଇ ଟ୍ରାକର ବିଦ୍ୟୁତିକରଣ କରାଯାଇଛି । କିନ୍ତୁ ଏବେ ବି ବହୁତ ରୁଟରେ ଡିଜେଲରେ ଟ୍ରେନ୍ ଚାଲୁଅଛି । କିନ୍ତୁ ଆପଣ କ’ଣ ଜାଣିଛନ୍ତି ଯେ ଡିଜେଲରେ ଚାଲୁଥିବା ଟ୍ରେନର ମାଇଲେଜ୍ କେତେ ହୋଇଥାଏ ।

ଆଶ୍ଚର୍ଯ୍ୟ ହୋଇପଡିଲେ ନା, ଆଜ୍ଞା ହଁ ଆପଣଙ୍କ ସ୍କୁଟର,ବାଇକ ଓ କାର୍ ଭଳି ଟ୍ରେନର ମଧ୍ୟ ମାଇଲେଜ୍ ମପାଯାଇଥାଏ । କିନ୍ତୁ ଅଧିକ ଭାର ହେବା କାରଣରୁ ମାଇଲେଜ୍ ବହୁତ କମ୍ ହୋଇଥାଏ । ଡିଜେଲରେ ଚାଲୁଥିବା ଟ୍ରେନର ମାଇଲେଜ୍ ସେମାନଙ୍କ ରୁଟ୍ ,ଗାଡି,ଏକ୍ସପ୍ରେସ୍ ହେବା କିମ୍ବା ନ ହେବା ଉପରେ ନିର୍ଭର କରିଥାଏ । ରିପୋର୍ଟ ଅନୁସାରେ,ମାଲଗାଡିର ମାଇଲେଜ୍ ପାସେଞ୍ଜର ଗାଡି ଠାରୁ ବହୁତ କମ୍ ହୋଇଥାଏ । ଏମିତିରେ ଟ୍ରେନର ମାଇଲେଜ୍ ଏହାର ଓଜନ ଏବଂ ରୁଟ୍ ଆଧାରରେ ହୋଇଥାଏ । ଏହାସହ ଟ୍ରେନରେ ଲଗା ଯାଇଥିବା କୋଚ୍ ସଂଖ୍ୟା ମାଇଲେଜ୍ ଉପରେ ପ୍ରଭାବ ପକାଇଥାଏ । ପାସେଞ୍ଜର ଟ୍ରେନ୍ ଅଧିକତର ଇଣ୍ଟର ଷ୍ଟେଟ୍ ଏକ୍ସପ୍ରେସ୍ ଟ୍ରେନରେ ୨୪ ରୁ ୨୫ କୋଚ୍ ଥାଏ । ଏଥିପାଇଁ ଇଞ୍ଜିନକୁ ଅଧିକ ପାୱାରର ଆବଶ୍ୟକତା ରହିଛି । ଏଥିପାଇଁ ଅନୁମାନ ଲଗାଯାଇଛି ଯେ ଏକ କି.ମି ଚାଲିବା ପରେ ୬ ଲିଟର ଡିଜେଲ୍ ଖର୍ଚ୍ଚ ହୋଇଥାଏ ।

ପାସେଞ୍ଜର ଟ୍ରେନ୍ :

ପାସେଞ୍ଜର ଟ୍ରେନରେ ସାମାନ୍ୟ ୧୨ ରୁ ୧୫ ଟି କୋଚ୍ ଥାଏ । ଯେଉଁଥିପାଇଁ କମ୍ ପାୱାରର ଆବଶ୍ୟକତା ରହିଥାଏ । କିନ୍ତୁ ଏହି ଟ୍ରେନ୍ ଛୋଟ ଛୋଟ ଷ୍ଟେସନରେ ରହିଥାଏ । ଯେଉଁଥିପାଇଁ ଅଧିକ ଡିଜେଲ୍ ଖର୍ଚ୍ଚ ହୋଇଥାଏ । ଏଥିପାଇଁ ଏହାର ଖର୍ଚ୍ଚ ମଧ୍ୟ ଏକ୍ସପ୍ରେସ୍ ଟ୍ରେନର ବରାବର ହୋଇଥାଏ ଏବଂ ଏହି ଟ୍ରେନ୍ ଏକ କି.ମି ଚାଲିଲେ ଆନୁୁମାନିକ ରୁପେ ୫ ରୁ ୬ ଲିଟର ଡିଜେଲ୍ ଖର୍ଚ୍ଚ ହୋଇଥାଏ ।

ମାଲଗାଡି :

ମାଲଗାଡିରେ ଗୋଚ୍ ସଂଖ୍ୟା ଏବଂ ଟ୍ରେନରେ ନିଆଯାଉଥିବା ସାମାନ୍ ଆଧାରରେ ମାଇଲେଜ୍ ର କେତେ ତାହା ଜଣାପଡିଥାଏ । ପ୍ରତି ଟ୍ରେନ୍ ହିସାବରେ ଏହା ଅନୁମାନ ଲଗାଯାଏ । ଆପଣଙ୍କୁ କହିରଖୁଛୁ ଯେ ଟ୍ରେନର ସ୍ପିଡ କାରଣରୁ ଏହାର ମାଇଲେଜରେ ଫରକ ନଜର ଆସିଥାଏ । ଏହି କାରଣରୁ ସ୍ପିଡ୍ ଅନୁସାରେ ଅନୁମାନରେ ମଧ୍ୟ ଫରକ ଆସେ । ତେବେ ଦେଖାଯାଏ ତ ଭାରତୀୟ ରେଳବାଇ ଅଧିକ ରୋଜଗାର ମାଲ ଗାଡିରୁ ର୍ହିଁ କରିଥାଏ ।

ଗୋଟିଏ ଏକ୍ସପ୍ରେସ୍ ଟ୍ରେନର ମାଇଲେଜ୍ ପାସେଞ୍ଜର ଗାଡିରୁ ଅଧିକ ହୋଇଥାଏ । ଏହା ୪.୫ ଲିଟର ଡିଜେଲରେ ୧ କି.ମି ର ବାଟ ଯାଇଥାଏ । ତେବେ ଆପଣଙ୍କୁ କହିରଖୁଛୁ କି ୧୮୫୩ ମସିହା ଏପ୍ରେଲ ୧୬ ତାରିଖରେ ପ୍ରଥମ ଟ୍ରେନ୍ ୩୫ କିଲୋମିଟର ଦୂରତା ପର୍ଯ୍ୟନ୍ତ ଚାଲିଥିଲା । ଯେଉଁ ସମୟରେ ଏହି ଟ୍ରେନ୍ ରୁଟରେ ଚାଲୁଥିଲା ସେତେବେଳେ ସମୟ ହୋଇଥିଲା ୩.୩୫ ମିନିଟ । ଏହା ବୋରିବନ୍ଦର (ଛତ୍ରପତି ଶିବାଜୀ ଟର୍ମିନାଲ୍) ରୁ ଠାଣେରୁ ଚଲାଯାଇଥିଲା । ଏହି ରେଳଗାଡିକୁ ବ୍ରିଟେନରୁ ମଗାଯାଇଥିବା ତିନି ଭାପ୍ ଇଞ୍ଜିନ୍ ସୁଲତାନ୍,ସିନ୍ଧୁ ଏବହ ସାହିବ୍ ଭିଡିଥିଲେ । ୨୦ ଡବାବାଲା ଏହି ଟ୍ରେନରେ ୪୦୦ ଯାତ୍ରୀ ଯାତ୍ରା କରିଥିଲେ ।