ମାନ୍ୟତା ଦୃଷ୍ଟିରୁ ୧୮୫୭ ହୋଇଥିବା ସ୍ୱାଧୀନତା ସଂଗ୍ରାମକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି କୁହାଯାଇଥାଏ । କିନ୍ତୁ ଏହି ସଂଗ୍ରାମର ୫୧ ବର୍ଷ ପୂର୍ବରୁ ମଧ୍ୟ ଏକ ବିଦ୍ରୋହ ହୋଇଥିଲା । ଯାହା ଇଂରେଜମାନଙ୍କ ବିରୁଦ୍ଧରେ ପ୍ରଥମ ଲଢେଇ ବୋଲି କୁହାଯାଏ । ଏହି ବିଦ୍ରୋହ ଜୁଲାଇ ୧୦ ତାରିଖରେ ଭେଲ୍ଲୋର ନାମକ ସ୍ଥାନରେ ହୋଇଥିଲା । କୁହାଯାଉଛି କି ବିଦ୍ରୋହିମାନେ ଭେଲ୍ଲୋର ଦୁର୍ଗକୁ କବଜା କରିବା ସହ ପ୍ରାୟ ୨୦୦ ଇଂରେଜ ସୈନ୍ୟଙ୍କୁ ହତ୍ୟା କରିଥିଲେ ।

କଣ ଥିଲା କାରଣ :

୧୮୦୬ ମସିହାରେ ହୋଇଥିବା ଏହି ବିଦ୍ରୋହର କାରଣ ଥିଲା ଡ୍ରେସକୋର୍ଡ । ପ୍ରକୃତରେ ଇଂରେଜମାନଙ୍କ ତରଫରୁ ଲାଗୁ କରାଯାଇଥିବା ଏକ ଡ୍ରେସକୋର୍ଡ ପାଇଁ ଭାରତୀୟ ସିପାହି ମାନେ ଇଂରେଜମାନଙ୍କୁ ବିରୋଧ କରିଥିଲେ । ଏହି ଡ୍ରେସକୋର୍ଡ ଅନୁଯାୟୀ ଭାରତୀୟ ହିନ୍ଦୁମାନଙ୍କୁ ତିଳକ ଟିକା ଏବଂ ମୁସଲମାନମାନଙ୍କୁ ଦାଢି ରଖିବା ଉପରେ ପ୍ରତିବନ୍ଧକ ଲାଗାଇ ଦିଆଯାଇଥିଲା । ଯାହା ଫଳରେ ଭାରତୀୟ ସିପାହି ମାନେ ଇଂରେଜଙ୍କ ବିରୁଦ୍ଧରେ ବିଦ୍ରୋହ କରିଦେଇଥିଲେ ।

୧୮୦୬ରେ ହୋଇଥିବା ବିଦ୍ରୋହ ଭେଲୋର ଦୁର୍ଗରେ କେବଳ ଗୋଟିଏ ଦିନ ପାଇଁ ଚାଲିଥିଲା । ଏଥିରେ ପ୍ରାୟ ୨୦୦ ଇଂରେଜଙ୍କୁ ହତ୍ୟା କରାଯାଇଥିଲା । ଏହି ଘଟଣାଙ୍କୁ ନେଇ ବିଦ୍ରୋହିଙ୍କ ବିରୁଦ୍ଧରେ କୋର୍ଟରେ ଅନେକ ମକଦମା ମଧ୍ୟ ଚାଲିଥିଲା ଏବଂ ପରେ କୋର୍ଟ ପ୍ରାୟ ୧୦୦ ବିଦ୍ରୋହିଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଇଥିଲା ।

ପାଇକ ବିଦ୍ରୋହ ଥିବା ପ୍ରଥମ ସ୍ୱାଧୀନତା ସଂଗ୍ରାମ :

ନିକଟରେ ସରକାର ୧୮୧୭ ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବେ ପାଳନ କରିବା ପାଇଁ ସିପାରିସ କରିଥିଲେ । ସେପଟେ କେନ୍ଦ୍ରୀୟ ମାନବ ସଂସାଧନ ମନ୍ତ୍ରୀ ପ୍ରକାଶ ଜାବେଡକର ମଧ୍ୟ ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବେ ଇତିହାସ ପୃଷ୍ଠାରେ ସ୍ଥାନ ଦେବା ପାଇଁ କହିଥିଲେ । ୧୮୧୭ରେ ଓଡିଶାରେ ହୋଇଥିବା ପାଇକ ବିଦ୍ରୋହ ପୂର୍ବ ଭାରତରେ କିଛି ସମୟ ପାଇଁ ବ୍ରିଟିସ ରାଜତ୍ୱକୁ ବେଶ୍ ପ୍ରଭାବିତ କରିଥିଲା ।