ଆପଣଙ୍କ ଶରୀରରେ କ୍ୟାଲସିୟମ୍ କମ୍ ଅଛି କି ! ଜାଣନ୍ତୁ କିଛି ଲକ୍ଷଣ

77

ଶରୀର ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି କ୍ୟାଲସିୟମ୍ । ହାଡକୁ ମଜଭୂତ ରଖିବା ପାଇଁ ସଠିକ୍ ପରିମାଣର କ୍ୟାଲସିୟମ୍ ଶରୀର ଭିତରକୁ ଯିବା ନିହାତି ଆବଶ୍ୟକ । ଜଣେ ବ୍ୟକ୍ତିଙ୍କୁ ଦୈନିକ ୧୦୦୦ ରୁ ୧୨୦୦ ମିଲିଗ୍ରାମ୍ କ୍ୟାଲସିୟମ୍ ଅବଶ୍ୟକ ହୋଇଥାଏ । ଆଉ ଏଥିପାଇଁ ପ୍ରତିଦିନ ସବୁଜ ପରିବା, ମାଛ, କଦଳୀ, ସୋୟା ମିଲ୍କ ଏବଂ ବାଦାମ ଖାଇବା ଉଚିତ୍ । ତେବେ କେମିତି ଜାଣିବେ ଶରୀରରେ କ୍ୟାଲସିୟମ୍ ଅଭାବ ରହିଛି ।
ମାଂସପେଶୀରେ ଯନ୍ତ୍ରଣା : ଆବଶ୍ୟକୀୟ ହିମୋଗ୍ଲୋବିନ୍ ରହିବା ସହ ଏବଂ ସଠିକ୍ ପରିମାଣ ପାଣି ପିଇବା ପରେ ମଧ୍ୟ ଯଦି ପ୍ରତିଦିନ ମାଂସପେଶୀରେ ଯନ୍ତ୍ରଣା ଅନୁଭବ ହେଉଛି ତେବେ ଏହା କ୍ୟାଲସିୟମ୍ ଅଭାବର ସଂକେତ ।

ଦୁର୍ବଳ ନଖ : ନଖକୁ ମଜଭୂତ ରଖିଥାଏ କ୍ୟାଲସିୟମ୍ । ତେଣୁ ଯଦି ଆପଣଙ୍କ ନଖ ଭାଙ୍ଗି ଯାଉଥାଏ ତେବେ ଜାଣନ୍ତୁ ଶରୀରରେ କ୍ୟାଲସିୟମ୍ ଅଭାବ ରହିଛି ।

ଦାନ୍ତ ବିନ୍ଧା : ଶରୀରର ୯୦ ପ୍ରତିଶତ କ୍ୟାଲସିୟମ୍ ଦାନ୍ତ ଏବଂ ହାଡକୁ ଯାଇଥାଏ । ଯଦି ଶରୀରରେ କ୍ୟାଲସିୟମ୍ ଅଭାବ ଥାଏ ତେବେ ନିୟମିତ ଦାନ୍ତ ବିନ୍ଧା ହୋଇଥାଏ ।

ଋତୁସ୍ରାବ ସମୟରେ କଷ୍ଟ : ଶରୀରରେ କ୍ୟାଲସିୟମର ଅଭାବ ଥିବା ମହିଳା ମାନଙ୍କୁ ଋତୁସ୍ରାବ ସମୟରେ ମାତ୍ରାଧିକ କଷ୍ଟ ହୋଇଥାଏ ।

କମ୍ ଇମ୍ୟୁନିଟି : ଶରୀରରେ କ୍ୟାଲସିୟମ୍ କମ୍ ଥିଲେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ କମିଯାଇଥାଏ । ତେଣୁ ବାରମ୍ବାର ସ୍ୱାସ୍ଥ୍ୟ ଖରାପ ହୋଇଥାଏ ।

ମୁଣ୍ଡ ବିନ୍ଧା : ବାରମ୍ବାର ମୁଣ୍ଡବିନ୍ଧା ମଧ୍ୟ କ୍ୟାଲସିୟମ ଅଭାବର ଲକ୍ଷଣ । ଏହା ସହ ଡିପ୍ରେସନ୍ ,ବ୍ୟକ୍ତିତ୍ୱରେ ପରିବର୍ତ୍ତନ ମଧ୍ୟ କ୍ୟାଲସିୟମ ଅଭାବର ସଂକେତ ।

ହୃଦଗତି : ଶୀରରରେ କ୍ୟାଲସିୟମ ଅଭାବ ଥିଲେ ହୃଦଗତି ବଢିବା ସହ ସବର୍ଦା ମନ ଅଶାନ୍ତ ରହିଥାଏ ।

ଏହା ସହ ଦେଖନ୍ତୁ : ଡିହାଇଡ୍ରେସନରୁ ମୁକ୍ତି ଦିଏ ଜଲଜିରା ! ଜାଣନ୍ତୁ ଏହାର ଅନ୍ୟାନ୍ୟ ଔଷଧୀୟ ଗୁଣ