ଚିହ୍ନିପାରିଲେ ଏହି ବ୍ୟକ୍ତିଙ୍କୁ ! ପିଲାବେଳେ ଟି.ଭିରେ ଦେଖି ଯାହାଙ୍କୁ ଆପଣ ଡରୁଥିଲେ ।

152

ପିଲାବେଳେ ରାମାୟଣ ସିରିଜ୍ ତ ନିଶ୍ଚିତ ଦେଖିଥିବେ । ଏହି ସିରିଜର ଗୋଟିଏ ଗୋଟିଏ କଳାକାର ଯେଭଳି ରାମ,ସୀତା,ଲକ୍ଷ୍ମଣ,ହନୁମାନ ଏବଂ ରାବଣ ସବୁ ଚରିତ୍ର ଆମ ଆଖିରେ ଯେଭଳି ସାଇତା ହୋଇ ରହିଛନ୍ତି । ରହିବେନି ବା କିପରି ପିଲାବେଳୁ ଏହି ଚରିତ୍ରଙ୍କୁ ଦେଖି ହିଁ ଆମେ ବଡ ହୋଇଛେ । ତେବେ ପୁରୁଣା କଳାକାରଙ୍କ ଚର୍ଚ୍ଚା ଆମେ ବେଳେବେଳେ କରିଥାଉ ଏବଂ ଆଜି ମଧ୍ୟ ସେହି ପୁରୁଣା ରାମାନନ୍ଦ୍ ସାଗର ପ୍ରଯୋଜିତ ରାମାୟଣର ଜଣେ କଳାକାରଙ୍କ ବର୍ତ୍ତମାନ ସହ ପରିଚୟ କରାଇବାକୁ ଯାଉଛୁ ।

ତେବେ ରାମାୟଣରେ ଏଭଳି ଜଣେ ଅଭିଜ୍ଞ ଚରିତ୍ର ଥିଲେ ରାବଣ ଏବଂ ଏହି ଚରିତ୍ରରେ ନଜର ଆସିଥିଲେ ଅଭିନେତା ଅରବିନ୍ଦ ତ୍ରିବେଦୀ । ପାହାଡ ଭଳି ଶରୀର ଏବଂ ଗମ୍ଭୀର ସ୍ୱରର ମାଲିକ ଅରବିନ୍ଦଙ୍କ ଉପରେ ରାବଣର ଏଭଳି ଛାପ ପଡିଲା ଯେ ଲୋକ ତାଙ୍କୁ ଏବେ ବି ରାବଣ ନାଁ ରେ ଚିହ୍ନୁଛନ୍ତି । ଲଙ୍କା ନରେଶ୍ ଭୂମିକାରେ ଅଭିନୟ କରି କରି ସେ ଫିଲ୍ମରୁ ମଧ୍ୟ ଖଳନାୟକ ରୋଲ୍ ପାଇବାକୁ ଲାଗିଲେ । ମଧ୍ୟପ୍ରଦେଶର ଇନ୍ଦୋରରେ ରହୁଥିବା ଅରବିନ୍ଦ ପିଲାବେଳେ ରାମଲୀଳା ଦେଖିବାକୁ ଖୁବ୍ ଭଲ ପାଉଥିଲେ ଏବଂ ମନରେ ଏଭଳି ପୌରାଣିକ ଚିତ୍ରରେ ଅଭିନୟ କରିବାକୁ ସେ ସ୍ୱପ୍ନ ଦେଖିବାକୁ ଲାଗିଥିଲେ । ପରିବାର ମଧ୍ୟପ୍ରଦେଶରେ ରହୁଥିବା ବେଳେ ଅରବିନ୍ଦ ରହୁଥିଲେ ଗୁଜୁରାଟରେ । ତାଙ୍କ ବଡଭାଇ ଜଣେ ଥିଏଟର୍ ଆର୍ଟିଷ୍ଟ ଥିଲେ ଏବଂ ଅରବିନ୍ଦ ମଧ୍ୟ ବେଳେବେଳେ ଥିଏଟରରେ ଅଭିନୟ କରିବାର ମଉକା ପାଉଥିଲେ । ରଙ୍ଗମଞ୍ଚରେ ସେ ବହୁ ସମୟ ଧରି ଅଭିନୟ କରିବାର ସୁଯୋଗ ପାଇଥିଲେ । ବହୁତ କମ୍ ଲୋକ ଜାଣିଥିବେ ଯେ ଅରବିନ୍ଦ କେବଳ ରାମାୟଣରେ ନୁହଁ ବରଂ ହିନ୍ଦୀ ଏବଂ ଗୁଜୁରାଟୀର ପ୍ରାୟ ୩୦୦ ସିନେମାରେ ଅଭିନୟ କରିସାରିଲେଣି ।

ତେବେ ପ୍ରଯୋଜକ ରାମାନନ୍ଦ ସାଗର ରାମାୟଣ ପାଇଁ ପ୍ରାୟ ୩୦୦ କଳାକାରଙ୍କ ଅଡିସନ୍ ନେଇଥିଲେ କିନ୍ତୁ ଅରବିନ୍ଦ ଯେମିତି ରାବଣର ଗେଟଅପ୍ ନେଲେ ରାମାନନ୍ଦ ସଙ୍ଗେ ସଙ୍ଗେ ସେଠାରେ ତାଙ୍କୁ ରାବଣର ରୋଲ୍ ଦେବା ପାଇଁ ସାଇନ୍ କରିନେଲେ । ଏହା ପରେ ସେ କେବଳ ଷ୍ଟାର ନୁହଁ ସୁପରଷ୍ଟାର ହୋଇଗଲେ । ଘରେ ଘରେ ଲୋକ ତାଙ୍କୁ ଚିହ୍ନିବାରେ ଲାଗିଲେ । ତେବେ ରାମାୟଣ ପରେ ସେ ବିଶ୍ୱାମିତ୍ର ନାମକ ଏକ ସିରିଏଲରେ ଜଏନ୍ କରିଥିଲେ । ଏହାପରେ ସେ ରାଜନୀତିକୁ ଚାଲି ଆସିଥିଲେ । ଲୋକସଭା ନିର୍ବାଚନ ଲଢି ଜିତିଲେ ମଧ୍ୟ ।

ଅତୀତର ସେହି ରାବଣ ବର୍ତ୍ତମାନ ଶାରୀରିକ କ୍ଷେତ୍ରରେ ରୁଗଣ ହୋଇ ପଡିଛନ୍ତି । କିନ୍ତୁ ମନରେ ରହିଛି ଭଗବାନ ରାମଙ୍କ ପାଇଁ ଭକ୍ତି ଓ ଭାବନା । ସେ ତୀର୍ଥଯାତ୍ରୀଙ୍କ ସେବା ସକାଶେ ନିଜକୁ ନିୟୋଜିତ କରିବା ସହ ଭକ୍ତିମାର୍ଗରେ ମଧ୍ୟ ସକ୍ରିୟ ହୋଇପଡିଛନ୍ତି ।