ମଧୁବାଲାଙ୍କ ଜୀବନର ଭୟଙ୍କର ସତ୍ୟ ! ସଫଳତା ପାଦ ଛୁଇଁଥିଲା କିନ୍ତୁ ଗମ୍ଭୀର ରୋଗ ପିଛା ଛାଡ଼ିନଥିଲା

282

ବିଗତ ଦିନର ଅଭିନେତ୍ରୀ ମଧୁବାଲାଙ୍କୁ କିଏ ନଜାଣେ । ମଧୁବାଳା ଏଭଳି ଜଣେ ଅଭିନେତ୍ରୀ ଯିଏ କେବଳ ବଲିଉଡରେ ନୁହେଁ ବରଂ ହଲିଉଡରେ ମଧ୍ୟ ଧୁମ ମଚାଇଥିଲେ । ସୂଚନା ଅନୁସାରେ ୧୯୫୦ ମସିହା ପୂର୍ବରୁ ମଧୁବାଲାଙ୍କୁ ଆମେରିକାର ପତ୍ରିକା ଥିଏଟର ଆର୍ଟସ ନିମନ୍ତ୍ରଣ କରିଥିଲେ । ଏହି ମାଗାଜିନରେ ମଧୁବାଲାଙ୍କର ପୁରା ପୃଷ୍ଠା ଆର୍ଟିକିଲ ବାହାରିଥିଲା । ଯାହାର ଟାଇଟଲ ଥିଲା ‘ଦ ବିଗେଷ୍ଟ ଷ୍କାର ଇନ ଦ ୱାର୍ଲଡ’ । ଏହି ଲେଖାରେ ଭାରତରେ ମଧୁବାଲାଙ୍କର ଜନପ୍ରିୟତା ବିଷୟରେ କୁହାଯାଇଥିଲା । ଆମେରିକାର ନିର୍ଦ୍ଦେଶକ ଫ୍ରେଙ୍କ କେପରା ମଧୁବାଲାଙ୍କୁ ତାଙ୍କ ସିନେମାରେ ନେବା ପାଇଁ ଚାହୁଁଥିଲେ । କିନ୍ତୁ ମଧୁବାଲାଙ୍କ ବାପା ଏଥିପାଇଁ ତାଙ୍କୁ ମନା କରିଦେଇଥିଲେ । କାରଣ ସିନେମା ପାଇଁ ପ୍ରତ୍ୟେକ ନିଷ୍ପତ୍ତି ମଧୁବାଲାଙ୍କ ବାପା ନେଉଥିଲେ । ଗତକାଲି ଥିଲା ମଧୁବାଲାଙ୍କର ୮୫ତମ ଜନ୍ମ ବାର୍ଷିକୀ । ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଅଜଣା କଥା ।

ମଧୁବାଲାଙ୍କ ଜୀବନ ରହସ୍ୟଘେରରେ ଥିଲା । ୧୯୩୩ରେ ଭାଲେଂଟାଇନ ଡେରେ ତାଙ୍କ ଜନ୍ମ ହୋଇଥିଲା । ସେ ଏକ ମୁସଲମାନ୍ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ପ୍ରକୃତ ନାମ ଥିଲା ମୁମତାଜ ଜହାଁ ବେଗମ । ସେ ୧୧ ଭାଇ ଓ ଭଉଣୀ ମାନଙ୍କ ମଧ୍ୟରେ ପଂଚମ ସନ୍ତାନ ଥିଲେ । ତେବେ ସେ ଛୋଟ ଥିବା ସମୟରେ ଜଣେ ଭବିଷ୍ୟବାଣୀ କରିଥିଲେ ଯେ ଏହି ଝିଅ ବହୁ ଯଶ ଓ ଧନ ଅର୍ଜନ କରିବ, କିନ୍ତୁ ଜୀବନରେ କେବେ ଖୁସି ପାଇବ ନାହିଁ । କେବେ ମଧ୍ୟ ବାସ୍ତବ ପ୍ରେମ ମିଳିବ ନାହିଁ । କମ ବୟସରେ ମୃତ୍ୟୁ ହେବା କଥା ମଧ୍ୟ ଭବିଷ୍ୟବାଣୀ କରିଥିଲେ । ପରେ ଏହି ସମସ୍ତ କଥା ସତ୍ୟ ପ୍ରମାଣିତ ହୋଇଥିଲା ।

ବାସ୍ତବରେ ମଧୁବାଲା ଖୁବ ସୁନ୍ଦର ଥିଲେ । ତାଙ୍କୁ ଯିଏବି ଦେଖୁଥିଲା ସେ ଦିୱାନା ହୋଇ ଯାଉଥିଲା । ମଧୁବାଲାଙ୍କର ତୁଳନା ହଲିଉଡର ଅଭିନେତ୍ରୀ ମାର୍ଲିନ ସୁନରୋଙ୍କ ସହିତ କରାଯାଏ । ସେ ଯେଉଁ ନାୟକ ଏବଂ ନିର୍ଦ୍ଦେଶକଙ୍କ ସହିତ କାମ କରୁଥିଲେ ସେମାନେ ମଧ୍ୟ ତାଙ୍କ ପ୍ରେମରେ ପଡ଼ି ଯାଉଥିଲେ । ଏହା ସହିତ ମଧୁଙ୍କୁ ଯିଏ ପସନ୍ଦ କରୁଥିଲେ ସେ ଗୋଲାପ ଏବଂ ପ୍ରେମ ପତ୍ର ଦେଇ ପ୍ରପୋଜ କରୁଥିଲେ । ଯେଉଁଠାରେ ସଫଳତା ତାଙ୍କ ପାଦ ଛୁଉଁଥିଲା ସେଠାରେ ଗଭୀର ରୋଗ ତାଙ୍କ ପାଇଁ କାଳ ହୋଇ ଆସିଥିଲା । ସେ ୧୯୪୨ରେ ସିନେମା ବସନ୍ତରୁ ଅଭିନୟ ଜୀବନ ଆରମ୍ଭ କରିଥିଲେ ।

୧୦ ବର୍ଷ ପରେ ୧୯୫୨ରେ ତାଙ୍କୁ ଜଣାପଡ଼ିଲାଯେ ତାଙ୍କ ହୃତପିଣ୍ଡରେ ଏକ କଣା ଥିଲା । ଏହାପରେ ମଧ୍ୟ ସେ କାମ କରୁଥିଲେ । ତେବେ କେବଳ ସେତିକି ନୁହେଁ ଆଉ କେତେକ ଗମ୍ଭୀର ରୋଗରେ ମଧ୍ୟ ସେ ପିଡ଼ିତ ଥିଲେ । ତାଙ୍କ ଶରୀରରେ ରକ୍ତ ରହୁନଥିଲା । ଅସୁସ୍ଥ ହୋଇପଡ଼ିଲେ ଓ କାଶିବାକୁ ଲାଗିଲେ । ଏହା ପରେ ଶ୍ୱାସରେ ସମସ୍ୟା ଦେଖାଦେବା ପରେ ତାଙ୍କୁ ଅମ୍ଳଜାନ ମଧ୍ୟ ଦିଆଯାଉଥିଲା । ତେବେ ୯ ବର୍ଷ ପର୍ଯ୍ୟନ୍ତ ସେ ଶଯ୍ୟାରେ ଥିଲେ । ତେବେ ତାଙ୍କ ମୃତ୍ୟୁ ଖୁବ ଯନ୍ତ୍ରଣା ଦାୟକ ଥିଲା । ଶେଷରେ ତାଙ୍କ ସ୍ୱାମୀ କିଶୋର କୁମାର ମଧ୍ୟ ତାଙ୍କୁ ଛାଡ଼ି ଦେଇଥିଲେ । ତେବେ କିଶୋରଙ୍କ ନାମରେ ମଧୁବାଲାଙ୍କୁ ମାରିବାର ଅଭିଯୋଗ ମଧ୍ୟ ଥିଲା । ଦୁନିଆର ସବୁଠାରୁ ସୁନ୍ଦର ଅଭିନେତ୍ରୀଙ୍କ ମୃତ୍ୟୁ ଖୁବ କଷ୍ଟକର ଥିଲା ।