ଚର୍ଚ୍ଚାରେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲ : ଛାତରୁ ପଲସ୍ତରା ଖସିଥିବା ବେଳେ ଅଳ୍ପକେ ବର୍ତିଛି ନବଜାତ ଶିଶୁ ଓ ମା

37

ବ୍ରହ୍ମପୁର : ପୁଣି ଚର୍ଚ୍ଚାରେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲ । କେତେ ବେଳେ ଶିଶୁ ବଦଳ ତ କେତେବେଳେ ଚିକିତ୍ସାରେ ଅବହେଳା ହେଉଥିବା ଭଳି ଘଟଣାରେ ବିବାଦ ଭିତରକୁ ଆସୁଥିବା ଏହି ବଡ ଡାକ୍ତରଖାନାରେ ଏବେ ନୂଆ ବିବାଦ ସୃଷ୍ଟି ହୋଇଛି । ପ୍ରସୁତି ବିଭାଗର ୱାର୍ଡର ଛାତରୁ ପଲସ୍ତରା ଖସିଥିବା ବେଳେ ଅଳ୍ପକେ ବର୍ତିଛି ନବଜାତ ଶିଶୁ ଓ ମା । ସେପଟେ ଫାଇଲିନ ପରେ ହସ୍ପିଟାଲ କୋଠାର ମରାମତି ପାଇଁ ଆସିଥିବା ଟଙ୍କାକୁ ଚଳୁ କରିଦେଇଥିବା ଅଭିଯୋଗ ହୋଇଛି ।

ଜୁଆଡେ ଦେଖିଲେ ସିଆଡେ ଆଁ କରିଛି କାନ୍ଥ । ପଲସ୍ତରା ଯେକୌଣସି ସମୟରେ ଖସିପାରେ । ଏହା ହେଉଛି ବ୍ରହ୍ମପୁର ଏମକେସିଜି ମେଡିକାଲର ଅବସ୍ଥା । ଏଭଳି ବିପଦପୂର୍ଣ୍ଣ କୋଠା ଭିତରେ ଚାଲିଛି ଚିକିତ୍ସା । ଛାତରୁ ଖସୁଛି ପଲସ୍ତରା । ୨୦୧୩ ଫାଇଲିନ ପରେ କେନ୍ଦ୍ରୀୟ ଟିମ୍ ଆସି ପୁରୁଣା ମେଡିକାଲ କୋଠା ବିପଦସଂକୁଳ ବୋଲି କହିଥିଲେ । ଏଥି ପାଇଁ ଆର୍ଥିକ ସହାୟତା ବି ଆସିଲା । କିନ୍ତୁ ଏକ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ପରେ ବି ସୁଧୁରିନି ଅବସ୍ଥା । ପୂର୍ତ ବିଭାଗ ଏହି କାମ ନାଁରେ ଅର୍ଥ ହରିଲୁଟ୍ କରିଥିବା ଅଭିଯୋଗ ହୋଇଛି ।

ଶନିବାର ସଂଧ୍ୟାରେ ପ୍ରସìତି ବିଭାଗ ୱାର୍ଡରେ ପଲସ୍ତରା ଖସିବା ପରେ ଏମକେସିଜି ମେଡିକାଲ ନେଇ ସୃଷ୍ଟି ହୋଇଛି ବିବାଦ । ପଲସ୍ତରା ଖସିବା ବେଳେ ଅଳ୍ପରେ ବର୍ତି ଥିଲେ ନବଜାତ ଶିଶୁ ଓ ମାଆ । ଏହି ଘଟଣା ପରେ ଆତଙ୍କରେ ରୋଗୀ । ଅସୁରକ୍ଷିତ କୋଠାର ମରାମତି କାମଚଳା ଭାବେ କରିଥିବା ବେଳେ ରୋଗୀଙ୍କ ଜୀବନ ସହ ପ୍ରଶାସନ ଖେଳିବା କେତେ ଯୁକ୍ତିଯୁକ୍ତ ।