ଅଭ୍ୟାସ ଏବଂ ରୋଗର ମିଶାଗୋଳା ଲକ୍ଷଣ ଚୋରି କରିବା ! କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ ।

172

କୌଣସି ବି ଚୋର ଧରାପଡ଼ିଲେ ଲୋକମାନେ ଭାବନ୍ତି ସେ ପିଲାଟି ବେଳରୁ ହିଁ ଚୋରି କରି ଆସୁଛି। ଚୋରି କରିବା ଏହାର ଏକ ଅଭ୍ୟାସ ଓ ପେସା ମଧ୍ୟ, କିନ୍ତୁ ଜାଣନ୍ତି କି ଚୋରି କରିବାର ଅଭ୍ୟାସ ଏକ ରୋଗ ହେତୁ ବି ହୋଇଥାଇପାରେ। ତେବେ ଆସନ୍ତୁ ଜାଣିବା ଏହି ରୋଗ କ’ଣ ଓ ଏଥିରୁ କିପରି ମୁକ୍ତି ପାଇବା। ବ୍ୟକ୍ତି କ୍ଲେପଟୋମେନିଆ ରୋଗରେ ପୀଡିତ ହେଲେ ମନରେ ଚୋରି ଭାବନା ଆଣିବା ସହିତ ଏକ ଅପରାଧୀ ବି ସଜାଇ ଦେଇଥାଏ। ଏହି ରୋଗ ହେଲେ ବ୍ୟକ୍ତି ମସ୍ତିଷ୍କରେ ସେରୋଟୋନିନ୍ ନାମକ ନ୍ୟୁରୋଟ୍ରାନ୍ସମିଟରର ସ୍ତର କମି ଯାଇଥାଏ। ଫଳରେ ବ୍ୟକ୍ତି ଠିକ୍ ଭୁଲ ମଧ୍ୟରେ ଫରକ କ’ଣ ତାହା ଜାଣି ପାରେ ନାହିଁ । ତେଣୁ ଚୋରି କରିବାରୁ ନିଜକୁ ନିବୃତ୍ତ ରଖି ପାରେ ନାହିଁ।

ସାଧାରଣତଃ ବ୍ୟକ୍ତି ମନରେ ଆସୁଥିବା ବିଚାର ଏବଂ ଆବେଗକୁ ମସ୍ତିଷ୍କରେ ଥିବା ଓପିଓଇଡ ସିଷ୍ଟମ ନିୟନ୍ତ୍ରିତ କରିଥାଏ। ମାତ୍ର କ୍ଲେପଟୋମେନିଆ ରୋଗ ହେତୁ ଏହି ପ୍ରକିୟା ଉପରେ ପ୍ରଭାବ ପଡ଼ିଥାଏ, ଯାହାକି ମସ୍ତିଷ୍କ ଉପରେ ଆଉ ନିୟନ୍ତ୍ରଣ ରହି ନଥାଏ। ଏହି ରୋଗ ହେବା ଫଳରେ ବ୍ୟକ୍ତି ମନରେ ଚୋରି ଓ ଅପରାଧ ଭଳି କାମ କରିବାର ଭାବନା ବିକଶିତ ହୋଇଥାଏ। ମସ୍ତିଷ୍କ ବ୍ୟକ୍ତିକୁ ଏଭଳି କାମ କରିବାକୁ କହିଥାଏ ଯାହାକି ସେହି ବ୍ୟକ୍ତି ସେମତି କାମ କେବେ ବି କରି ନଥାଏ।

ଏହି ରୋଗଗ୍ରସ୍ତ ବ୍ୟକ୍ତି ଏମିତି କିଛି କାମ କରିବାକୁ ଚାହାନ୍ତି ଯାହାକି ତାଙ୍କୁ ରାତାରାତି ସଫଳତା ଆଣି ଦେବ। ଏଥିପାଇଁ ସେମାନେ ସାର୍ବଜନୀନସ୍ଥାନରେ ହେଉ ଅବା କାହାରି ଘରୁ ହେଉ ସାମଗ୍ରୀ ଚୋରି କରିବା ପାଇଁ ପଛାନ୍ତି ନାହିଁ। ଏମିତି କାମ କରିବା ଦ୍ୱାରା ବ୍ୟକ୍ତିଙ୍କୁ ଆତ୍ମ ସନ୍ତୁଷ୍ଟି ମିଳିଥାଏ। କିନ୍ତୁ ଯେ ପର୍ୟ୍ୟନ୍ତ ସେ ଚୋରି କରି ନାହିଁ ସେ ବିଚଳିତ ହୋଇପଡ଼ନ୍ତି, ଚିଡିଚିଡା ହୋଇ ଯାଆନ୍ତି। ସେଥିପାଇଁ ସେ କିପରି ଚୋରି କରିବେ ତାଙ୍କୁ କିଛି ବୁଦ୍ଧି ବାଟ ଦିଶି ନଥାଏ। ଠିକ୍ ଭାବେ ଖାଇ ପାରନ୍ତି ନାହିଁ କି ଶୋଇ ବି ପାରନ୍ତି ନାହିଁ। ମନରେ ନକରାତ୍ମକ ବିଚାର ଆସିଥାଏ। କ୍ଲେପଟୋମେନିଆ ରୋଗରେ ପୀଡିତ ବ୍ୟକ୍ତି କାହାରି ସହିତ କଥାବାର୍ତ୍ତା ହେବାକୁ ପସନ୍ଦ କରନ୍ତି ନାହିଁ। ଏମାନଙ୍କୁ ଅନ୍ୟ ରୋଗ ହେବାର ଆଶଙ୍କା ବି ଅଧିକ ରହିଥାଏ। ତେଣୁ ଏହି ରୋଗଗ୍ରସ୍ତ ବ୍ୟକ୍ତିଙ୍କୁ ନିଜ ଉପରେ ଆତ୍ମବିଶ୍ୱାସ ରଖିବା ସହିତ ମାନସିକ ବିଶେଷଜ୍ଞଙ୍କ ପରାମର୍ଶ ନେବା ଉଚିତ।