କେନ୍ଦୁଝର କେଜେଏସ ଆଲୁୱାଲିଆ ସ୍ପଂଜ ଆଇରନ ପ୍ଲାଂଟରେ ଦୁର୍ଘଟଣା ! ବ୍ଲାଷ୍ଟ ଫର୍ଣ୍ଣେସ ଫାଟି ୧୧ ଗୁରୁତର, ୨ ଜଣଙ୍କୁ ଏସସିବି ସ୍ଥାନାନ୍ତର

24

କନକ ବ୍ୟୁରୋ : କେନ୍ଦୁଝର କେଜେଏସ ଆଲୁୱାଲିଆ ସ୍ପଂଜ ଆଇରନ ପ୍ଲାଂଟରେ ଭୟଙ୍କର ଦୁର୍ଘଟଣା । ପ୍ଲାଂଟର ବ୍ଲାଷ୍ଟ ଫର୍ଣ୍ଣେସ ଫାଟି ୧୧ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ଟିସ୍କୋ ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି ।

ଦୁର୍ଘଟଣା ପରେ ପ୍ଲାଂଟରେ ଉତ୍ତେଜନା ଦେଖାଦେଇଛି । ପ୍ଲାଂଟରେ ସୁରକ୍ଷା ବ୍ୟବସ୍ଥାକୁ ଦାୟୀ କରି ଶ୍ରମିକ ମାନେ ଧାରଣାରେ ବସିଥିଲେ । ଉତେଜନା ଅଧିକ ହେବାକୁ କାରଖାନା ପରିସରରେ ପୁଲିସ ମୁତୟନ କରାଯାଇଛି । କେନ୍ଦୁଝର ଏସପି ଘଟଣାସ୍ଥଳକୁ ଯାଇ ଶ୍ରମିକଙ୍କୁ ବୁଝାସୁଝା କରିଛନ୍ତି ।