ଯାଂଚ ହେବ ଜଗନ୍ନାଥଙ୍କ ରୋଷଘର ! ସ୍ୱଚ୍ଛ ପାଣି ଓ ରୋଷେଇ ଘର ଉପରେ କମିସନଙ୍କ ନଜର

122

କନକ ବ୍ୟୁରୋ : ମହାପ୍ରସାଦ ପରେ ଏବେ ଶ୍ରୀମନ୍ଦିର ରୋଷଘର ଉପରେ କମିସନଙ୍କ କଡା ନଜର । ପୁରୀ ଶ୍ରୀମନ୍ଦିର ରୋଷ ଘର ସ୍ଥିତି ଅନୁଧ୍ୟାନ ପାଇଁ ଗଠନ ହେଲା କମିଟି । ଏହି କମିଟି ଅନୁଧ୍ୟାନ କରିବ ଜଗନ୍ନାଥଙ୍କ ରୋଷେଇ ଘର ସଫା ଅଛି କି ନାହିଁ । ରୋଷେଇ ଘରକୁ ସ୍ୱଚ୍ଛ ରଖାଯାଇଛି କି ନାହିଁ । ସ୍ୱଚ୍ଛ ଜଳ ବ୍ୟବହାର ହେଉଛି କି ନାହିଁ । ରୋଷେଇ ଘରେ ବ୍ୟବହାର ହେଉଥିବା ଆନୁସଙ୍ଗିିକ ସାମଗ୍ରୀକୁ ସଫା ରଖାଯାଉଛି କି ନାହିଁ ତାହା ମଧ୍ୟ ଏହି କମିଟି ଯାଂଚ କରିବ ।

ଏହି ସବୁ ତଛା ଯାଂଚ କରିବା ପରେ ରିପୋର୍ଟ ଦେବ । ଏହି ସରକାରଙ୍କ ନିକଟରେ ଉପସ୍ଥାପନ କରିବେ ଶ୍ରୀମନ୍ଦିର କମିଶନ । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର କମିସନ ଅଧ୍ୟକ୍ଷ ଜଷ୍ଟିସ ବିପି ଦାସ । କମିଟିକୁ ଆସନ୍ତା ମାସକ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ ମହାପ୍ରସାଦ ଉପରେ କମିସନ ଦେଇଥିବା ନିଷ୍ପତିକୁ ନେଇ ସେବାୟତମାନେ ବିରୋଧ କରିଥିଲେ ।