ଛାତ ଯୋଗାଉଛି ଦେଶୀ ପନିପରିବା । ୯ ବର୍ଷ ହେଲା ବଜାରରୁ କୌଣସି ପନିପରିବା କିଣିନଥିବା ଜଣେ ସଫଳ ବ୍ୟକ୍ତି ।

66

ସେ ଗତ ୯ ବର୍ଷ ହେଲା ବଜାରରୁ କିଣିନାହାନ୍ତି କୌଣସି ପନିପରିବା । ଚାଷୀ ନହୋଇ ବି ନିଜର ବୁଦ୍ଧି ବଳରେ ନିଜ ଛାତ ଉପରେ ଫଳାଇ ପାରିଛନ୍ତି ୨୦ରୁ ଅଧିକ ପ୍ରକାରର ପନିପରିବା । ନା ବ୍ୟବହାର କରିଛନ୍ତି କୌଣସି ରାସାୟନିକ ପଦାର୍ଥ, ନା ବ୍ୟବହାର କରିଛନ୍ତି ଫେଷ୍ଟିସାଇଡ ନା ସାର । ତଥାପି ନିଜ ଘରର ଆବଶ୍ୟକତା ମେଂଟାଇବା ସହ ଟଙ୍କା ସେଭିଂ କରିବାର ସୁନ୍ଦର ମାଧ୍ୟମଟିଏ ପାଇପାରିଛନ୍ତି ।

ଗତ ୯ ବର୍ଷ ହେଲା ମହେନ୍ଦ୍ର ସଚାନ ବଜାରରୁ କୌଣସି ପନିପରିବା କିଣିନାହାନ୍ତି ତାର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । କେବଳ ନିଜ ଘର ଛାତରେ ଜୈବିକ ଚାଷ କରି ନିଜ ପରିବାର ଚଳାଇଛନ୍ତି । ମହେନ୍ଦ୍ର ଲଖନୋର ମନସିପୁଲିୟା ଅଂଚଳରେ ରହନ୍ତି । ନିଜର ଘରର ଛାତ ଉପରେ ବିନସ, କୋବି, ମୂଳା, ଶାଗ ଆଦି ଅନେକ ପନିପରିବା ଚାଷ କରୁଛନ୍ତି । ୨୦୦୮ରେ ଛାତ ଉପରେ ଚାଷ କରିବା ଆରମ୍ଭ କରିଥିଲେ ମହେନ୍ଦ୍ର । ପ୍ରଥମେ ଅଳ୍ପ ପନିପରିବା ବାହାରୁଥିଲା ଏବେ ୨୦ରୁ ଅଧିକ ପନିପରିବା ଚାଷ କରୁଛନ୍ତି ସେ ।

ଆଉ ଏଥିପାଇଁ ସେ କୌଣସି ବ୍ୟୟବହୁଳ ସାମଗ୍ରୀ ବ୍ୟବହାର କରିନାହାନ୍ତି । ନିଜ ଛାଡଉପରେ ବାସ୍କେଟ, ବାଲଟିରେ ପରିବା ଚାଷ କରି ସଫଳତା ପାଇଛନ୍ତି । ମହେନ୍ଦ୍ର କହିଛନ୍ତି, ଆଜିକାଲି ଜୈବିକ ପ୍ରଣାଳୀରେ ଉତ୍ପାଦିତ ପନିପରିବାର ମୂଲ୍ୟ ଢେର ଅଧିକ । ଛାତ ଉପରେ ଚାଷ କରିବା ଦ୍ୱାରା ଟଙ୍କା ସେଭିଂ କରିବା ସହ ଶୁଦ୍ଧ ପନିପରିବା ପାଇପାରୁଛନ୍ତି ।

ବର୍ତ୍ତମାନ ବଜାରରେ ବିକ୍ରି ହେଉଥିବା ପନିପରିବାରେ ଅନେକ ଉପାୟରେ ରାସାୟନିକ ପଦାର୍ଥର ବ୍ୟବହାର କରାଯାଉଛି । ଫଳରେ ଲୋକମାନେ ନିଜ ଛାତ ଉପରେ ଚାଷକରିବା ପାଇଁ ମନ ବଳାଉଛନ୍ତି । ଫଳରେ ଲୋକମାନେ ନିଜେ ଛାତରେ ଚାଷ କରିବା ସହ ନିଜର ଆବଶ୍ୟକତା ପୂରଣ କରିପାରୁଛନ୍ତି ।

ଏବେ ଅନେକ ଲୋକ କିଚେନ ଗାର୍ଡେନିଂ ଉପରେ ପ୍ରାଧାନ୍ୟ ଦେଉଛନ୍ତି । ମହେନ୍ଦ୍ର କୌଣସି ରାସାୟନିକ ସାମଗ୍ରୀ ବ୍ୟବହାର ନକରି ରୋଷେଇ ଘରର ଅଳିଆକୁ ବ୍ୟବହାର କରି ଚାଷ କରୁଛନ୍ତି । ଛାତରେ ଚା କରିବା ଦ୍ୱାରା ଆହୁରି ଅନେକ ଲାଭ ବି ଅଛି । ଗରମ ଦିନେ ଘରର ଥଂଡା ଓ ଶୀତ ଦିନେ ଘର ଗରମ ରହୁଛି ।

ଫଳରେ ଅନେକ ଲୋକ ଛାତ ଉପରେ ଚାଷକୁ ଗୁରୁତ୍ୱ ଦେଉଛନ୍ତି । ଆଉ ଏହି ଚାଷ ଦ୍ୱାରା ଅନେକ ଭାବେ ଉପକୃତ ହେଉଛନ୍ତି । ଆଉ ଦିନକୁ ଦିନ ଲୋକମାନେ ଏହି ଚାଷକୁ ଗୁରୁତ୍ୱ ଦେଉଛନ୍ତି ।