ଝାଡଖଣ୍ଡ ପାକୁଡରେ ଚୁମ୍ବନ ପ୍ରତିଯୋଗିତାକୁ ନେଇ ରାଜନୀତି ଜୋର ! ଜେଏମଏମ ବିଧାୟକ ସାଇମନ ମାରାଣ୍ଡିଙ୍କୁ ଘେରିଲା ବିଜେପି । ଆନ୍ଦୋଳନ ଧମକ ପରେ ପ୍ରଶାସନିକ ତଦନ୍ତ ଜାରି ।

118

ଭାରତରେ ଚୁମ୍ବନ ପ୍ରତିଯୋଗିତା । ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ । କିନ୍ତୁ ଝାଡଖଂଡରେ ହୋଇଛି ଚୁ୍ମ୍ବନ ପ୍ରତିଯୋଗିତା । ଆଉ ଏହାକୁ ନେଇ ବି ରାଜନୀତି ଜୋର ଧରିଲାଣି । ଏହି ପ୍ରସଙ୍ଗରେ ଜେଏମଏମ ବିଧାୟକ ସାଇମନ ମାରାଣ୍ଡିଙ୍କୁ ଘେରିଛି ବିଜେପି । ରାଜଧାନୀ ରାଞ୍ଚିଠାରୁ ୩୨୧ କିଲୋମିଟର ଦୂରତାରେ ଥିବା ଝାରଖଣ୍ଡର ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ପକୁରର ଡୁମରିଆର ଅଧିକାଂଶ ଗ୍ରାମବାସୀ ପ୍ରାୟ ନିରକ୍ଷର ଏବଂ ଅଣଉନ୍ନତ। ସଂପୃକ୍ତ ଅଞ୍ଚଳର ଲୋକଙ୍କ ଭିତରେ ଛାଡ଼ପତ୍ର ଏକ ସାଧାରଣ କଥା। ପିଲାଖେଳ ପରି ସେମାନେ ବୈବାହିକ ସଂପର୍କ ଛିନ୍ନ କରିଥାନ୍ତି। ଏପରି ଏକ ସମସ୍ୟାର ସମାଧାନ କରିବା ପାଇଁ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚାର(ଜେଏମଏମ)ର ବିଧାୟକ ସାଇମନ ମାରାଣ୍ଡି ଏକ ଯୋଜନା ପାଞ୍ଚିଲେ।

ବିଦେଶୀ ସଂସ୍କୃତିରେ ଦମ୍ପତି ସର୍ବସାଧାରଣରେ ପରସ୍ପରକୁ ଚୁମ୍ବନ ଦେବା ଏକ ଫେସନ ହୋଇଥିଲେ ବି ଭାରତୀୟ ସଂସ୍କୃତିରେ ଏ ନେଇ କଟକଣା ରହିଛି। ପତି-ପତ୍ନୀଙ୍କ ଭିତରର ନିବିଡ଼ପଣ ବା ଘନିଷ୍ଠତା ଏକ ଗୁପ୍ତ ବ୍ୟାପାର ବୋଲି ଭାରତୀୟମାନେ ବିଶ୍ୱାସ ରଖନ୍ତି। ଧୀରେ ଧୀରେ ଯୁଗ ବଦଳିବା କ୍ରମେ ବିଦେଶୀମାନେ ଆମ ସଂସ୍କୃତିରେ ରୁଚି ରଖୁଥିବା ବେଳେ ଆମମାନଙ୍କର ବି ବିଦେଶୀ ସଂସ୍କୃତି ପ୍ରତି ରୁଚି ବୃଦ୍ଧି ପାଉଛି। ଏମିତି ଦେଖିବାକୁ ଗଲେ ଅତ୍ୟାଧୁନିକ ଜୀବନ ଶୈଳୀ ସବୁ ସମୟରେ ମନ୍ଦ ନୁହେଁ।

ଭାରତବର୍ଷ ପରି ଏକ ରକ୍ଷଣଶୀଳ ଦେଶରେ ସର୍ବସାଧାରଣରେ ଚୁମ୍ବନ ପ୍ରତିଯୋଗିତା ! କଥାଟି ଶୁଣିବାକୁ ଆଶ୍ଚର୍ୟ୍ୟ ଲାଗୁଥିଲେ ବି ଏପରି ଏକ ପ୍ରତିଯୋଗିତା ସଂସ୍କୃତି କ୍ଷୁର୍ଣ୍ଣ କରିବାକୁ ନୁହେଁ ବରଂ ସଂପର୍କ ମଜବୁତ କରିବା ଉଶ୍ୟେରେ ଆରମ୍ଭ କରାଯାଇଛି ବୋଲି ଜାଣିଲେ ଆପଣ ବି ଏହାକୁ ସମର୍ଥନ କରିବେ।ପତି-ପତ୍ନୀଙ୍କ ଭିତରେ ନିବିଡ଼ତା ବଢ଼ିଲେ ଛାଡ଼ପତ୍ର ସଂଖ୍ୟା ହ୍ରାସ ପାଇବ ବୋଲି ଚିନ୍ତା କରି ସେ ସର୍ବସାଧାରଣରେ ଏକ ଚୁମ୍ବନ ପ୍ରତିଯୋଗିତା ଆୟୋଜନ କରିବାର ନିଷ୍ପତ୍ତି ନେଲେ।

ଏଠାରେ ଜଣାଇ ଦେଉଛୁ କି, ସଂପୃକ୍ତ ଅଞ୍ଚଳରେ ବର୍ଷକୁ ଥରେ ଏକ ବାର୍ଷିକ ମେଳା ଆୟୋଜିତ ହୁଏ। ଏହି ପ୍ରତିଯୋଗିତାରେ ଡୁମରିଆ ଗ୍ରାମର ୧୮ ଜଣ ଦମ୍ପତି ଭାଗ ନେଇ ସର୍ବସାଧାରଣରେ ପରସ୍ପରକୁ ଚୁମ୍ବନ ଦେଇଥିଲେ। ୨୦୧୧ ମସିହା ଗଣନା ଅନୁଯାୟୀ ଡୁମୁରିଆ ଗ୍ରାମରେ ପୁରୁଷ ୧୬୯ ଏବଂ ମହିଳା ୧୬୪ ମିଶି ସମୁଦାୟ ୩୩୩ ଜଣ ବାସ କରନ୍ତି। ଏହି ଗ୍ରାମରେ ସମୁଦାୟ ୭୨ଟି ପରିବାର ଅଛନ୍ତି। ଡୁମୁରିଆ ଗ୍ରାମର ସ୍ୱାକ୍ଷର ହାର ୨୫ ପ୍ରତିଶତ। ପୁରୁଷ ସ୍ୱାକ୍ଷର ହାର ୩୩.୦୯ ପ୍ରତିଶତ ରହିଥିବା ବେଳେ ମହିଳା ସ୍ୱାକ୍ଷର ହାର ରହିଛି ୧୬.୪୧ ପ୍ରତିଶତ।