ନିର୍ବାଚନ ଲଢ଼ିବା ପାଇଁ ସମ୍ବଳ ନାହିଁ, କିଡ଼ନୀ ବିକ୍ରି କରିବା ପାଇଁ ନିର୍ବାଚନ କମିସନଙ୍କ ଠାରୁ ଅନୁମତି ମାଗିଲେ ପ୍ରାର୍ଥୀ

573

କନକ ବ୍ୟୁରୋ : ଦେଶରେ ଚାଲିଛି ନିର୍ବାଚନୀ ଋତୁ । ନିର୍ବାଚନୀ ହାୱାରେ ଜାତୀୟ ରାଜନୀତି ସରଗରମ । ଜୋରସୋରରେ ପ୍ରଚାର ଚଳାଇଛନ୍ତି ପ୍ରାର୍ଥୀ । ନିର୍ବାଚନୀ ଋତୁରେ ଏବେ ଚାରିଆଡ଼େ ଉଡ଼ୁଛି ଟଙ୍କା । ପ୍ରାର୍ଥୀଙ୍କୁ ପ୍ରତିଶ୍ରୁତି ଦେବାସହ ଟଙ୍କା ଦେଇ ଲୋଭାନ୍ୱିତ କରୁଛନ୍ତି ପ୍ରାର୍ଥୀ । ଭୋଟରଙ୍କୁ ପ୍ରଭାବିତ କରି ନିଜ ପକ୍ଷରେ ଆଣିବା ପାଇଁ ଆପ୍ରାଣ ଚେଷ୍ଟା ଚଳାଇଛନ୍ତି ରାଜନେତା । ଭୋଟ୍ ପାଇଁ ଟଙ୍କା ଠାରୁ ଆରମ୍ଭ କରି ମଦ ଓ ଦାମୀ ଉପହାର ଦିଆଯାଉଛି । ଯେଉଁଠି ଗୋଟିଏ ପଟେ ନିର୍ବାଚନ ଜିତିବା ପାଇଁ ନେତାମାନେ ପାଣି ପରି ଟଙ୍କା ଖର୍ଚ୍ଚ କରୁଛନ୍ତି । ଅନ୍ୟପଟେ ଏପରି ଜଣେ ପ୍ରାର୍ଥୀ ନିର୍ବାଚନ ଲଢ଼ିବା ପାଇଁ ଚାହୁଁଛନ୍ତି, ଯାହାଙ୍କ ହାତରେ ସମ୍ବଳ ନାହିଁ ।

ଟଙ୍କା ନଥିଲେ ବର୍ତ୍ତମାନ ସମୟରେ ନିର୍ବାଚନ ଜିତିବା କେତେ ମୁସ୍କିଲ ସେକଥା ସମସ୍ତଙ୍କୁ ଭଲଭାବରେ ଜଣା । ହେଲେ ଟଙ୍କା ନଥିବାରୁ ମଧ୍ୟପ୍ରଦେଶ ବାଲାଘାଟ ଲୋକସଭା ଆସନରୁ ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବେ ପୂର୍ବତନ ବିଧାୟକ କିଶୋର ସମରିତେ ନିର୍ବାଚନ ଲଢ଼ିବା ପାଇଁ ଚାହୁଁଛନ୍ତି । ହେଲେ ନିର୍ବାଚନୀ ଖର୍ଚ୍ଚ ଉଠାଇବା ପାଇଁ ତାଙ୍କ ପାଖରେ ଟଙ୍କା ନାହିଁ । ତେଣୁ ସେ ନିର୍ବାଚନୀ ଖର୍ଚ୍ଚ ପାଇଁ କିଡ଼ନୀ ବିକ୍ରି କରିବା ପାଇଁ ପ୍ରସ୍ତୁତ ହୋଇଯାଇଛନ୍ତି । ଆଉ ଏଥିପାଇଁ ନିର୍ବାଚନ କମିସନଙ୍କ ପାଖରୁ ଅନୁମତି ମାଗିଛନ୍ତି ।

ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି କିଶୋର ସମରିତେ । ଲୋକସଭା ନିର୍ବାଚନ ପାଇଁ କୌଣସି ପ୍ରାର୍ଥୀଙ୍କ ସର୍ବାଧିକ ବ୍ୟୟ ସୀମା ୭୫ ଲଧ ଟଙ୍କା । କିନ୍ତୁ ନିର୍ବାଚନ ଲଢ଼ିବା ପାଇଁ ତାଙ୍କ ପାଖରେ ଏତେ ଟଙ୍କା ନାହିଁ । ଅନ୍ୟ ଆଶୟୀ ପ୍ରାର୍ଥୀଙ୍କ ନିକଟରେ ହଜାର ହଜାର କୋଟିର ସମ୍ପତ୍ତି ରହିଛି । ନିର୍ବାଚନକୁ ମାତ୍ର ଅଳ୍ପ ସମୟ ଥିବାରୁ ଟଙ୍କା ଠୁଳ କରିବା କାଠିକର ପାଠ । ତେଣୁ କିଶୋର ସମରିତେରେ ନିର୍ବାଚନ କମିସନଙ୍କୁ ଅନୁରୋଧ କରିଛନ୍ତି ତାଙ୍କୁ ୭୫ ଲକ୍ଷ୍ୟ ଟଙ୍କା ସାହାଯ୍ୟ ଦିଆଯାଉ, କିମ୍ବା ବ୍ୟାଙ୍କରୁ ଋଣ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଉ ।

ଏପରି ନେହଲେ କିଡ଼ନୀ ବ୍ରିକି କରିବା ପାଇଁ ଅନୁମତି ଦିଆଯାଉ ବୋଲି ଦାବି କରିଛନ୍ତି । ସୂଚନା ଅନୁସାରେ ୧୦ ବର୍ଷ ପରେ ନିର୍ବାଚନ ଲଢ଼ିବେ କିଶୋର । ନିର୍ବାଚନ ପ୍ରକିୟା ଦିନକୁ ଦିନ ମହଙ୍ଗା ହେବାରେ ଲାଗିଛି । ତେଣୁ ଟଙ୍କା ନଥିବା ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ଲଢ଼ିବା ମୁସ୍କିଲ । ତେଣୁ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ଉଚିତ ବୋଲି ସେ ଦାବି କରିଛନ୍ତି, ଯଦ୍ୱାରା ସାଧାରଣ ପ୍ରାର୍ଥୀ ବି ନିର୍ବାଚନ ଲଢ଼ିପାରିବେ ।