ଘରକୁ ଫେରିଲେ ଅପହୃତ ମାର୍ବଲ ବ୍ୟବସାୟୀ ! ରାଜଧାନୀର ପଟିଆ ବିଗବିଜାର ଛକ ନିକଟରୁ ଗୁରୁତର ଅବସ୍ଥାରେ ଉଦ୍ଧାର କଲା କମିଶନରେଟ ପୋଲିସ

30

କନକ ବ୍ୟୁରୋ : ଫେରିଲେ ଅପହୃତ ମାର୍ବଲ ବ୍ୟବସାୟୀ ଦୀପକ ସ୍ୱାମୀ । ତାଙ୍କୁ ପଟିଆ ବିMaòଜାର ନିକଟରେ କିଛି ଦୁର୍ବୃତ ରାସ୍ତାକଡରେ ପକାଇ ଦେଇ ଫେରାର ହୋଇଯାଇଥିବା ଅଭିଯୋଗ ହେଉଛି । ତେବେ ଦୀପକ ସ୍ୱାମୀଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ସେ ନିଜ ପଟିଆ ସ୍ଥିତ ଘରେ ପହଂଚିବା ପରେ ପୋଲିସ ଖବର ପାଇଥିଲା ଏବଂ କମିଶନରେଟ ପୋଲିସର ଏକ ଟିମ୍ ତାଙ୍କ ଘରେ ଦୀପକଙ୍କୁ ପଚରା ଉଚୁରା କରୁଛି ।

କେଉଁ ପରିସ୍ଥିତିରେ ଏବଂ କିପରି ସେ ଅପହୃତ ହୋଇଥିଲେ ତାହା ଜାଣିବାକୁ ପୋଲିସ ଚେଷ୍ଟା କରୁଛି । ଏହା ପଛରେ ବଡ ପରିମାଣର ଟଙ୍କା କାରବାର ଥିବା ନେଇ ମଧ୍ୟ ଚର୍ଚା ହେଉଛି । ଦୀପକ ସ୍ୱାମୀଙ୍କୁ ନାଟକୀୟ ଢଙ୍ଗରେ ଅପହରଣ ହୋଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ ହେବା ପୂର୍ବରୁ ଏପରି ଭାବରେ ସେ ଉଦ୍ଧାର ହେବା ଘଟଣାକୁ ପୋଲିସ ସହଜରେ ଗ୍ରହଣ କରୁନଥିବା ନେଇ ଚର୍ଚା ହେଉଛି ।

ପୂର୍ବରୁ ଦୀପକଙ୍କ ପରିବାର ପକ୍ଷରୁ ଇନ୍ଫୋସିଟି ଥାନାରେ ଅଭିଯୋଗ ହୋଇଥିଲା । ବ୍ୟବସାୟିକ କାରଣରୁ ଏହି ଅପହରଣ ହୋଇଥିବା ପରିବାର ଲୋକଙ୍କୁ ପକ୍ଷରୁ ଅଭିଯୋଗ କରାଯାଇଥିଲା । ଆଉ କମିଶନରେଟ୍ ପୁଲିସ ଏକ ତିନି ଜଣିଆ ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲା ।