ରକ୍ତ ଦେଇ ଜୀବନ ବଂଚାଇଲେ କିନ୍ନର ! ବିରଳ ଗ୍ରୁପର ବ୍ଲଡ ନମିଳିବାରୁ ଚିନ୍ତାରେ ଥିଲେ ପୀଡିତାଙ୍କ ପରିବାର

39

କନକ ବ୍ୟୁରୋ : ବାଲେଶ୍ୱରରେ ଯୁବତୀଙ୍କୁ ରକ୍ତ ଦେଇ ଜୀବନ ବଂଚାଇଲେ କିନ୍ନର । ରାଉରକେଲାର ଜୋୟା କିନ୍ନର ବାଲେଶ୍ୱର ମେଡିକାଲରେ ଜଣେ ପୀଡିତାଙ୍କୁ ରକ୍ତ ଦେଇ ଅନ୍ୟ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ତେବେ ଏବି ନେଗେଟିଭ୍ ବିରଳ ଗ୍ରୁପର ବ୍ଲଡ୍ ନମିଳିବାରୁ ଚିନ୍ତାରେ ଥିଲେ ପୀଡିତାଙ୍କ ପରିବାର ଲୋକ । ଯୁବତୀ ଜଣଙ୍କୁ ରକ୍ତ ଆବଶ୍ୟକ ଥିବା ନେଇ ସୋସିଆଲ ମିଡିଆରୁ ଜାଣିବାକୁ ପାଇଥିଲେ ଜୋୟା ।

ଏହାପରେ ସେ ରାଉରକେଲାରୁ ଆସି ସିଧାସଳଖ ପହଂଚିଥିଲେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ । ସେଠାରେ ସମସ୍ତ ପ୍ରକାର ଡାକ୍ତରୀ ପରୀକ୍ଷା ନୀରିକ୍ଷା ପରେ ରକ୍ତ ଦେଇଛନ୍ତି କିନ୍ନର ଜୋୟା ।

ଏହା ସହ ଦେଖନ୍ତୁ ଏହି ଭିଡିଓ-