ଚୀନ ସାମଗ୍ରୀ ବ୍ୟବହାର ବନ୍ଦ କରିବାକୁ ତୀବ୍ର ହେଉଛି ସ୍ୱର : ରାଜଧାନୀରେ କିନ୍ନର ମହାସଂଘ ପକ୍ଷରୁ ବିରୋଧ

30

କନକ ବ୍ୟୁରୋ : ଚୀନ ସାମଗ୍ରୀ ବ୍ୟବହାର ବନ୍ଦ କରିବାକୁ ତୀବ୍ର ହେଉଛି ସ୍ୱର । ରାଜଧାନୀରେ କିନ୍ନର ମହାସଂଘର ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଛି । ଚାଇନା ମୋବାଇଲ ଫୋନ ଭାଙ୍ଗିବା ସହ  ଚୀନ ସାମଗ୍ରୀ ବର୍ଜନ କରିବାକୁ ଅପିଲ କରିଛି କିନ୍ନର ଓ ତୃତୀୟ ଲିଙ୍ଗ ମହାସଂଘ ।

ଭାରତ-ଚୀନ ମଧ୍ୟରେ ରହିଥିବା ଶତୃତାକୁ ବିରୋଧ କରି କିନ୍ନର ମହାସଂଘ ଚୀନ ସାମଗ୍ରୀ ବର୍ଜନ କରିବାକୁ ଅପିଲ କରିଛି । ପଡୋଶୀକୁ ପାନେ ଦେବା ପାଇଁ ଚୀନର ଉପାଦିତ ବସ୍ତୁ ଓ ଦ୍ରବ୍ୟଗୁଡ଼ିକୁ ବର୍ଜନ କରିବା ପାଇଁ ଦେଶବାସୀଙ୍କୁ ଆହ୍ୱାନ ଦେଇଛି କିନ୍ନର ମହାସଂଘ ।