ପୁଲିସର ଅଭିଯୋଗ ପ୍ରତିବାଦରେ କିନ୍ନରଙ୍କ ଥାନା ଘେରାଉ

27

ବ୍ରହ୍ମପୁର : ବ୍ରହ୍ମପୁର ଗୋଳନ୍ଥରା ଥାନା ଘେରାଉ କରିଛନ୍ତି ଶତାଧିକ କିନ୍ନର । ବିଭିନ୍ନ ଅନୈତିକ କାର୍ଯ୍ୟକଳାପରେ କିନ୍ନରମାନେ ଲିପ୍ତ ଥିବା ପୁଲିସ ଅଭିଯୋଗ କରିଥିବାରୁ ଏହାର ପ୍ରତିବାଦରେ କିନ୍ନରମାନେ ଥାନା ଆଗରେ ଧାରଣା ଦେଇଥିଲେ । ଖାଲି ଏତିକି ନୁହେଁ ଭଙ୍ଗାରୁଜା କରିବା ସହ ପୁଲିସବାବୁଙ୍କ ସହ ଧସ୍ତାଧସ୍ତି ମଧ୍ୟ ହୋଇଛନ୍ତି । ଏପରିକି ଦୀର୍ଘ ସମୟ ଧରି ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ ।

ଘଟଣାସ୍ଥଳରେ ଏସଡିପିଓ ପହଂଚି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଗତ କିଛି ଦିନ ହେବ ଏମାନେ ବିଭିନ୍ନ ଅନୈତିକ କାର୍ଯ୍ୟକଳାପରେ ଲିପ୍ତ ଥିବା ନେଇ ପୁଲିସ ନିକଟରେ ଅଭିଯୋଗ ହୋଇଆସୁଥିଲା । ତେବେ ଗତକାଲି ମଧ୍ୟ ରାତ୍ରିରେ ଅଚାନକ ପୁଲିସ ଚଢାଉ କରିଥିଲା । ଯାହାର ପ୍ରତିବାଦରେ ଆଜି କିନ୍ନରମାନେ ତାତି ଉଠିଥିଲେ ।

ଦେଖନ୍ତୁ ଏହି ଭିଡିଓ :