କୁନ୍ଦୁଲି ଗଣଦୁଷ୍କର୍ମ ମାମଲାରେ ଏଚଆରପିସି ଏଡିଜିଙ୍କ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ! କହିଲେ, କୁନ୍ଦୁଲି ନାବାଳିକାଙ୍କ ସହ ବଳାତ୍କାର ନେଇ ମିଳୁନାହିଁ ପ୍ରମାଣ

41

କନକ ବ୍ୟୁରୋ : କୁନ୍ଦୁଲି ଗଣଦୁଷ୍କର୍ମ ମାମଲାରେ ନୂଆ ମୋଡ । କୋରାପୁଟର କୁନ୍ଦୁଲି ଅଂଚଳରେ ଏକ ଜଙ୍ଗଲ ଭିତରେ ନାବାଳିକାଙ୍କୁ ସୁରକ୍ଷା କର୍ମୀ ବଳାତ୍କାର କରିଥିବା ନେଇ ଅଭିଯୋଗ ହୋଇଥିଲା । ଏହି ଘଟଣାକୁ ତୁମ୍ବି ତୋଫାନ ମଧ୍ୟ ଚାଲିଛି । କିନ୍ତୁ ଆଜି ଏହି ଘଟଣାରେ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ରଖିଛନ୍ତି ଏଚଆରପିସି ଏଡିଜି । ସେ କହିଛନ୍ତି ନାବାଳିକାଙ୍କୁ ବଳାତ୍କାର ହୋଇଥିବା ନେଇ କୌଣସି ପ୍ରମାଣ ମିଳୁନାହିଁ ।

ସେ ନିଜେ ଓ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀ ମାନେ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିବା ପରେ ଏଭଳି ଏକ ନିଷ୍କର୍ସରେ ପହଚିଂଛନ୍ତି ବୋଲି କହିଛନ୍ତି । ମେଡିକାଲ ରିପୋର୍ଟରୁ ମଧ୍ୟ କୌଣସି ପ୍ରମାଣ ମିଳୁନଥିବା ଏଚଆରପିସି ଏଡିଜି ମହେନ୍ଦ୍ର ପ୍ରତାପ କହିଛନ୍ତି । ସେପଟେ ଡିଜି ପୁଲିସ ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି, ଘଟଣା ଘଟିଥିବା ଅଂଚଳରେ ସୁରକ୍ଷା କର୍ମୀଙ୍କ କୌଣସି ଚଳପ୍ରଚଳ ନଥିଲା । ଏହି ଘଟଣା ପୁରା ମାମଲାକୁ ଏକ ନୂଆ ମୋଡ ଦେଇଛି ।

ଅନ୍ୟପଟେ କୁନ୍ଦୁଲି ଗଣଦୁଷ୍କର୍ମ ମାମଲାରେ ପ୍ରତିକ୍ରିୟା ଦେଇଛନ୍ତି ପୁଲିସ ଡିଜି ଆରପି ଶର୍ମା । ଗଣଦୁଷ୍କର୍ମ ଘଟଣାର ତଦନ୍ତ ସଠିକ ଭାବେ ଚାଲିଥିବା ଡିଜିପି ସୂଚନା ଦେଇଛନ୍ତି । କୁନ୍ଦୁଲିର ସେହି ସ୍ଥାନରେ କୌଣସି ସୁରକ୍ଷା କର୍ମୀଙ୍କ ଚଳାଚଳ ନଥିଲା ବୋଲି କହିଛନ୍ତି ଡିଜିପି ଆରପି ଶର୍ମା । ଏହାସହ ସାଇଂଟିଫିକଟିମର ରିପୋର୍ଟ ଆଧାରରେ ତଦନ୍ତ ଅଗ୍ରଗତି କରୁଛି । କ୍ରାଇମବ୍ରାଚ ଓ କୋରାପୁଟ ପୁଲିସ ଘଟଣାର ତଦନ୍ତ ଜାରି ରଖିଛନ୍ତି ।