ଉତ୍ତର କୋରିଆର ଏକଛତ୍ରବାଦ ଶାସକ କିମ୍ ଜୋଙ୍ଗଙ୍କ ଗୁପ୍ତ ଟ୍ରେନ ଯାତ୍ରା! ଚୀନରେ ଟ୍ରେନ ପହଞ୍ଚିବା ପରେ ଜାଣିଲା ପୂରା ବିଶ୍ୱ, ଟ୍ରେନରେ ଏଭଳି ବ୍ୟବସ୍ଥା ରହିଛି ଯାହା ଜାଣିଲେ ଆପଣ ଆଶ୍ଚଯ୍ୟ ହେବେ
ପୁଣି ଚର୍ଚ୍ଚାରେ ଉତରକୋରିଆର ଏକ ଛତ୍ରବାଦ ଶାସକ କିମ୍ ଜୋଙ୍ଗ ଉନ । ସବୁବେଳେ ପରୁମାଣୁ ପରୀକ୍ଷଣ ପାଇଁ ଚର୍ଚ୍ଚାରେ ରହୁଥିବା କିମ୍ ଜୋଙ୍ଗ, ଏଥର ତାଙ୍କ ଚୀନ ଗସ୍ତକୁ ନେଇ ଚର୍ଚ୍ଚା ପରିସରକୁ ଆସିଛନ୍ତି । ଉତରକୋରିଆର ଚୀନ ଗସ୍ତ ପାଇଁ ଜୋଙ୍ଗ ବିମାନ ବଦଳରେ ଟ୍ରେନରେ ଯିବା ପସନ୍ଦ କରିଥିଲା । ଆଉ ଏହି ଟ୍ରେନରେ ତାଙ୍କ ସୁରକ୍ଷାଠାରୁ ଆରମ୍ଭ କରି ସମସ୍ତ ପ୍ରକାର ବନ୍ଦୋବସ୍ତ ରହିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
କିମ୍ ଜୋଙ୍ଗ୍ ଉନ୍ । ଉତରକୋରିଆର ଏହି ଏକଛତ୍ରବାଦ ଶାସକ ନିଜର ସ୍ୱତନ୍ତ୍ର ଟ୍ରେନରେ ପ୍ରଥମ ଥର ପାଇଁ ବିଦେଶ ଗସ୍ତ କରି ପୁଣି ଆସିଛନ୍ତି ଚର୍ଚ୍ଚାକୁ । ଏହି ସ୍ୱତନ୍ତ୍ର ଟ୍ରେନ ଯେତେବେଳେ ଚୀନ ରାଜଧାନୀ ବେଜିଂରେ ପହଂଚିଲା ସାରା ବିଶ୍ୱର ନଜର ରହିଥିଲା ଏହାରି ଉପରେ । ପ୍ରଥମେ ଏହି ଟ୍ରେନରେ କିଏ ଯାତ୍ରା କରୁଥିଲେ ସେ ନେଇ କାହା ପାଖରେ ଖବର ନଥିଲା । ଏପରିକି ଚୀନ ବିଦେଶ ମନ୍ତ୍ରାଳୟ ମଧ୍ୟ ଏନେଇ କୌଣସି ସୂଚନା ନଥିବା କହିଥିଲେ । ପରେ ଚୀନ ସରକାରୀ ଗଣମାଧ୍ୟମ ସିହ୍ନ୍ରୁଆ ନ୍ୟୁଜ ପକ୍ଷରୁ କିମ୍ ଜୋଙ୍ଗଙ୍କ ଚୀନ ଯାତ୍ରା ନେଇ ସ୍ପଷ୍ଟ କରାଯାଇଥିଲା ।
କିମ୍ ଜୋଙ୍ଗ ଉନଙ୍କ ଏହି ସ୍ୱତନ୍ତ୍ର ଟ୍ରେନରେ ରହିଛି କଡା ସୁରକ୍ଷା ବ୍ୟବସ୍ଥା । ବୁଲେଟପ୍ରୁଫ ଥିବା ଏହି ଟ୍ରେନରେ ରହିଛି ୨୧ଟି ୨ବିଳାସପୂର୍ଣ୍ଣ ବଗି । ଯେଉଁଥିରେ ଫାଇଭ ଷ୍ଟାର ହୋଟେଲର ସମସ୍ତ ସୁବିଧା ରହିଛି । ଟ୍ରେନରେ ଯାତ୍ରା କରିବା ସମୟରେ ବୈଠକ କରିବା ପାଇଁ ସ୍ୱତନ୍ତ୍ର କୋଠରୀର ବ୍ୟବସ୍ଥା ରହିଛି । ଏପରିକି କିମଙ୍କ ପସନ୍ଦ ଅନୁଯାୟୀ ସମସ୍ତ ଖାଦ୍ୟପେୟ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି । ଏହାସହ ଏହି ଟ୍ରେନରେ କିମ୍ ସହ ତାଙ୍କର ମର୍ସିଡିଜ କାର୍ ମଧ୍ୟ ଯାଇଥାଏ । କିମ୍ ଟ୍ରେନରୁ ଓହ୍ଳାଇବା ପରେ ଏହି କାରରେ ଯାତ୍ରା କରନ୍ତି ।
କିମ୍ ଜୋଙ୍ଗ ଉନଙ୍କ ବାପା ତଥା ପୂର୍ବତନ ଉତରକୋରିଆ ଶାସକ କିମ୍ ଜୋଙ୍ଗ ଇଲ୍ ମଧ୍ୟ ଏହି ଟ୍ରେନ ବ୍ୟବହାର କରୁଥିଲେ । କୁହାଯାଏ ଋଷିଆର ଜୋଶେଫ ଷ୍ଟାଲିନଙ୍କ୍ ପରିବାର ପକ୍ଷରୁ କିମଙ୍କ ପରିବାରକୁ ଏହି ଟ୍ରେନ ଉପହାର ଭାବେ ଦିଆଯାଇଥିଲା । କିମ୍ ଜୋଙ୍ଗ ଉନଙ୍କ ଜେଜେବାପା କିମ୍ ଇଲ୍ ସଙ୍ଗ ମଧ୍ୟ ଏହି ଟ୍ରେନ ବ୍ୟବହାର କରୁଥିଲେ । ଏପରିକି ୧୯୪୯ରେ କିମ୍ ଇଲ୍ ସଙ୍ଗ୍ ଏହି ଟ୍ରେନରେ ମସ୍କୋ ଯାତ୍ରା କରିଥିଲେ । ଏହି ଟ୍ରେନ ୬୦କିଲୋମିଟର ପ୍ରତି ଘଂଟା ବେଗରେ ଯାତ୍ରା କରେ । କିମ୍ ଜୋଙ୍ଗଙ୍କ ପରିବାର ଉତରକୋରିଆରୁ ବାହାରି ଯେକୌଣସି ଦେଶକୁ ଗସ୍ତ କଲେ ମଧ୍ୟ ଏହି ଟ୍ରେନରେ ଯାତ୍ରା କରିଥାନ୍ତି ।
କିମ୍ ଜୋଙ୍ଗଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବେଜିଂରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ଏପରିକି ତାଙ୍କ ଗସ୍ତ ସମୟରେ ସହରର ରାସ୍ତା ଘାଟ ଶୁନ୍ଶନ ହୋଇଯାଇଥିଲା । କେବଳ ସୁରକ୍ଷା କର୍ମୀଙ୍କୁ ଦେଖିବାକୁ ମିଳିଥିଲା । ଜୋଙ୍ଗଙ୍କ ୪ଦିନିଆ ଚୀନ ଗସ୍ତରେ ତାଙ୍କ ସହ ଥିଲେ ପତ୍ନୀ ରି ସୋଲ ଜୁ ।
୨୦୧୧ରେ ନର୍ଥ କୋରିଆର ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବାବରେ କିମ୍ ଜଙ୍ଗ୍୍ଙ୍କର ଏହା ପ୍ରଥମ ବିଦେଶ ଗସ୍ତ ।