ପ୍ରଥମ ଥିଲେ ଚିୟର ଲିଡ଼ର, ଆଉ ଏବେ ଉତ୍ତର କୋରିଆର ପ୍ରଥମ ମହିଳା ! ଆସନ୍ତୁ ଜାଣିବା କିମ ଜଙ୍ଗ ଉନଙ୍କ ପତ୍ନୀଙ୍କ ବିଷୟରେ କିଛି ଅଜଣା କଥା

67

ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜଙ୍ଗ୍ ଉନଙ୍କ ବିଷୟରେ କିଏ ବା ନଜାଣେ । ପୂର୍ବରୁ ଆମେରିକା ସହ ପରମାଣୁ ଯୁଦ୍ଧ କରିବା ପାଇଁ ଅଂଟା ଭିଡ଼ିଥିଲେ କିମ୍ । ଦେଶକୁ ଶକ୍ତିଶାଳୀ ସାବ୍ୟସ୍ତ କରିବା ପାଇଁ ନିୟମିତ ବ୍ୟବଧାନରେ ପରମାଣୁ ଅସ୍ତ୍ରଶସ୍ତ୍ରର ପରୀକ୍ଷଣ କରାଉଥିଲେ । ଉଭୟ ଦେଶ ମଧ୍ୟରେ ସମ୍ପର୍କ ଭଲ ନଥିଲା । ଯୁଦ୍ଧ ମୁହାଁ ହେଉଥିଲେ ଦୁଇ ଦେଶ । କିନ୍ତୁ ସୌଭାଗ୍ୟକ୍ରମେ ଯୁଦ୍ଧ ପରିସ୍ଥିତି ଟଳି ଯାଇଛି । ଏବେ ଆଉ ଆଣବିକ ପରୀକ୍ଷା କରିବେ ନାହିଁ ଉତ୍ତର କୋରିଆର ରକେଟ ମ୍ୟାନ କିମ ଜଙ୍ଗ ଉନ୍ । ଆଣବିକ ପରୀକ୍ଷା ସ୍ଥଗିତ ରଖିବାକୁ ସେ ଘୋଷଣା କରିଛନ୍ତି । ଏଥିସହ ସମସ୍ତ ଆଣବିକ ପରୀକ୍ଷଣସ୍ଥଳୀ ବନ୍ଦ କରିବାକୁ ଯୋଜନା କରୁଥିବା ପୋଙ୍ଗୟାଙ୍ଗ କହିଛି । ଉତ୍ତର କୋରିଆ, ଦକ୍ଷିଣ କୋରିଆ ଓ ଆମେରିକା ମଧ୍ୟରେ ଆଣବିକ ବୁଝାମଣାର ନୂତନ ପର୍ଯ୍ୟାୟ ସ୍ୱାକ୍ଷର ହେବାକୁ ଥିବା ବେଳେ ଏହି ଘୋଷଣା ହୋଇଛି । ବାଣିଜ୍ୟ ଓ ଅର୍ଥନୀତିର ଉନ୍ନତି ପାଇଁ ଦେଶ ଏଭଳି ନିଷ୍ପତି କରିଥିବା ଉତରକୋରିଆ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ତେବେ ଉତ୍ତର କୋରିଆ ଆଣବିକ ଅସ୍ତ୍ରଶସ୍ତ୍ର ନିର୍ମାଣ ବନ୍ଦ କରିବ କି ନାହିଁ ତାହା ସ୍ପଷ୍ଟ କରିନି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କିମ ଜଙ୍ଗଙ୍କ ଏହି ଘୋଷଣାକୁ ସ୍ୱାଗତ କରିଛନ୍ତି । ତେବେ କିମଙ୍କ ପତ୍ନୀଙ୍କ ବିଷୟରେ ଖୁବ କମ ଲୋକ ଜାଣିଥିବେ ।

ଉତ୍ତର କୋରିଆର ତାନାଶାହ କିମ୍ ଜଙ୍ଗ୍ ଉନ୍ ନିଜ ପତ୍ନୀଙ୍କୁ ପ୍ରଥମ ମହିଳାର ସମ୍ମାନ ଦେଇଛନ୍ତି । ତେବେ ତାଙ୍କ ପତ୍ନୀ ରି ସୋଲ ଜୁ ବିଷୟରେ ସାରା ବିଶ୍ୱରେ ଲୋକ ସେତେ ଅଧିକ ଜାଣନ୍ତି ନାହିଁ । ତେବେ ଆସନ୍ତୁ ଜାଣିବା କିମ୍ ଜଙ୍ଗ ଉନଙ୍କ ପତ୍ନୀଙ୍କ ବିଷୟରେ, ଆଉ କିମ ତାଙ୍କୁ କାହିଁକି ଦେଇଛନ୍ତି ପ୍ରଥମ ମହିଳାର ସମ୍ମାନ ? ରି ସୋଲ ଜୁଙ୍କୁ ଏବେ କମରେଡ଼୍ ରି ସୋଲ ଜୁଲ କହି ସମ୍ମୋଧିତ କରାଯାଏ । ତେବେ କେବଳ ତାଙ୍କ ଦେଶରେ ନୁହେଁ, ଜାତୀୟ ଗଣମାଧ୍ୟମ ଗୁଡ଼ିକରେ ମଧ୍ୟ ତାଙ୍କୁ ପ୍ରଥମ ମହିଳା କହି ସମ୍ମୋଧିତ କରାଯାଉଛି । ଉତ୍ତର କୋରିଆର ଲୋକପ୍ରିୟ ନ୍ୟୁଜ୍ ଆଙ୍କର ରି ସୋଲ ଜୁଙ୍କୁ ପ୍ରଥମ ମହିଳାର ସମ୍ମାନ ଦିଆଯାଇଛି ବୋଲି ଘୋଷେଣା କରିଥିଲେ ।

ରି ସୋଲ ଜୁ ଅଧିକରୁ ଅଧିମ ସମୟ ନିଜ ସ୍ୱାମୀଙ୍କ ସହ ବିତାଉଥିବାର ଦେଖାଯାଏ । କିମ ଜଙ୍ଗଙ୍କ ପ୍ରଥମ ବିଦେଶ ଯାତ୍ରା ସମୟରେ ରି ମଧ୍ୟ ତାଙ୍କ ସହ ଥିଲେ । ଚୀନ ଯାତ୍ରା ବ୍ୟତୀତ ରି ଅନେକ ସମୟରେ କିମଙ୍କ ସହ ନଜର ଆସନ୍ତି । ରି ସୋଲ ଜୁ ପୂର୍ବରୁ ଜଣେ ଗାୟିକା ଥିଲେ । ତେବେ କିମଙ୍କ ପତ୍ନୀ ହେବା ପରେ ସେ ଏବେ ଗାୟିକି ଛାଡ଼ି ଦେଇଛନ୍ତି । ଦକ୍ଷିଣ କୋରିଆ ଓ ଆମେରିକା ରାଷ୍ଟ୍ରପତିଙ୍କୁ ସାକ୍ଷାତ ପୂର୍ବରୁ କିମ ଏହି ଗୁରୁତ୍ୱପୂର୍ଣ୍ଣ ନଷ୍ପତ୍ତି ନେଇଥିଲେ । କିମ ଟ୍ରମ୍ପଙ୍କ ପତ୍ନୀ ମେଲିନାଙ୍କ ତୁଳନା କରି ନିଜ ପତ୍ନୀଙ୍କୁ ଏହି ଟାଇଟଲ ଦେଇଛନ୍ତି । କିମ୍ ଟ୍ରମ୍ପଙ୍କ ଠାରୁ ପଛରେ ରହିବା ପାଇଁ ଚାହାନ୍ତି ନାହିଁ ବୋଲି ଏପରି ନିଷ୍ପତ୍ତି ନେଇଛନ୍ତି ବୋଲି ଶୁଣିବା ପାଇଁ ମିଳୁଛି ।

ଆଉ କିଛି ଲୋକ କୁହନ୍ତି କିମ ତାଙ୍କ ମା’ଙ୍କ ପାଇଁ ଏପରି ନିଷ୍ପତ୍ତି ନେଇଛନ୍ତି । କାରଣ କିମଙ୍କ ପତ୍ନୀଙ୍କୁ ଏପରି ସମ୍ମାନ ମିଳୁ ବୋଲି ତାଙ୍କ ମା ଇଚ୍ଛା ପ୍ରକାଶ କରିଥିଲେ । କିମଙ୍କ ମା’ ସାରା ଜୀବନ ବହୁତ କଷ୍ଟରେ ଅତିବାହିତ ହୋଇଥିଲା । ୨୦୦୪ ମସିହାରେ ତାଙ୍କ ମୃତ୍ୟୁ ହୋଇଥିଲା । ସାରା ଜୀବନ ତାଙ୍କର ବେଶ ଜ୍ୱାଳାମୟ ଥିଲା । ତେଣୁ କିମ୍ ଜଙ୍ଗ ଉନ୍ ତାଙ୍କ ପତ୍ନୀଙ୍କୁ ଏହି ସମ୍ମାନ ଦେଇଛନ୍ତି ।

ସୂଚନାଯୋଗ୍ୟ ୧୯୭୪ରେ ଉତ୍ତର କୋରିଆର ପ୍ରତିଷ୍ଠାତା କିମ୍ ଟୁ ସଙ୍ଗଙ୍କ ପତ୍ନୀଙ୍କୁ ମିଳିଥିଲା ପ୍ରଥମ ମହିଳାଙ୍କ ସମ୍ମାନ । ଖବର ଅଦୁସାରେ କିମଙ୍କ ପତ୍ନୀଙ୍କ ରିଙ୍କର ଗୋଟିଏ କୁନି ଝିଅ ସମେତ ୩ଟି ପିଲା ଅଛନ୍ତି । ଏକ ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିଲେ ରି । ତାଙ୍କ ବାପା ଜଣେ ଡାକ୍ତର ଓ ମା’ ଥିଲେ ଜଣେ ଶିକ୍ଷୟିତ୍ରୀ । ଛୋଟ ବେଳୁ ତାଙ୍କର ଗୀତ ପ୍ରତି ଥିଲା ଅହେତୁକ ଆକର୍ଷଣ । ଏହାସହ ରି ଜାତୀୟ ପ୍ରତିଯୋଗୀତା ଏସିଆନ୍ ଆଥଲେଟିକ୍ ଚାମ୍ପିଅନ୍ସିପରେ ଜଣେ ଚିୟର ଲିଡ଼ର ରୂପରେ କାମ କରୁଥିଲେ । ରିଙ୍କୁ ମହଙ୍ଗା ଡିଜାଇନର ପୋଷାକ ପିନ୍ଧିବା ପାଇଁ ପସନ୍ଦ କରନ୍ତି । ୨୦୦୯ କିମ୍ମା ୨୦୧୦ରେ ଉଭୟଙ୍କର ବିବାହ ହୋଇଥିଲା ବୋଲି ଶୁଣିବା ପାଇଁ ମିଳେ ।