ଗୋରକ୍ଷା ନାଁରେ ଲୋକଙ୍କ ହତ୍ୟାକୁ ବରଦାସ୍ତ କରାଯିବନି ! ଗୁଜୁରାଟରେ ମୁହଁ ଖୋଲିଲେ ମୋଦି

55

କନକ ବ୍ୟୁରୋ : ଗୋରକ୍ଷା ନାଁରେ ଲୋକଙ୍କ ହତ୍ୟାକୁ ବରଦାସ୍ତ କରାଯିବନି । ଗୁଜୁରାଟରେ ଏଭଳି ଆହ୍ୱାନ କରିଛନ୍ତି ମୋଦି । କହିଛନ୍ତି, ଆଇନକୁ ହାତକୁ ନେବାର ଅଧିକାର କାହାର ନାହିଁ । ହିଂସା ସମସ୍ୟାର ସମାଧାନ ନୁହେଁ । ଗୋରକ୍ଷା ଉପରେ ଗପ କହିବା ବେଳେ ଭାବୁକ ହୋଇ ପଡିଥିଲେ ପ୍ରଧାନମନ୍ତ୍ରୀ । ଗୋରକ୍ଷା ଆଳରେ ବଢୁଥିବା ହିଂସାକୁ ଟାର୍ଗେଟ୍ କରିଥିଲେ ମୋଦି । ତାଙ୍କ ଅଭିଭାଷଣରୁ ଶୁଣିବାକୁ ମିଳିଥିଲା ଅହିଂସାର କଥା ।

ବିଦେଶଗସ୍ତରୁ ଫେରିବା ପରେ ଦୁଇଦିନିଆ ଗୁଜରାଟ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ । ଏହି ଅବସରରେ ମହାତ୍ମାଗାନ୍ଧିଙ୍କ ସାବରମତି ଆଶ୍ରମର ୧୦୦ ବର୍ଷ ପୂର୍ତି ଅବସରରେ ଆୟୋଜିତ ଉତ୍ସବରେ ସାମିଲ୍ ହୋଇଛନ୍ତି ମୋଦି । ଏହି ଅବସରରେ ବାପୁଙ୍କ ଆଧ୍ୟାତ୍ମିକ ଗୁରୁ କୁହାଯାଉଥିବା ଶ୍ରୀମଦ୍ ରାମଚନ୍ଦ୍ରଙ୍କ ସ୍ମୃତିରେ ଡାକ ଟିକଟ ଓ ମୁଦ୍ରା ଜାରି କରିଥିଲେ ମୋଦି  ।