ଉଦ୍ଧାର ହୋଇଛି କିଲର ଭାଲୁର ମୃତଦେହ

20

ଜୟପୁର : ଆଜି ଉଦ୍ଧାର ହୋଇଛି କିଲର ଭାଲୁର ମୃତଦେହ । ଭାଲୁଟି ଗତକାଲି ଜୟପୁର ନୂଆପାଟ ଗାଁର ଜଣଙ୍କୁ ଆକ୍ରମଣ କରି ମାରିଦେଇଥିବାବେଳେ ଆଉ ଜଣକୁ ଗୁରୁତର ଭାବେ ଆହତ କରିଥିଲା । ଗତକାଲି ନୂଆପାଟ ଗ୍ରାମର ଡମାଇ ନାୟକ ଜଂଗଲକୁ ଛତୁ ଆଣିବାକୁ ଯାଇଥିଲେ  । ଏହି ସମୟରେ ଜଂଗଲୀ ଭାଲୁଟିର କବଳରେ ପଡିଯାଇଥିଲେ । ଭାଲୁଟି ଡମାଇଙ୍କୁ ଦେଖି ଆକ୍ରମଣ କରିଥିଲା । ସେଠାରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଭାଲୁଟି ଏହି ଗ୍ରାମର ଆଉଜଣେ ବ୍ୟକ୍ତି ଲୋକନାଥଙ୍କୁ ମଧ୍ୟ ଆକ୍ରମଣ କରିଥିଲା । ଫଳରେ ଲୋକନାଥ ଏବେ ଗୁରୁତର ଭାବେ ଚିକିତ୍ସିତ ହେଉଛନ୍ତି । ହେଲେ ଆଜି ବନବିଭାଗ ଜଂଗଲରୁ ଭାଲୁଟିର ମୃତଦେହ ଉଦ୍ଧାର କରିଛି ।