ଆଜିଠାରୁ ଆରମ୍ଭ ତୃତୀୟ କିଟ୍ ଫିଲ୍ମ ଫେଷ୍ଟିଭାଲ : ଉଦଘାଟନ କଲେ ବଲିଉଡର ବର୍ଷିୟାନ ଅଭିନେତା ଅନୁପମ ଖେର୍

25

କନକ ବ୍ୟୁରୋ : ସ୍ୱପ୍ନ ଦେଖିବା ଛାଡନ୍ତୁନି । ସ୍ୱପ୍ନ ଦିନେ ନା ଦିନେ ପୂରଣ ହେବ । ଏଭଳି ଆହ୍ୱାନ ଦେଇଛନ୍ତି ବଲିଉଡର ବର୍ଷିୟାନ ଅଭିନେତା ତଥା ଜାତୀୟ ଫିଲ୍ମ ଅନୁଷ୍ଠାନର ଅଧ୍ୟକ୍ଷ ଅନୁପମ ଖେର । ଆଜିଠାରୁ ଆରମ୍ଭ ହୋଇଥିବା ତୃତୀୟ କିଟ୍ ଫିଲ୍ମ ଫେଷ୍ଟିଭାଲକୁ ଉଦଘାଟନ କରିଛନ୍ତି ଅନୁପମ ଖେର୍ ।

ଏହି ଅବସରରେ ତାଙ୍କ ଅଭିନୟ ଜୀବନର ସଂଘର୍ଷ ସମୟ କଥାକୁ କିଟ୍ ଫିଲ୍ମ ଇନଷ୍ଟିଚ୍ୟୁଟର ଛାତ୍ରଛାତ୍ରୀଙ୍କ ଆଗରେ ବଖାଣିଥିଲେ । କିଭଳି ସିମଲାର ମଧ୍ୟବିତ୍ତ ପରିବାରରୁ ଆସି ବଲିଉଡରେ ନିଜର ଆସ୍ଥାନ ଜମାଇଥିଲେ ଓ ତାଙ୍କ ପ୍ରଥମ ଫିଲ୍ମରେ ୨୮ ବର୍ଷର ଅନୁପମଙ୍କୁ ୬୫ବର୍ଷର ବ୍ୟକ୍ତିର ଅଭିନୟ କରିବାକୁ ପଡିଥିଲା । ଏସବୁ ଭିତରେ ୮ଥର ଫିଲ୍ମ ଫେୟାର ଆୱାର୍ଡ ତାଙ୍କ ଅଭିନୟ ଜୀବନକୁ ଉଚ୍ଚକୁ ନେଇଯାଇଥିଲା । ଏହାଛଡା ସେ ତାଙ୍କ ବଲିଉଡ ଫିଲ୍ମ ‘ରାଂଚି ଡାଏରିଜ’କୁ ପ୍ରମୋଟ କରିଥିଲେ । ଏଥିରେ ଓଡିଆ ନିର୍ଦ୍ଦେଶକ ସାତ୍ୱିକ ମହାନ୍ତି ପ୍ରଥମଥର ପାଇଁ ନିର୍ଦ୍ଦେଶକ ଭାବେ ଡେବ୍ୟୁ କରିଛନ୍ତି ।