ଯାଜପୁର ଠିକା ସଂସ୍ଥାର ଅପହୃତ ଜିଏମ୍ ମୂର୍ତି ଶ୍ରୀନିବାସ ଉଦ୍ଧାର : ମୁଖ୍ୟ ଅଭିଯୁକ୍ତ ଆଲ୍ଲାଉଦ୍ଦିନ ଗିରଫ

21

ଯାଜପୁର : ଅପହୃତ ପିଆରଏସ୍ କନଷ୍ଟ୍ରକସନର ଜିଏମ ମୂର୍ତି ଶ୍ରୀନିବାସଙ୍କୁ ଉଦ୍ଧାର କଲା ଯାଜପୁର ପୁଲିସ୍ । କେନ୍ଦୁଝର ଜିଲ୍ଲା ଘସିପୁରା କୋଚିଆନନ୍ଦୀ ଗାଁରୁ ଶ୍ରୀନିବାସଙ୍କୁ  ପୁଲିସ୍ ଉଦ୍ଧାର କରିଛି । ଘଟଣାର ମୁଖ୍ୟ ଅଭିଯୁକ୍ତ ଆଲ୍ଲାଉଦ୍ଦିନ ଓ କୃଷ୍ଣିଆ ବାରିକଙ୍କ ସମେତ ମୋଟ୍ ୩ ଜଣଙ୍କୁ ପୁଲିସ୍ ଗିରଫ କରିଛି  । ଶ୍ରୀନିବାସଙ୍କ ଉଦ୍ଧାର ପାଇଁ ଏସ୍ପିଙ୍କ ନେତୃତ୍ୱରେ ଆଡିସିନାଲ ଏସ୍ପି ଏବଂ ୪ଟି ଥାନାର ଆଇଆଇସିଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଥିଲା । ଅପହରଣ କରିଥିବା ବ୍ୟକ୍ତିମାନେ ଶ୍ରୀନିବାସଙ୍କୁ ୪୦ ଲକ୍ଷ ଟଙ୍କା ଦେବା ପାଇଁ ଦାବି କରିଥିଲେ । ନହେଲେ ତାଙ୍କୁ ଜୀବନରେ ମାରିଦେବା ପାଇଁ ମଧ୍ୟ ଧମକ ଦେଇଥିଲେ । ଗତକାଲି ସଂଧ୍ୟାରେ ଯାଜପୁର ଜିନ୍ଦଲ କାରଖାନାରୁ କାରରେ ଫେରୁଥିବା ବେଳେ ତାଙ୍କୁ ମାନପୁର ଗେଟ ନିକଟରୁ ଅପହରଣ କରି ନିଆଯାଇଥିବା ଅଭିଯୋଗ ହୋଇଥିଲା । କଳିଙ୍ଗନଗର ଥାନାରେ ଏନେଇ ଏତଲା ଦେଇଥିଲେ ଅପହୃତ ଶ୍ରୀନିବାସଙ୍କ ଡ୍ରାଇଭର ।

ଏହା ସହ ୧୨ ଘଂଟା ପରେ ବି ନିଖୋଜ ଜିଏମଙ୍କ ମିଳୁନି ପତା : ରାସ୍ତା ସିଲ କରି ପୁଲିସର ଛାନଭିନ