ମୁକ୍ତ ହେଲେ ବିଦେଶୀ ! ଜଙ୍ଗଲରୁ ଜନ୍ ନିଖୋଜ ଘଟଣାରେ ପଡିଲା ଯବନିକା

34

କନକ ବ୍ୟୁରୋ : ଜଙ୍ଗଲରୁ ଜନ୍ ନିଖୋଜ୍ ଘଟଣା ଉପରେ ପଡ଼ିଲା ଯବନିକା । କାନାଡ଼ା ନାଗରିକ ଜନ୍ ସ୍ଲାଜାଗଙ୍କୁ ଆଜି ଉଦ୍ଧାର କରିଛି ଛତିଶଗଡ଼ ପୁଲିସ । ଜନ୍ ଲାଲବାହିନୀଙ୍କ କବଜାରେ ଥିବା ସୂଚନା ଦେଇଛନ୍ତି ବସ୍ତର ଆଇଜି । ତେବେ ବିଦେଶୀ ନାଗରିକ ଜନଙ୍କୁ ଛାଡ଼ିବା ନେଇ ପୁଲିସ୍ ସୂଚନା ପାଇବା ପରେ ତାଙ୍କୁ ଉଦ୍ଧାର କରିଛି ।

କାନାଡାର ବୈଦେଶିକ ବ୍ୟାପର ମନ୍ତ୍ରାଳୟ ପକ୍ଷରୁ ଭାରତକୁ ସୂଚନା ଆସିବା ପରେ ସାମ୍ନାକୁ ଆସିଥିଲା ଜନଙ୍କ ନିଖୋଜ୍ ଘଟଣା । ଅପହରଣ ଆଶଙ୍କା ଥିବାରୁ ଏନେଇ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଫୋନରେ ଆଲୋଚନା କରଥିଲେ ସୁଷମା ସ୍ୱରାଜ୍ ।

ଗତ ମାର୍ଚ୍ଚ ୧୪ ତାରିଖରେ ମୁମ୍ବାଇରେ ପହଂଚିଥିଲେ ଜନ୍ । ସେଠାରୁ ସାଇକେଲ ଯୋଗେ ଛତିଶଗଡ଼ରେ ପହଂଚିଥିଲେ । ଆଉ ଠିକ୍ ମାଓ ପ୍ରଭାବିତ ସୁକମା ଅଂଚଳରୁ ଗାଏବ୍ ହୋଇଯାଇଥିଲେ କାନାଡ଼ା ନାଗରିକ । ସେ ଚଢ଼ୁଥିବା ସାଇକେଲରେ ଜିପିଏସ୍ ସଂଯୋଗ ଥିବାରୁ, ଏଥିରେ ଥିବା ଏକ ଏମରର୍ଜେନ୍ସି ବଟନ୍ ଯୋଗେ କାନାଡାକୁ ସୂଚନା ଦେଇଥିଲେ ।