ଜମି କିଣିବା ବାହାନାରେ ଅପହରଣ : ଦୁର୍ବୃତଙ୍କ କବଳରୁ ସମ୍ବଲପୁରର ଅବସର ପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କୁ ଉଦ୍ଧାର କଲେ ପୁଲିସ

32

7ସମ୍ବଲପୁର : ସମ୍ବଲପୁର ସହରର ଜଣେ ଅବସର ପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କୁ ଅପହରଣକାରୀଙ୍କ କବଳରୁ ଉଦ୍ଧାର କରିଛି ଅଇଁଠାପାଲି ପୁଲିସ । ଗତ ୧ ତାରିଖ ଦିନ ଅଇଁଠାପାଲି ଅଂଚଳର ମଥୁରା ମୋହନ ଦାଶଙ୍କୁ କେତେକ ଦୁର୍ବୃତଙ୍କ ଜମି କିଣିବା ବାହାନାରେ ଅପହରଣ କରି ନେଇଥିଲେ ।

ମଥୁରାଙ୍କୁ ପ୍ରଥମେ ଦୁର୍ବୃତମାନେ ଅଇଁଠାପାଲିରୁ ତାଙ୍କ ଜମି ଦେଖାଇବା ପାଇଁ କହି ଏକ ବୋଲେରୋ ଗାଡ଼ିରେ ନେଇ ଯାଇଥିଲେ । ସମ୍ବଲପୁର ଜିଲ୍ଲା ଭାଲୁପାଲି ଅଂଚଳ ପହଂଚିବା ପରେ ମଥୁରାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ତାଙ୍କୁ କୁଚିଣ୍ଡା ଦେବଗଡ଼ ଦେଇ ଝାରଖଣ୍ଡର ଚାଇଁବସା ନେଇ ଯାଇଥିଲେ । ଏହାପରେ ତାଙ୍କୁ ୨ କୋଟି ଟଙ୍କା ମାଗିଥିଲେ ।

ଏତେ ଟଙ୍କା ଦେଇପାରିବିନି କହିବାରୁ ଶେଷରେ ୧ କୋଟି ଟଙ୍କାରେ ଡ଼ିଲ ହୋଇଥିଲା । ଏପଟେ ମଥୁରା ଘରକୁ ନଫେରିବାରୁ ଘରଲୋକେ ପୁଲିସର ଏତଲା ଦେଇଥିଲେ । ଅଇଁଠାପାଲି ଥାନା ପୁଲିସ ତନାଘନା ଆରମ୍ଭ କରି ମଥୁରାଙ୍କୁ ଉଦ୍ଧାର କରିବା ସହ ଦୁଇ ଜଣ ଅପହରଣକାରୀଙ୍କୁ ଗିରଫ କରିଛି । ଅପହରଣରେ ସଂପୃକ୍ତ ଦୁଇଜଣ ହେଲେ ସମ୍ବଲପୁର ରେଙ୍ଗାଲିର ନିମିଶ ମିଶ୍ର ଓ ବୌଦ୍ଧ ଜିଲ୍ଲା ମନମୁଣ୍ଡାର ଜଟିଆ ସିଂହ । ତେବେ ମୁଖ୍ୟ ଅଭିଯୁକ୍ତ ଅଶୋକ ପଣ୍ଡା ଏବେବି ଫେରାର ଅଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –