ଛାତ୍ରୀଙ୍କୁ ମିଳିବ ମାଗଣା ନାପକିନ ! ଖୁସି ଯୋଜନାରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ୧୭ଲକ୍ଷ ଛାତ୍ରୀ ହେବେ ଉପକୃତ

44

କନକ ବ୍ୟୁରୋ: ସ୍କୁଲ ଛାତ୍ରୀଙ୍କୁ ମିଳିବ ମାଗଣା ନାପକିନ । ରାଜ୍ୟ ସରକାର ଆରମ୍ଭ କଲେ ‘ଖୁସି’ ଯୋଜନା । ଏହି ଯୋଜନା ଅଧିନରେ ସରକାରୀ ଓ ଅନୁଦାନ ପ୍ରାପ୍ତ ସରକାରୀ ସ୍କୁଲର ଷଷ୍ଠରୁ ଦ୍ୱାଦଶ ଶ୍ରେଣୀର ୧୭ଲକ୍ଷ ଛାତ୍ରୀଙ୍କୁ ମାଗଣାରେ ନାପକିନ ଯୋଗାଇ ଦିଅଯିବ । ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ଖୁସି ଯୋଜନାରେ ଅନ୍ୟ ମହିଳା ଓ ଯୁବତୀଙ୍କୁ ରୀହାତି ଦରରେ ନାପକିନ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି କାର୍ଯ୍ୟକ୍ରମ ଫଳରେ ସ୍କୁଲରେ ପଢୁଥିବା କିଶୋରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଓ ନିରୋଗ ରଖିବା ପାଇଁ ସହାୟକ ହେବ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରୀ ସ୍କୁଲ୍ ଛାତ୍ରୀମାନଙ୍କ ଲାଗି ‘ଖୁସି’ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନା ମୁତାବକ ସରକାରୀ ଏବଂ ସରକାରୀ ଅନୁଦାନ ପ୍ରାପ୍ତ ସ୍କୁଲ୍ଗୁଡ଼ିକରେ ପଢୁଥିବା ଷଷ୍ଠରୁ ଦ୍ୱାଦଶ ଛାତ୍ରୀମାନଙ୍କୁ ମାଗଣାରେ ସାନିଟାରୀ ନାପକିନ୍ ଯୋଗାଇ ଦିଆଯିବ । ଏହି ଯୋଜନାରେ ପ୍ରାୟ ୧୭ ଲକ୍ଷ ଛାତ୍ରୀ ଉପକୃତ ହେବେ। ଏହାବ୍ୟତୀତ ଅନ୍ୟ ବର୍ଗର ଯୁବତୀ ଏବଂ ମହିଳାମାନଙ୍କୁ ‘ଖୁସି’ ଯୋଜନା ଅଧିନରେ ରିହାତି ଦରରେ ନାପକିନ୍ ଯୋଗାଇ ଦିଆଯିବ ବୋଲି ଶ୍ରୀ ପଟ୍ଟନାୟକ ଘୋଷାଣା କରିଛନ୍ତି । ମହିଳାଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ଏପରି ଏକ ସଚେତନତାମୂଳକ ଯୋଜନାର ଆରମ୍ଭ କରିଥିବା ଜାଣିବାକୁ ମିଳିଛି । ଏ ସଂପର୍କରେ ମୁଖ୍ୟମନ୍ତ୍ରୀ ମତ ପ୍ରକାଶ କରିଛନ୍ତି କି, ‘ମୁଁ ନିଶ୍ଚିତ ଯେ ଏହି ଯୋଜନା ହେତୁ ସ୍କୁଲ୍ ଯାଉଥିବା କିଶୋରୀମାନଙ୍କ ଭିତରେ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରିବ । ଫଳରେ ଏହି ଯୋଜନା ମହିଳାଙ୍କୁ ଅଧିକ ଶଶକ୍ତିକରଣ ଦିଗକୁ ଅଗ୍ରସର କରାଇବ।’

ଏଠାରେ ଆମେ କହି ରଖୁଛୁ କି, ପୂର୍ବରୁ ଓଡ଼ିଆ ଛାତ୍ରୀମାନଙ୍କୁ ମାଗଣା ବାଇସାଇକେଲ୍, ସ୍କୁଲ୍ ପୋଷାକ, ପୁସ୍ତକ ଆଦି ସରକାରଙ୍କ ତରଫରୁ ମିଳିସାରିଛି । ମହିଳା ସଶକ୍ତିକରଣକୁ ପ୍ରୋତ୍ସାହନ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପ୍ରତିଜ୍ଞାବଦ୍ଧ । ଏ ନେଇ ଶ୍ରୀ ପଟ୍ଟନାୟକ ପୂର୍ବରୁ ମତ ଦେଇଥିଲେ ଯେ ‘ମିସନ୍ ଶକ୍ତିରୁ ମମତା, ଏହାବ୍ୟତୀତ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସ୍ଥାନ ସରଂକ୍ଷଣ ବ୍ୟବସ୍ଥା ଆମର ମହତ୍ୱପୂର୍ଣ୍ଣ ପରିକଳ୍ପନାର କେନ୍ଦ୍ରବିନ୍ଦୁ ପାଲଟିଛି।’