ଜଙ୍ଗଲୀ ବାରହା ଆକ୍ରମଣରେ ଛିଡ଼ିଲା ଶିଶୁକନ୍ୟାର ହାତ ପାପୁଲି ! ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି

214

କନକ ବ୍ୟୁରୋ : ଜଙ୍ଗଲୀ ବାରହା ଆକ୍ରମଣରେ ଶିଶୁକନ୍ୟା ଗୁରୁତର ।  ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଦଧିମାଛଗାଡ଼ିଆ ନିକଟରେ ଆଜି ଏକ ଜଙ୍ଗଲି ବାରାହା ଆକ୍ରମଣରେ ଜଣେ ଶିଶୁକନ୍ୟା ଗୁରୁତର ଭାବେ ଆହତ ହୋଇଛନ୍ତି । ଶିଶୁ କନ୍ୟାଟିର ଡାହାଣ ହାତ ପାପୁଲି ସମ୍ପୂର୍ଣ୍ଣ ଛିଡି ଯାଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲା ପାଟରାପାଲି ଗାଁର ଭିକାରୀ ନାୟକ ପରିବାର ସହିତ ଖୋର୍ଦ୍ଧା ଜିଲ୍ଲା ଦଧିମାଛଗାଡ଼ିଆ ଅଞ୍ଚଳରେ ରହୁଥିଲେ ।  ସେଠାରେ ଏକ କ୍ରସରରେ କାର୍ଯ୍ୟ କରନ୍ତି ଭିକାରୀ ନାୟକ । ଆଜି ସକାଳେ ଭିକାରୀ ନାୟକ ଓ ତାଙ୍କ ପତ୍ନୀ କ୍ରସରରେ କାମ କରୁଥିବା ବେଳେ ନିକଟରେ ତାଙ୍କ ଦେଢ଼ ବର୍ଷର ଶିଶୁ କନ୍ୟା ଖେଳୁଥିଲା । ଏହି ସମୟରେ ପାହଡ଼ ଆଡ଼ୁ ଏକ ଜଙ୍ଗଲି ବାରହା ବାହାରି ଆସି ଶିଶୁ କନ୍ୟାଟିକୁ ଆକ୍ରମଣ କରିଥିଲା । ବାରହା ଆକ୍ରମଣରେ ତାଙ୍କ ଡାହାଣ ହାତ ପାପୁଲି ଛିଡ଼ି ଯାଇଛି । ଗୁରୁତର ଅବସ୍ଥାରେ ପରିବାର ଲେକେ ତାଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।