ଖୋର୍ଦ୍ଧା: ବାର୍ଡ ଫ୍ଲୁ ଆତଙ୍କ ନେଇ କେରଙ୍ଗରେ ଆଜି ବି ଜାରି ରହିବ କୁକୁଡା ମରା ଅଭିଯାନ

41

କନକ ବ୍ୟୁରୋ: ବାର୍ଡ ଫ୍ଲୁ ଯୋଗୁଁ ଖୋର୍ଦ୍ଧା କେରଙ୍ଗ ଅଂଚଳରେ ଆରମ୍ଭ ହୋଇଛି କୁକୁଡା ମରା ଅଭିଯାନ । ଏଥିପାଇଁ ନିୟୋଜିତ ହୋଇଛନ୍ତି ୫ଟି ରାପିଡ୍ ରେସପନ୍ସ ଟିମ୍ । ତାସହ କୁକୁଡା ରଖିଥିବା ଲୋକଙ୍କୁ ତୁରନ୍ତ ମିଳୁଛି କ୍ଷତିପୂରଣ । କୁକୁଡା ପିଛା ଚାଷୀଙ୍କୁ ୧୧୫ଟଙ୍କା ମିଳିଛି । ପ୍ରଥମ ଦିନରେ ୩୪୧ଟି କୁକୁଡା ଓ ୩୨ଟି ବତକ ମରାଯାଇଥିବା ଜଣାପଡିଛି । ସ୍ଥିତି ଅନୁଧ୍ୟାନ ପାଇଁ କେନ୍ଦ୍ରୀୟ ଦଳ ଆସି ପହଞ୍ଚିଛନ୍ତି । ବାର୍ଡ ଫ୍ଲୁ ପାଇଁ ଆଜି ବି କୁକଡା ମରା ଅଭିଯାନ ଜାରି ରହିବ ବୋଲି ସୂଚନା ମିଳିଛି ।