ଖୋର୍ଦ୍ଦା ମଙ୍ଗୁଳି ଜେନା ହତ୍ୟା ଘଟଣା । ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ସୂଚନା ଦେଲେ ଇନଚାର୍ଜ ପୋଲିସ ଡ଼ିଜି ବି.କେ ଶର୍ମା ।

160

କନକ ବ୍ୟୁରୋ: ଖୋର୍ଦ୍ଧାର ବିଜେପି ନେତା ମଙ୍ଗୁଳି ଜେନାଙ୍କ ହତ୍ୟା ମାମଲାର ତଦନ୍ତ କରିବ କ୍ରାଇବ୍ରାଞ୍ଚ । ଏନେଇ ସୂଚନା ଦେଲେ ଇନଚାର୍ଜ ଡ଼ିଜିପି ବି.କେ ଶର୍ମା । ତେବେ କ୍ରାଇମବ୍ରାଂଚ ଆଇଜି ଅରୁଣ ବୋଥ୍ରାଙ୍କ ତତ୍ୱାବଧାନରେ ହେବ ଏହି ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବ । କ୍ରାଇମବ୍ରାଂଚ ଡିଏସପି ପ୍ରମୋଦ ରଥ ଘଟଣାର ତଦନ୍ତ କରିବେ । କ୍ରାଇମବ୍ରାଂଚର ଏକ ଟିମ ଏବେ ଖୋର୍ଦ୍ଧାରେ ପହଚିଂଥିବା ଇନଚାର୍ଜ ଡିଜିପି ବିକେ ଶର୍ମା କହିଛନ୍ତି ।

ସେହିପରି ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଏହି ଘଟଣାର ତଦନ୍ତରେ ଅରୁଣ ବୋଥ୍ରାଙ୍କୁ ସହଯୋଗ କରିବେ ବୋଲି ବିକେ ଶର୍ମା କହିଛନ୍ତି । ତେବେ ଗତ ୧୪ ତାରିଖ ରାତିରେ ବିଜେପି ବିଧାୟକ ପ୍ରାର୍ଥୀ କାଳୁ ଚରଣ ଖଣ୍ଡାୟତରାୟ ଓ ଦଳୀୟ କର୍ମୀଙ୍କ ସହ ଆଲୋଚାନ କରୁଥିବା ବେଳେ ଖୋର୍ଦ୍ଧା ୯ ନବଂର ଜୋନର ବିଜେପି ମଣ୍ଡଳ ସଭାପତି ମଙ୍ଗୁଳି ଜେନାଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ଦୁଇ ଜଣ ଦୁବୃର୍ତ ବାଇକରେ ଆସି ତାଙ୍କୁ ହତ୍ୟା କରିଥିଲେ । ଦୁଇଟି ଗୁଳି ତାଙ୍କ ବାମପଟେ ଛାତିରେ ବାଜିବାରୁ ଘଟଣାସ୍ଥଳରେ ଟଳିପଡିଥିଲେ ମଙ୍ଗୁଳି ଜେନା ।