ଖୋର୍ଦ୍ଧାରେ ଅଭାବନୀୟ ଘଟଣା । କ୍ଲିନିକରେ ପଶି ଡାକ୍ତର ଓ ସହଯୋଗୀଙ୍କ ଉପରକୁ ଗୁଳିମାଡ : ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର ହେଲେ ଶିଶୁରୋଗ ବିଶେଷଜ୍ଞ ମାନସ ଦାସ

161

କନକ ବ୍ୟୁରୋ : ଖୋର୍ଦ୍ଧାରେ ଡାକ୍ତରଙ୍କୁ ଗୁଳିମାଡ । ଗୁଳିମାଡ଼ରେ ଶିଶୁ ବିଶେଷଜ୍ଞ ମାନସ ଦାସ ଗୁରୁତର ହୋଇ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ଗୁଳିମାଡ଼ ଶୀକାର ହୋଇଥିବା ତାଙ୍କ ସହଯୋଗୀ କୃଷ୍ଣଚନ୍ଦ୍ର ସାହୁଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବାର ସୂଚନା ମିଳିଛି । କ୍ଲିନିକରେ ପଶି ଡାକ୍ତର ଓ ସହଯୋଗୀଙ୍କୁ ଗୁଳିମାଡ କରିଥିଲେ ଦୁର୍ବୃତ । ଦୁଇଜଣ ଦୁବୃର୍ତ ବାଇକରେ ଆସି ଅଚାନକ ଏହି ଗୁଳିମାଡ କରିଥିଲେ । ଏବେ ଡାକ୍ତରଙ୍କ ଅବସ୍ଥା ଗୁରୁତର ରହିଛି । ଅଧିକ ଚିକିତ୍ସା ପାଇଁ ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା ।

ଏହି ଗୁଳିକାଣ୍ଡର ଚିତ୍ର ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ସ୍ପଷ୍ଟ ଜଣାପଡୁଛି- କିଭଳି ଦୁର୍ବୃତ ଆସି ଡାକ୍ତରଙ୍କ ଉପରେ ଗୁଳିମାଡ଼ କରିଛନ୍ତି । ଇଏ ହେଉଛି ସେହି ଗୁଳିକାଣ୍ଡ ସମୟର ସିସିଟିଭି ଦୃଶ୍ୟ । ଦେଖନ୍ତୁ କିପରି ଦୁବୃର୍ତ ଆସୁଛନ୍ତି ଏବଂ ଗୁଳି ଚଳାଇବା ପରେ ଘଟଣା ସ୍ଥଳରୁ ଫେରାର ହୋଇଯାଉଛନ୍ତି । ଦୁବୃର୍ତ ମୁଖା ପିନ୍ଧିଛନ୍ତି । ତେଣୁ ସେମାନଙ୍କୁ ଚିହ୍ନିବା ଏତେଟା ସହଜ ହେଉନାହିଁ । ଗୁଳିକାଣ୍ଡ ପଛର କାରଣ ଏବେ ବି ଅସ୍ପଷ୍ଟ ରହିଛି ।