ନବୀନ ନିବାସରେ ବାସନ୍ଦ ପରିବାର : ସାଇକେଲ ଧକ୍କା ବିବାଦକୁ ନେଇ ନିଆଁପାଣି ବାସନ୍ଦ ଖୁଂଟୁଣୀ ଅନନ୍ତପୁରର ଗୌରୀ ନାନୀଙ୍କ ପରିବାର

19

କନକ ବ୍ୟୁରୋ : ନବୀନ ନିବାସ ସମ୍ମୁଖରେ କଟକ ଖୁଟୁଂଣୀ ଅନନ୍ତପୁର ଗାଁର ବାସନ୍ଦ ପରିବାର । ନବୀନ ନିବାସ ସମ୍ମୁଖରେ ଏହି ବାସନ୍ଦ ପରିବାର ପହଚିଂଛନ୍ତି । ଦୁଃଖ ଶୁଣ ନହେଲେ ଆତ୍ମହତ୍ୟା କରିବୁ ବୋଲି ଧମକ ଦେଇଛନ୍ତି ଏହି ବାସନ୍ଦପରିବାର । ସାଇକେଲ ଧକ୍କାରୁ ଏହି ପରିବାରକୁ ନିଆଁ ପାଣି ବାସନ୍ଦ କରାଯାଇଛି । ଗତ ୬ ତାରିଖ ଦିନ ଗାଁ ସଭାପତି ବଟକିଶୋର ସେଠୀ ଓ ଗାଁର ଗୌରୀ ସାହୁଙ୍କ ପରିବାରର ଦୁଇ ପିଲାଙ୍କ ଭିତରେ ସାଇକେଲ ଦୁର୍ଘଟଣାକୁ ନେଇ ଗଣ୍ଡଗୋଳ ହୋଇଥିଲା । ପରେ ଏ ବିବାଦ ରାଜନୈତିକ ରୂପ ବି ନେଇଥିଲା ।

ମନ୍ଦିରରେ ଉଭୟ ପକ୍ଷ ବସି ଆପୋଷ ସମାଧାନ କରିଥିଲେ ବି ପରେ ସଭାପତିଙ୍କ ସମର୍ଥକ, ଗୌରୀ ସାହୁଙ୍କ ଘରେ ପଶି ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଫଳରେ ଖୁଂଟୁଣୀ ଥାନାରେ ଅଭିଯୋଗ କରିଥିଲେ ଗୌରୀ । ଆଉ ପୋଲିସ ପାଖକୁ କାହିଁକି ଗଲେ ବୋଲି ଗାଁ ସଭାପତି ପ୍ରଜାକୋର୍ଟ ବସାଇ ତାଙ୍କ ପରିବାରରକୁ ବାସନ୍ଦ କରିଛନ୍ତି । ଏପରିକି ଗାଁରେ ଡେଙ୍ଗୁରା ବଜାଇ ଏ ସଂପର୍କରେ ଘୋଷଣା ମଧ୍ୟ କରାଯାଇଛି । ୫ହଜାର ଟଙ୍କା ଜୋରିମାନା ଦେଲେ ଗୌରୀଙ୍କ ପରିବାର ଗାଁରେ ମିଶିବେ ବୋଲି ରାୟ ଶୁଣାଇଦେଇଛନ୍ତି ସଭାପତି ।