ଶାଳୀ-ଭିଣୋଇର ଅନୈତିକ ସଂପର୍କରେ ବଳିପଡିଲେ ଶିକ୍ଷୟତ୍ରୀ ! ହତ୍ୟାକାଣ୍ଡର ୧୬ ଦିନ ପରେ ଅଭିଯୁକ୍ତକୁ ଧରିଲା ପୋଲିସ

43

କନକ ବ୍ୟୁରୋ : ଖୋର୍ଦ୍ଧା ହରିପୁର ଉଗ୍ରତାରା ସ୍କୁଲ ଶିକ୍ଷୟତ୍ରୀ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ । ଶାଳି-ଭିଣୋଇଙ୍କ ଅନୈତିକ ସଂପର୍କକୁ କେନ୍ଦ୍ର କରି ଘଟିଥିଲା ହତ୍ୟାକାଣ୍ଡ । ଏହି ଘଟଣାରେ ଅଭିଯୁକ୍ତ କୁନୁ ଜେନାଙ୍କୁ ଗିରଫ କରିବା ସହ ହତ୍ୟା ବେଳେ ବ୍ୟବହାର ହୋଇଥିବା ସାମଗ୍ରୀ ଜବତ କରିଛି ପୁଲିସ ।

khordhaଶାଳି-ଭିଣୋଇର ଅନୈତିକ ସଂପର୍କରୁ ବଳିପଡ଼ିଲେ ଶିକ୍ଷୟତ୍ରୀ । ଅନୈତିକ ସଂପର୍କକୁ ଲୁଚାଇବାକୁ ଯାଇ ଘଟିଥିଲା ବିଭତ୍ସ ହତ୍ୟାକାଣ୍ଡ । ଖୋର୍ଦ୍ଧା ହରିପୁର ଉଗ୍ରତରା ସ୍କୁଲ ଶିକ୍ଷୟତ୍ରୀ ଅଞ୍ଜଳି ଦେହୁରୀଙ୍କ ହତ୍ୟାକାଣ୍ଡର ପର୍ଦାଫାସ ପରେ ସାମ୍ନାକୁ ଆସିଛି ଏଭଳି କିଛି ଚାଂଚଲ୍ୟକର ତଥ୍ୟ । ଅଭିଯୁକ୍ତ କୁନୁ ଜେନାଙ୍କୁ ଗିରଫ କରିବା ସହ ହତ୍ୟା ବେଳେ ବ୍ୟବହାର ହୋଇଥିବା ଠେଙ୍ଗା ଏବଂ କଟୁରିକୁ ଜବତ କରିଛି ପୁଲିସ ।

ତାରିଖ : ଜାନୁୟାରୀ ୪ । ସ୍ଥାନ : ଖୋର୍ଦ୍ଧାର ହରିପୁର ରାସ୍ତା । ସ୍କୁଲରୁ ଫେରୁଥାନ୍ତି ଶିକ୍ଷୟତ୍ରୀ ଅଞ୍ଜଳି ଦେହୁରୀ । ଆଉ ଅଧାବାଟରେ ତାଙ୍କ ଉପରେ ହେଲା ଅତର୍କିତ ଆକ୍ରମଣ । ଠେଙ୍ଗାରେ ନିର୍ମମ ଭାବରେ ମାଡ଼ ମାରିବା ପରେ କଟୁରିରେ ହୋଇଥିଲା ଆକ୍ରମଣ । ଯେଉଁଥିରେ ଘଟଣା ସ୍ଥଳରେ ହିଁ ପ୍ରାଣ ହରାଇଥିଲେ ଶିକ୍ଷୟତ୍ରୀ ।

ଘଟଣା ଦୁଇ ସପ୍ତାହ ପରେ ଘଟଣା ଉପରୁ ଉଠିଛି ପରଦା । ପୁଲିସ ଦେଇଥିବା ସୂଚନା ଅନୁସାରେ ଅଭିଯୁକ୍ତ କୁନୁ ଜେନା ଓ ତାଙ୍କ ଶାଳୀଙ୍କ ମଧ୍ୟରେ ଅନୈତିକ ସଂପର୍କ ଥିଲା । ଆଉ ହତ୍ୟାକାଣ୍ଡର ଠିକ୍ ପୂର୍ବ ଦିନ ଏହି ଦୁଇ ଜଣଙ୍କୁ କୌଣସି ଏକ ଦୁର୍ବଳ ମୂହୂର୍ତରେ ଦେଖି ଦେଇଥିଲେ ଶିକ୍ଷୟତ୍ରୀ ଅଞ୍ଜଳି ଦେହୁରୀ । ଆଉ ଯେତେବେଳେ ଘଟଣା ପ୍ରଘଟ ହେବାର ଆଶଙ୍କା ଦେଖା ଦେଇଥିଲା, ଶିକ୍ଷୟତ୍ରୀ ଜଣକୁ ରାସ୍ତାରୁ ସଫା କରି ଦେବା ପାଇଁ ନିଷ୍ପତି ନେଇଥିଲା ଅଭିଯୁକ୍ତ କୁନୁ ଜେନା ।