ଅବହେଳା କଲେ ଭୋଗିବ ଭୟଙ୍କର ପରିଣତି । ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ବିଳମ୍ବ ନେଇ ବିଜେଡିର ପ୍ରତିବାଦ

39

କନକ ବ୍ୟୁରୋ : ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ କାମ ବିଳମ୍ବ ନେଇ ରାଜନୀତି ଏବେ ଜୋର ହୋଇଛି । ଏହାକୁ ଏବେ ପ୍ରସଙ୍ଗ କରିଛି ବିଜେଡି । କାମ ମନ୍ଥର ଗତିରେ ଚାଲିଥିବା ଅଭିଯୋଗ କରି ବିଜେଡିର ଦଳ ଇଷ୍ଟକୋଷ୍ଟ ଜିଏମଙ୍କୁ ଭେଟି ସ୍ମାରକପତ୍ର ଦେଇଛନ୍ତି । ଖୋର୍ଧା-ବଲାଙ୍ଗୀର ରେଳପଥ ନିର୍ମାଣ ପାଇଁ ଓଡିଶା ସରକାର ସହ ଏମଓୟୁ ସ୍ୱାକ୍ଷରିତ ହୋଇଛି । ୨୦୨୧ ମସିହାରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।

ଏହି ପ୍ରକଳ୍ପ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ୫୦ ପ୍ରତିଶତ ଲେଖାଁଏ ଆର୍ଥିକ ସହାୟତା ଦେବେ । ଏଥିପାଇଁ ସରକାର ମାଗଣାରେ ଜମି ଯୋଗାଇଦେଇଛନ୍ତି । ରାଜ୍ୟ ସରକାର ଭିତ୍ତିଭୂମି ଯୋଗାଇଦେବା ସତ୍ୱେ କାମ ମନ୍ଥର ଗତିରେ ଚାଲିଥିବା ଅଭିଯୋଗ ଆଣିଛି ବିଜେଡି । କାମ ପାଇଁ କମ ସଂଖ୍ୟକ କର୍ମଚାରୀ ଥିବାବେଳେ କିଛିଙ୍କୁ ବଦଳି କରାଯାଇଥିବା ଅଭିଯୋଗ ହୋଇଛି ।