ପ୍ରେମ ନୁହେଁ ପ୍ରତିଶୋଧ : ଗିରଫ ପରେ ଛୁରୀମାଡ ପଛର ସତ କହିଲା ଅଭିଯୁକ୍ତ ନିଖିଲ୍

58

vlcsnap-2016-11-06-19h26m43s658କନକ ବ୍ୟୁରୋ : ଅପରେସନ୍ ସକସେସଫୁଲ୍ । ଦୀର୍ଘ ୩ ଘଣ୍ଟା ପରେ ପିଠିରୁ ବାହାରିଛି ଧାରୁଆ ଛୁରୀ । ହେଲେ ଏବେ ବି ଆଇସିୟୁରେ ଅଛନ୍ତି ପୀଡିତା । ଆଉ ହତ୍ୟା ଉଦ୍ୟମ କରି ବିଫଳ ହୋଇଥିବା ସେହି ଯୁବକକୁ କମିଶନରେଟ୍ ପୁଲିସ ଗିରଫ କରିଛି ଜଗତସିଂହପୁରରେ । ନାଁ ନିଖିଲ୍ ଜେନା ।

ପ୍ରେମକୁ ପାଇବାକୁ ରକ୍ତ ବୁହାଇ ଦେଲା । ହେଲେ ଆଖିରୁ ଝରୁନି ଅନୁତାପର ଅଶ୍ରୁ । ଆଉ ଗିରଫ ପରେ ନିଖିଲ୍ କହିଛି ଛୁରାମାଡ ପଛର ସତ । ପୀଡିତା ଓ ଅଭିଯୁକ୍ତ ନିଖିଲ୍ । ଉଭୟ କାମ କରୁଥିଲେ ଏକ ଅଳଙ୍କାର ଶୋରୁମରେ । ନିଖିଲ୍ ଥିଲା ପିଅନ , ଆଉ ପୀଡିତା ଥିଲେ ସେଲ୍ସ ଗର୍ଲ । ନିଜ ଯୋଗ୍ୟତା କଥାକୁ ଭୂଲି ସେ ଏକତରଫା ଭାବେ ପ୍ରେମ କରୁଥିଲା ନିଜ ସହକର୍ମୀଙ୍କୁ । ହେଲେ ସେଲ୍ସ ଗର୍ଲ କିନ୍ତୁ ଆଡ ଆଖିରେ ଚାହୁଁ ନଥିଲେ ନିଖିଲକୁ । ବଂର ମ୍ୟାନେଜମେଂଟ ଆଗରେ କରିଥିଲେ ନିଖିଲ୍ ବିରୋଧରେ ଅଭିଯୋଗ । ଶାସ୍ତି ସ୍ୱରୂପ ନିଖିଲର ଦରମାରୁ ୩ ହଜାର ଟଙ୍କା କାଟି ଦେଇଥିଲେ ଶୋରୁମ୍ ମାଲିକ ।

vlcsnap-2016-11-06-19h27m28s805ହେଲେ ଏ ଶାସ୍ତି କିନ୍ତୁ ନିଖିଲର ପ୍ରେମକୁ ଅଟକାଇ ପାରିନଥିଲା । ବଂର ପ୍ରେମ ନେଇଥିଲା ପ୍ରତିଶୋଧର ରୂପ । ନିଖିଲ ଭୂଲିଗଲା ନିଜ ହିତାହିତ ଜ୍ଞାନ । ଭୂଲିଗଲା ନିଜ ବୃତ୍ତି ,ଯୋଗ୍ୟତା ଓ ରୋଜଗାରର କଥା । ପ୍ରେମ ନିବେଦନ କରି ହତାଶ୍ ହେବା ପରେ ହଠାତ୍ ନିଜ ପ୍ରେମିକାକୁ ଶେଷ କରି ଦେବାକୁ ଯୋଜନା କଲା ନିଖିଲ୍ ।

ପୁଲିସ୍ ପୀଡିତାଙ୍କ ୧୬୧ ବୟାନ ରେକର୍ଡ କରିଛି । ସେପଟେ ପ୍ରାଥମିକ ତଦନ୍ତ ପରେ ଅଭିଯୁକ୍ତକୁ ଜେଲ୍ ପଠାଇ ଦିଆଯାଇଛି ।

ଏହାସହ ଦେଖନ୍ତୁ ଏହି ଭିଡିଓ –