‘ଖେଚୁଡ଼ି’କୁ ଆନ୍ତର୍ଜାତିକ ସ୍ତରରେ ମିଳିବ ମାନ୍ୟତା ! ଭାରତୀୟ ଭୋଜନର ବ୍ରାଣ୍ଡ ରୂପେ କରାଯିବ ଉପସ୍ଥାପନ

78

ସରକାର ଖେଚୁଡ଼ିକୁ ଭାରତୀୟ ଭୋଜନର ବ୍ରାଣ୍ଡ ରୂପରେ ସାରା ଦୁନିଆରେ ସମ୍ମୁଖରେ ଉପସ୍ଥାପନ କରିବେ । ସରକାରୀ ସୂତ୍ର ଅନୁସାରେ ଏହା ସ୍ପଷ୍ଟ ହୋଇଛି ଖେଚୁଡ଼ି ଏକ କାର୍ଯ୍ୟକ୍ର୍ରମରେ ଭାରତୀରୟ ସୁପରଫୁଡ଼ ରୂପେ ପ୍ରସ୍ତୁତ କରାଯିବ । ଘରେ ଘରେ ତିଆରି ହେଉଥିବା ଖେଚୁଡ଼ିକୁ ମିଳିବ ସ୍ୱତନ୍ତ୍ର ପରିଚୟ । ଖେଚୁଡ଼ିକୁ ‘ବ୍ରାଣ୍ଡ ଇଣ୍ଡିଆ’ଖାଦ୍ୟ ରୂପେ ପ୍ରୋତ୍ସାହନ ଦେବାଲାଗି ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

ନଭେମ୍ବର ୩ ରୁ ଦିଲ୍ଲୀରେ “ବିଶ୍ୱ ଖାଦ୍ୟ ଭାରତ” ପ୍ରଦର୍ଶନୀ ଆରମ୍ଭ ହେବାକୁ ଯାଉଛି । ଖାଦ୍ୟ ପ୍ରସଂସ୍କରଣ ମନ୍ତ୍ରାଳୟ ପକ୍ଷରୁ ନଭେମ୍ବର ୪ରେ ଏହି କାର୍ଯ୍ୟକ୍ରମ ଇଣ୍ଡିଆ ଗେଟ ଲନ୍ରେ ୧୦୦୦ କିଲୋଗ୍ରାମ ଖେଚୁଡ଼ି ରନ୍ଧାଯିବ । ସେଫ୍ ସଂଜୀବ କପୁରଙ୍କତ୍ତତତ୍ତ୍ୱାବଧନାରେ ପ୍ରସ୍ତୁତ ହେବ ଖେଚୁଡ଼ି । ଖେଚୁଡ଼ି ତିଆରି ପାଇଁ ପ୍ରାୟ୍ର ୫୦ଜଣ ସଦସ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ଏବଂ ଏହାକୁ କମ୍ ଆଂଚରେ ରନ୍ଧାଯିବ ବୋଲି କହିଛନ୍ତି ସେଫ୍ ସଂଜୀବ କପୁର ।

ଗିନିଜ ବୁକରେ ମିଳିପାରେ ସ୍ଥାନ –
ସଂଜୀବ କାପୁରଙ୍କ ଖେଚୁଡ଼ିକୁ ଦୁନିଆ ଆଗରେ ପରିଚିତ କରିବା ପାଇଁ ପ୍ରୟାସ ଗିନିଜ ବୁକ ଅଫ ୱାର୍ଲ୍ଡ ସାମିଲ ହୋଇପାରେ ବୋଲି ଆଶା କରାଯାଉଛି । ଖେଚୁଡିକୁ ବ୍ରାଣ୍ଡ ଇଣ୍ଡିଆ ଖାଦ୍ୟରୂପେ ଆନ୍ତର୍ଜାତୀୟ ସ୍ତରରେ ଲୋକପ୍ରିୟ କରାଇବା ପାଇଁ ଏପରି ଚେଷ୍ଟା କରାଯାଉଛି । ଯାହାଦ୍ୱାରା ଲୋକମାନଙ୍କ ମନରେ ଭାରତୀୟ ଖାଦ୍ୟ ଉତ୍ପାଦ ପ୍ରତି ଅଧିକ ଆଗ୍ରହ ଆସିବ । ଖାଦ୍ୟ ପ୍ରସଂସ୍କରଣ ଉଦ୍ୟୋଗ ମନ୍ତ୍ରୀ ହରସିମରତ କୌର ବାଦଲ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ‘ଗୁରୁ ପର୍ବଦିନ ଏହି ଆୟୋଜନ ହେବ ।

ଏହି କାର୍ଯ୍ୟକ୍ରମରେ ରନ୍ଧାଯାଇଥିବା ଖେଚୁଡିକୁ ବିଦେଶୀ ଅତିଥି ଏବଂ ଗରିବମାନଙ୍କ ମଧ୍ୟରେ ବଂଟାଯିବ ।’ ଖେଚୁଡ଼ି ଏପରି ଏକ ଖାଦ୍ୟ ଯାହା ଧନୀ ହେଉ କିମ୍ବା ଗରିବ ସମସ୍ତଙ୍କ ପ୍ରିୟ ଓ ସମସ୍ତଙ୍କ ପାଇଁ ଉପଯୁକ୍ତ । ଏହି ଖାଦ୍ୟରେ ଥିବା ପୋଷକ ତତ୍ତ୍ୱ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ।