ଛତିଶଗଡ଼ରେ ସରକାର ବଦଳିଲା ! ଏବେ କଂଗ୍ରେସର ପାଳି, ସମାଧାନ ହେବ କି ମହାନଦୀ ଜଳ ବିବାଦ ।

ଓଡ଼ିଶାର ଜୀବନରେଖା କୁହାଯାଉଥିବା ମହାନଦୀ ପାଇଁ ଚାଲିଛି ଅହରହ ଆନ୍ଦୋଳନ ଏବଂ ଶୁଣାଣି ।

234

କନକ ବ୍ୟୁରୋ: ‘ମୁଁ ମହାନଦୀ’ ସାଧାରଣ ମଣିଷ ଠାରୁ ଆରମ୍ଭ କରି ପଶୁପକ୍ଷୀ ମାନଙ୍କ ଶୋଷ ମେଣ୍ଟାଇବା ମୋର ଧର୍ମ । ଏମାନଙ୍କୁ ବାଦ୍ ଦେଲେ ମୋ ଉପରେ ନିର୍ଭରଥିବା କୋଟି କୋଟି ଚାଷୀ ପରିବାରଙ୍କ କ୍ଷେତକୁ ମୋ ଦେହରୁ ପାଣି ବହିଯାଇ ସେମାନଙ୍କ ସୁନାର ଫସଲକୁ ଫଳାଇବାରେ ରହିଥାଏ ମୋର ଭୂମିକା । ରାଜ୍ୟର ବୃହତ ନଦୀଭାବେ ମୋତେ ବିବେଚନା କରନ୍ତି ଓଡ଼ିଶାବାସୀ । କିନ୍ତୁ ଆଜି ମୋତେ ନେଇ ଯେଉଁ ଟଣା ଓଟରା ଚାଲିଛି ତାକୁ ମୁଁ ସହି ପାରୁନି । କାରଣ ମୋ ଦେହରୁ ନିର୍ଗତ ହେଉଥିବା ଜଳ କେତେ ପରିବାର ଆଉ କେତେ ଜୀବଜନ୍ତୁଙ୍କୁ ଆନନ୍ଦିତ କରୁଛି ତାହା ଅବର୍ଣ୍ଣନୀୟ । ହେଲେ ଦୁଇ ରାଜ୍ୟର ଲଢ଼େଇ ମଧ୍ୟରେ ସତେ ଯେମିତି ଲାଗୁଛି ମୁଁ ପେଷି ହୋଇଗଲିଣି । ଆଉ ମହାନଦୀ ଅନେକ କଥା କହୁଛି ।

ଓଡ଼ିଶାର ଜୀବନରେଖା କୁହାଯାଉଥିବା ମହାନଦୀ ପାଇଁ ଚାଲିଛି ଅହରହ ଆନ୍ଦୋଳନ ଏବଂ ଜନଶୁଣାଣି । କେତେବେଳେ ସୁପ୍ରମିକୋର୍ଟ ତ ଆଉ କେତେବେଳେ ଟ୍ରିବ୍ୟୁନାଲଙ୍କ ନିଷ୍ପତି ମଧ୍ୟରେ ପେଷି ହୋଇଯାଉଛି ମହାନଦୀ । ଛତିଶଗଡ଼ରେ ବିଜେପି ସରକାରକୁ ଗାଦିରୁ ହଟାଇ ସିଂହାସନ ଅହରଣ କରିଥିବା କଂଗ୍ରେସ ସରକାର ଆସିବାରେ ପରେ ଏବେ ମହାନଦୀ ବିବାଦରେ ପଡ଼ିବ କି ପୂର୍ଣ୍ଣ ଛେଦ ! ନା ବିଗତ ବର୍ଷମାନଙ୍କର ଇତିହାସର ପୁନରାବୃତ୍ତି ହୋଇ ସେହିଭଳି ଅଣଦେଖା ହୋଇ ପଡ଼ିବ ମହାନଦୀ । ଏଭଳି କିଛି ଚର୍ଚ୍ଚା ବିଭିନ୍ନ ମହଲରେ ଶୁଣିବାକୁ ମିଳୁଛି ।

mahanadiରାଜ୍ୟର ଅଧିକାଂଶ ଲୋକେ ମହାନଦୀ ଉପରେ ନିର୍ଭର କରନ୍ତି । ବିଶେଷ କରି ହଜାର ହଜାର ଚାଷୀ ପରିବାର ମହାନଦୀର ଜଳ ପ୍ରବାହ ଉପରେ ନିଜର ଜୀବନଜିବୀକାକୁ ବଞ୍ଚାଇ ରଖିଛନ୍ତି । ତେବେ ଏଭଳି କ୍ଷେତ୍ରରେ ମହାନଦୀ ଜଳ ବିବାଦର ସମାଧାନ କେବେ ହେବ ଏବଂ କେବେ ପୁଣି ହସି ଉଠିବେ ଚାଷୀ ପରିବାର ତାକୁ ନେଇ ଏବେ ସସପେନ୍ସ ଚାରି ରହିଛି । ଆଉ ଏସବୁ ବିବାଦର ଅବସାନ ହୁଏତ ଛତିଶଗଡ଼ର ବଦଳିଥିବା ସରକାରଙ୍କ ଜରିଆରୁ ହେବ କି ନାହିଁ ତାହା ଉପରେ ସଭିଙ୍କ ନଜର ।