ନଭେମ୍ବର ୧ରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା । ପ୍ରଥମ ପର୍ଯ୍ୟାୟରେ ବରଗଡ ଓ କଳାହାଣ୍ଡିରୁ ହେବ ସଂଗ୍ରହ । ସମଗ୍ର ରାଜ୍ୟରେ ନଭେମ୍ବର ୧୫ରୁ ହେବ ଆରମ୍ଭ

54

କନକ ବ୍ୟୁରୋ : ନଭେମ୍ବର ୧ରୁ ଆରମ୍ଭ ହେବ ଖରିଫ ଧାନ ସଂଗ୍ରହ ପ୍ରକ୍ରୀୟା । ପ୍ରଥମ ପର୍ଯ୍ୟାୟରେ ବରଗଡ ଓ କଳାହାଣ୍ଡିରୁ ଖରିଫ ଧାନ ସଂଗ୍ରହ କରାଯିବ । ସମଗ୍ର ରାଜ୍ୟରୁ ନଭେମ୍ବର ୧୫ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରୀୟା ଆରମ୍ଭ ହେବ । ଖରିଫ ଋତୁରେ ୪୪ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି । ସେପଟେ ଏବେ ସୁଦ୍ଧା ୧୦ଲକ୍ଷ ଚାଷୀ ନାମ ପଂଜିକରଣ କରିଛନ୍ତି । ଚାଷୀଙ୍କ ଠାରୁ ଧାନ ସଂଗ୍ରହ ପରେ ସିଧାସଳଖ ତାଙ୍କ ଆକାଉଂଟରେ ଟଙ୍କା ଜମା ହେବ । ସଚିବାଳୟରେ ଉଚ୍ଚସ୍ତରୀୟ ବୈଠକ ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟପ୍ରସାନ ପାଢୀ ଏନେଇ ସୂଚନା ଦେଇଛନ୍ତି ।