କିଏ ହେବ ଖରିଆର ବିଧାୟକ ? ନିର୍ବାଚନ କୁରୁକ୍ଷେତ୍ରରେ ୩ ପ୍ରମୁଖ ରାଜନୈତିକ ଦଳର ହେଭିୱେଟ୍

58

କନକ ବ୍ୟୁରୋ: ଆରମ୍ଭ ହୋଇଛି ମତଦାନ। ଓଡିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇଛି । କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ବ୍ରହ୍ମପୁର ଲୋକସଭା ଓ ଏହା ଅନ୍ତର୍ଗତ ୨୮ ବିଧାନସଭା ଆସନରେ ମତଦାନ ଆରମ୍ଭ ହୋଇଛି। ଆଜି ଓଡ଼ିଶାର ଭୋଟର ୨୬ ଲୋକସଭା ପ୍ରାର୍ଥୀ ଓ ୧୯୧ ବିଧାନସଭା ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଧାରଣ କରିବେ। କଳାହାଣ୍ଡି ଲୋକସଭା ମଣ୍ଡଳୀ ଅନ୍ତର୍ଗତ ସମସ୍ତ ୭ଟି ଯାକ ବିଧାନସଭା ଆସନରେ ଅର୍ଥାତ୍ ନୂଆପଡା, ଖରିଆର, ଲାଞ୍ଜିଗଡ, ଜୁନାଗଡ, ଧର୍ମଗଡ, ନର୍ଲା, ଭବାନୀପାଟଣାରେ ସକାଳ ୭ଟାରୁ ୪ଟା ଯାଏ ଭୋଟଗ୍ରହଣ ହେବ।

ତେବେ ୨୦୧୯ ମହାସମରରେ କଳାହାଣ୍ଡି ଲୋକସଭା କ୍ଷେତ୍ର ପାଇଁ ବିଜେଡିରୁ ପୁଷ୍ପେନ୍ଦ୍ର ସିଂହ ଦେଓ ନିର୍ବାଚନ ଲଢୁଥିବା ବେଳେ କଂଗ୍ରେସରୁ ଭକ୍ତ ଦାସ ଏବଂ ବିଜେପିରୁ ବସନ୍ତ ପଣ୍ଡା ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । ସେହିପରି କଳାହାଣ୍ଡି ଲୋକସଭା ଅନ୍ତର୍ଗତ ଖରିଆରୁ ଏଥରକ ବିଜେଡିରୁ ଲମ୍ବୋଦର ନିଆଳ ଲଢୁଥିବା ବେଳେ ବିଜେପିରୁ ରୀତାରାଣୀ ବରର୍ତି ଏବଂ କଂଗ୍ରେସରୁ ଅଧିରାଜ ପାଣିଗ୍ରାହୀ ନିର୍ବାଚନ ଲଢୁଛନ୍ତି । ବିଜେଡି ପ୍ରାର୍ଥୀ ଲମ୍ବୋଦର ନିଆଳ ଦ୍ୱିତୀୟ ଥର ପାଇଁ ନିର୍ବାଚନ ଲଢୁଥିବା ବେଳେ ରୀତାରାଣୀ ବଗର୍ତୀ ହେଉଛନ୍ତି ବିଜେପିର ନୂଆ ଚେହେରା ଏବଂ ପୂର୍ବତନ ବିଧାୟକ ହିତେଶ ବଗର୍ତୀଙ୍କ ପତ୍ନୀ ହେଉଛନ୍ତି ରୀତାରାଣୀ । ସେହିପରି ଅଧିରାଜ ପାଣିଗ୍ରାହୀଙ୍କୁ ପୁଣି ଥରେ ନିର୍ବାଚନ ଲଢିବାକୁ ସୁଯୋଗ ଦେଇଛି କଂଗ୍ରେସ ।

ଖରିଆର ନିର୍ବାଚନ ମଣ୍ଡଳୀ

୨୦୧୪ର ଲଢ଼େଇ
– ମୈଦାନରେ ଥିଲେ ମୋଟ ୧୨ ପ୍ରାର୍ଥୀ
– ମୋଟ୍ ଭୋଟର ସଂଖ୍ୟା- ୨ ଲକ୍ଷ ୧୯ ହଜାର ୨୫୬
– ମତ ଦେଇଥିଲେ- ୧ ଲକ୍ଷ ୬୭ ହଜାର ୧୭୦
– ଭୋଟଦାନ ହାର- ୭୬.୨୪ %

୨୦୧୪ର ଫଳାଫଳ

ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ଲମ୍ବୋଦର ନିଆଳ ବିଜେଡି ୪୭,୬୫୫ ୨୮.୫୧% ପରାସ୍ତ
ଦୁର୍ଯ୍ୟୋଧନ ମାଝୀ ବିଜେପି ୫୭,୫୩୩ ୩୪.୪୨% ବିଜୟୀ
ଅଧିରାଜ ପାଣିଗ୍ରାହୀ କଂଗ୍ରେସ ୫୦,୪୦୭ ୩୦.୧୫% ପରାସ୍ତ

ବିଜେଡିର ପ୍ରଦର୍ଶନ(୨୦୧୪)

ପ୍ରାର୍ଥୀ-ଲମ୍ବୋଦର ନିଆଳ
ଦଳ- ବିଜେଡି
ଭୋଟ-୪୭,୬୫୫
ପ୍ରତିଶତ-୨୮.୫୧%
ଫଳାଫଳ-ପରାସ୍ତ

ବିଜେପିର ପ୍ରଦର୍ଶନ(୨୦୧୪)

ପ୍ରାର୍ଥୀ-ଦୁର୍ଯ୍ୟୋଧନ ମାଝୀ
ଦଳ- ବିଜେପି
ଭୋଟ-୫୭,୫୩୩
ପ୍ରତିଶତ-୩୪.୪୨%
ଫଳାଫଳ- ବିଜୟୀ

କଂଗ୍ରେସର ପ୍ରଦର୍ଶନ(୨୦୧୪)

ପ୍ରାର୍ଥୀ-ଅଧିରାଜ ପାଣିଗ୍ରାହୀ
ଦଳ-କଂଗ୍ରେସ
ଭୋଟ-୫୦,୪୦୭
ପ୍ରତିଶତ-୩୦.୧୫%
ଫଳାଫଳ-ପରାସ୍ତ

କିଏ ମାରିଥିଲେ ବାଜି?

– ବିଜେପି ପ୍ରାର୍ଥୀ ଦୁର୍ଯ୍ୟୋଧନ ମାଝୀ ଜିତିଥିଲେ
– ୫୭ ହଜାର ୫୩୩ ଭୋଟ୍ ପାଇଥିଲେ ବିଜେପି ପ୍ରାର୍ଥୀ
– କଂଗ୍ରେସ ପ୍ରାର୍ଥୀ ଅଧିରାଜ ପାଣିଗ୍ରାହୀଙ୍କୁ ପରାସ୍ତ କରିଥିଲେ
– ୭ ହଜାର ୧୨୬ ଭୋଟରେ ଜିତିିଥିଲେ ବିଜେପି ପ୍ରାର୍ଥୀ
– ୯ ଜଣ ପ୍ରାର୍ଥୀ ଅମାନତ ହରାଇଥିଲେ

୨୦୦୯ର ଲଢ଼େଇ

– ମୈଦାନରେ ଥିଲେ ମୋଟ ୧୦ ପ୍ରାର୍ଥୀ
– ମୋଟ୍ ଭୋଟର ସଂଖ୍ୟା- ୨ ଲକ୍ଷ ୧୩ ହଜାର ୫୧୦
– ମତ ଦେଇଥିଲେ- ୧ ଲକ୍ଷ ୪୩ ହଜାର ୬୨୪
– ଭୋଟଦାନ ହାର-

୨୦୦୯ର ଫଳାଫଳ

ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ଦୁର୍ଯ୍ୟୋଧନ ମାଝୀ ବିଜେଡି ୪୧,୮୭୨ ୨୯.୧୫% ପରାସ୍ତ
ହିତେଶ ବଗର୍ତି ବିଜେପି ୫୩,୨୩୮ ୩୭.୦୭% ବିଜୟୀ
ବୈଶମ୍ପୟାନ ମେହେର କଂଗ୍ରେସ ୨୯,୦୮୦ ୨୦.୨୫% ପରାସ୍ତ

ବିଜେଡିର ପ୍ରଦର୍ଶନ(୨୦୦୯)

ପ୍ରାର୍ଥୀ-ଦୁର୍ଯ୍ୟୋଧନ ମାଝୀ
ଦଳ- ବିଜେଡି
ଭୋଟ-୪୧,୮୭୨
ପ୍ରତିଶତ-୨୯.୧୫%
ଫଳାଫଳ-ପରାସ୍ତ

ବିଜେପିର ପ୍ରଦର୍ଶନ(୨୦୦୯)

ପ୍ରାର୍ଥୀ-ହିିତେଶ ବଗର୍ତି
ଦଳ-ବିଜେପି
ଭୋଟ-୫୩,୨୩୮
ପ୍ରତିଶତ-୩୭.୦୭%
ଫଳାଫଳ- ବିଜୟୀ

କଂଗ୍ରେସର ପ୍ରଦର୍ଶନ(୨୦୦୯)

ପ୍ରାର୍ଥୀ-ବୈଶମ୍ପୟାନ ମେହେର
ଦଳ-କଂଗ୍ରେସ
ଭୋଟ-୨୯,୦୮୦
ପ୍ରତିଶତ-୨୦.୨୫%
ଫଳାଫଳ-ପରାସ୍ତ

କିଏ ମାରିଥିଲେ ବାଜି?

– ବିଜେପି ପ୍ରାର୍ଥୀ ହିତେଶ ବଗର୍ତୀ ବିଜୟୀ ହୋଇଥିଲେ
– ୫୩ ହଜାର ୨୩୮ ଭୋଟ୍ ପାଇଥିଲେ ବିଜେପି ପ୍ରାର୍ଥୀ
– ବିଜେଡି ପ୍ରାର୍ଥୀ ଦୁର୍ଯ୍ୟୋଧନ ମାଝୀଙ୍କୁ ପରାସ୍ତ କରିଥିଲେ ହୀତେଶ
– ୧୧ ହଜାର ୩୬୬ ଭୋଟ୍ ବ୍ୟବଧାନରେ ଜିତିଥିଲା ବିଜେପି
– ୭ ଜଣ ପ୍ରାର୍ଥୀ ଆମାନତ ହରାଇଥିଲେ

୨୦୦୯ ବନାମ ୨୦୧୪

-୨୦୧୪ରେ ତିନି ଦଳର ପ୍ରାର୍ଥୀ ବଦଳିଥିଲେ
– ଦୁର୍ଯ୍ୟୋଧନ ମାଝୀ ବିଜେଡି ଛାଡି ବିଜେପିରେ ମିଶିଥିଲେ
– ୨୦୧୪ରେ ବିଜେପି ଟିକେଟ୍ ପାଇ ଜିତିଥିଲେ ଦୁର୍ଯ୍ୟୋଧନ
– ୨୦୧୪ରେ ବିଜେଡି ଲମ୍ବୋଦର ନିଆଳଙ୍କୁ ପ୍ରାର୍ଥୀ କରିଥିଲା
– ବୈଶମ୍ପୟାନ ମେହେରଙ୍କ ସ୍ଥାନରେ ଅଧିରାଜ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରିଥିଲା କଂଗ୍ରେସ
– ଚିଟଫଣ୍ଡ ସ୍କାମରେ ଫଶି ଜେଲ୍ ଯାଇଥିଲେ ୨୦୦୯ ବିଧାୟକ ହିତେଶ ବଗର୍ତୀ

୨୦୧୯ର ଲଢେଇ

ବିଜେଡି: ଲମ୍ବୋଦର ନିଆଳ
କଂଗ୍ରେସ: ଅଧିରାଜ ପାଣିଗ୍ରାହୀ
ବିଜେପି: ରୀତାରାଣୀ ବଗର୍ତୀ

୨୦୧୯–ବିଜେଡି: ଲମ୍ବୋଦର ନିଆଳ

– ୨୦୧୪ ରେ ହାରିଥିଲେ ( ତୃତୀୟ ସ୍ଥାନ)
– ଜିଲ୍ଲା ପରିଷଦ ସଭ୍ୟ ତଥା ଜିଲ୍ଲା ସମ୍ପାଦକ
– ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ

୨୦୧୯– କଂଗ୍ରେସ: ଅଧିରାଜ ପାଣିଗ୍ରାହୀ

– ଗତନିର୍ବାଚନରେ ହାରିଥିଲେ
– ୫୦ ହଜାର ୪୦୭ ଭୋଟ୍ ପାଇ ଦ୍ୱିତୀୟ ସ୍ଥାନରେ ଥିଲେ
– ପୁଣି ପ୍ରାର୍ଥୀ କରିଛି କଂଗ୍ରେସ

୨୦୧୯–ବିଜେପି: ରୀତାରାଣୀ ବଗର୍ତୀ

– ବିଜେପିର ନୂଆ ଚେହେରା
– ପୂର୍ବତନ ବିଧାୟକ ହିତେଶ ବଗର୍ତୀଙ୍କ ସ୍ତ୍ରୀ

ମୈଦାନରେ ମହିଳା ପ୍ରାର୍ଥୀ

– ରୀତାରାଣୀ ବଗର୍ତୀ ( ବିଜେପି)

ନିର୍ବାଚନ ମଣ୍ଡଳୀ ତଥ୍ୟ

– ଖରିଆର, ବୋଡେନ ଏବଂ ସିନାପାଲି ବ୍ଳକକୁ ନେଇ ଖରିଆର ନିର୍ବାଚନ ମଣ୍ଡଳୀ

ମୁହାଁମୁହିଁ ପ୍ରାର୍ଥୀ

– ବିଜେଡି ପ୍ରାର୍ଥୀ ଲମ୍ବୋଦର ନିଆଳ ଦ୍ୱିତୀୟ ଥର ପାଇଁ ନିର୍ବାଚନ ଲଢୁଛନ୍ତି
– ବିଜେପି ପ୍ରାର୍ଥୀ ରୀତାରାଣୀ ବଗର୍ତୀ ନୂଆ ଚେହେରା ଏବଂ ସେ ପୂର୍ବତନ ବିଧାୟକ ହିତେଶ ବଗର୍ତୀଙ୍କ ସ୍ତ୍ରୀ
– ଅଧିରାଜ ପାଣିଗ୍ରାହୀଙ୍କୁ ପୁଣି ପ୍ରାର୍ଥୀ କରିଛି କଂଗ୍ରେସ

ଖରିଆର ବିଧାନସଭା ଆସନ

– କଳାହାଣ୍ଡି ଲୋକସଭା କ୍ଷେତ୍ର ଅନ୍ତର୍ଭୁକ୍ତ
– ୧୯୬୧ରେ ଗଠିତ ହୋଇଥିଲା ଖରିଆର ନିର୍ବାଚନମଣ୍ଡଳୀ
– ଅନୁପ ସିଂଦେଓ ୬ ଥର ବିଧାୟକ
– ଦୁର୍ଯ୍ୟୋଧନ ମାଝୀ ୫ ଥର ବିଧାୟକ