ଥମୁନି ଖାପ ପଂଚାୟତ ପ୍ରଥା ! ଅପମାନ ସହିନପାରି ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ । ପ୍ରେମୀ ଯୁଗଳଙ୍କ ସହଯୋଗ କରିବା ନେଇ ହୋଇଥିଲା ଅଭିଯୋଗ

42

କନକ ବ୍ୟୁରୋ: ଥମୁନି ଖାପ ପଂଚାୟତ ପ୍ରଥା । ଖାପ ପଂଚାୟତ ରେ ଅପମାନ ସହିନପାରି ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ । ମାଲକାନଗିରି ଜିଲ୍ଲା କାଲିମେଳା ଥାନା ବାପାନପାଲି ଗାଁରୁ ଆସିଛି ଏଭଳି ଘଟଣା । ବାପାନପାଲି ଗାଁର ଜଣେ ଯୁବକ ପାଖ ଗାଁର ଏକ ଯୁବତୀଙ୍କୁ ଭଲ ପାଉଥିବା ବେଳେ ଉଭୟ ଗାଁରୁ କୁଆଡେ ପଳାଇଥିଲେ । ତେବେ ସେହି ଗାଁର ଦୀପଙ୍କର ଉଭୟ ଯୁବକ ଯୁବତୀଙ୍କୁ ସହଯୋଗ ନେଇ ଅଭିଯୋଗ ପରେ ଗାଁରେ ଖାପ ପଂଚାୟତ ବସିଥିଲା ।

ଖାପ ପଂଚାୟତରେ ଦୀପଙ୍କରଙ୍କୁ ନିସ୍ତୁକ ମାଡ ମାରିବା ସହ ଲକ୍ଷେ ଟଙ୍କାର ଅର୍ଥ ଦଣ୍ଡ ଦେଇଥିଲେ । ପରେ ଅନେକ ନେହୁରା ହେବା ପରେ ୧୫ ହଜାର ଟଙ୍କାରେ ଛିଡିଥିଲା ଅର୍ଥଦଣ୍ଡ । କିନ୍ତୁ ଗାଁ ଦାଣ୍ଡରେ ଅପମାନ ସହିନପାରି ସେହି ଦିନ ରାତିରେ ଆତ୍ମହତ୍ୟା କରିଥିଲେ ଦୀପଙ୍କର । ଖାପ ପଂଚାୟତର ହସ୍ତକ୍ଷେପ ପରେ ଗାଁରୁ ପଳାଇଥିବା ଯୁବକ ଯୁବତୀ ନିଜ ନିଜ ଘରକୁ ଫେରିଯାଇଥିଲେ । ତେବେ ଦୀପଙ୍କରଙ୍କ ମୃତ୍ୟୁ ପରେ ଏବେ ପୁଲିସ ଭୟରେ ପୁରା ଗାଁ ପୁରୁଷ ଶୂନ୍ୟ । କାଲିମେଳା ପୁଲିସ ଗାଁରେ ପହଚିଂ ଏବେ ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ଏମପିଭି-୨୦ଗାଁର ଜଣେ ଯୁବକ ଦୀର୍ଘ ଦିନ ହେଲା ଏମପିଭି-୧୯ଗାଁର ଜଣେ ନାବଳିକାକୁ ଭଲ ପାଉଥିଲେ। କିନ୍ତୁ ଗାଁ ଲୋକଙ୍କ ନଜରରେ ଏହି ପ୍ରେମ ସଂପର୍କ ପଡିବାରୁ ଗାଁରେ ଖାପ୍ ପଞ୍ଚାୟତ ବସିଥିଲା। ଉଭୟ ପ୍ରେମିକ, ପ୍ରେମିକା ଏବଂ ସେମାନଙ୍କ ପରିବାର ଲୋକଙ୍କୁ ଡକାଇ ଜେରା କରାଗଲା। ଏହି ସଂପର୍କକୁ ଏମପିଭି-୨୦ ଗାଁର ଦୀପଙ୍କରଙ୍କ ସ୍ୱୀକୃତି ଓ ସମର୍ଥନ ରହିଥିବା ନେଇ ବି ଜଣାପଡିଥିଲା। ତେଣୁ ଖାପ୍ ପଞ୍ଚାୟତ ନ୍ୟାୟ ନିଶାପ ହଠାତ୍ ଭିନ୍ନ ମୋଡ ନେଇଥିଲା। ଦୀପଙ୍କରଙ୍କୁ ଡକାଇ ସମସ୍ତଙ୍କ ସାମ୍ନାରେ ଗ୍ରାମ କମିଟି ସଦସ୍ୟ ପିଟିଥିଲେ । ଅପରାଧୀ ଭଳି ବ୍ୟବହାର କରି ୧୫ହଜାର ଟଙ୍କା ଜରିମାନା ବାବଦରେ ଗ୍ରାମ କମିଟି ନିକଟରେ ଜମା କରିବାକୁ ନିର୍ଦେଶ ଦେଲେ । କିନ୍ତୁ ଗାଁ ଦାଣ୍ଡରେ ଅପମାନ ସହିନପାରି ସେହି ଦିନ ରାତିରେ ଆତ୍ମହତ୍ୟା  ଦୀପଙ୍କର କରିଥିଲେ ।