ମାଲକାନଗିରି ଖାପ ପଂଚାୟତରେ ଅଜବ ଦଣ୍ଡ ! ଅନୈତିକ ସଂପର୍କ ଅଭିଯୋଗରେ ମହିଳା ଓ ଯୁବକଙ୍କୁ ଖୁଂଟରେ ବାନ୍ଧି ଗ୍ରାମବାସୀ ମାଡମାରିଥିବା ଅଭିଯୋଗ

15

କନକ ବ୍ୟୁରୋ : ଯୁବକ ଓ ମହିଳାଙ୍କୁ ଖୁଂଟରେ ବାନ୍ଧି ପିଟିଲେ ଗ୍ରାମବାସୀ । ମାଲକାନଗିରି ଜିଲ୍ଲାରୁ ଆସିଲା ଖାପ ପଂଚାୟତିର ଚିତ୍ର । ସଦର ଥାନା ଅନ୍ତର୍ଗତ କୃଷିୱାଡା ଗାଁରେ ଜଣେ ଯୁବକ ଓ ମହିଳାଙ୍କୁ ଖୁଂଟରେ ବାନ୍ଧି ଗ୍ରାମବାସୀ ନିସ୍ତୁକ ମାଡ ମାରିଛନ୍ତି । ଉଭୟଙ୍କ ମଧ୍ୟରେ ଅନୈତିକ ସଂପର୍କ ଥିବା ଅଭିଯୋଗ ନେଇ ଗାଁରେ କୋର୍ଟ ବସିଥିଲା । ଗାଁ ମୁଖିଆ ଉଭୟଙ୍କୁ ନିସ୍ତୁକ ମାଡ ମାରିବା ସହ ୫ ହଜାର ଟଙ୍କାର ଜରିମାନା କରିଥିବା ଜଣାପଡିଛି ।